ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିଲ୍ଲିପ ରାୟଙ୍କ ଜନ୍ମଦିନ ଉପଲକ୍ଷେ ଦ୍ବୀପ ପ୍ରଜ୍ଜ୍ୱଳନ 

ଦିଲ୍ଲିପ ରାୟଙ୍କ ଜନ୍ମଦିନ ଉପଲକ୍ଷେ ଦ୍ବୀପ ପ୍ରଜ୍ଜ୍ୱଳନ 

ରାଉରକେଲା/ ପୁର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲିପ ରାୟ ଙ୍କ ୭୧ତମ ଜନ୍ମ ଦିନ ଉପଲକ୍ଷେ ସହରର ବିଭିନ୍ନ ସ୍ଥାନରେ ଶୁଭମନାସୀ ଦ୍ବୀପ ପ୍ରଜ୍ଜ୍ୱଳନ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସଚେତନ ନାଗରିକ ମଞ୍ଚ ତରଫରୁ ଉଦିତ ନଗର ସ୍ଥିତ ମା ସିଂହାସିନୀ ମନ୍ଦିର ଠାରେ ମଞ୍ଚର କର୍ମକର୍ତ୍ତାଗଣ ଏକାଠି ହୋଇ ୭୧ ଟି ଦ୍ବୀପ ପ୍ରଜ୍ଜ୍ୱଳନ କରି ଶୁଭମନାସୀ ଥିଲେ। ସଭାପତି ବିମଳ କୁମାର ବିଶି ଓ ସାଧାରଣ ସମ୍ପାଦକ ପି ପି ରାୟ ତଥା ଅନ୍ୟ କର୍ମକର୍ତ୍ତାଗଣ ଶୁଭେଚ୍ଛା ବାର୍ତ୍ତା ରେ କହିଲେ ଯେ ଶ୍ରୀରାୟ ଖାଲି ରାଉରକେଲା ବା ରାଜ୍ୟର ନୁହଁ, ସମଗ୍ର ଭାରତବର୍ଷରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବ୍ୟକ୍ତିତ୍ବ । ଜଣେ କର୍ମଠ, ମେଳାପି, ଦାୟିତ୍ୱବାନ ଓ ସହୃଦୟର ବ୍ୟକ୍ତି ଭାବେ ଆମ ସହରରେ ସୁପରିଚିତ ନାମ। ବ୍ୟବସାୟ ହେଉ ଅବା ରାଜନୀତି ସବୁ କ୍ଷେତ୍ରରେ ତାଙ୍କର ପାରଦର୍ଶିତା ଓ ଧୀ ଶକ୍ତି ବଳରେ ଏକ ଛାପ ଛାଡିଛନ୍ତି, ଯାହା ତାଙ୍କ ବ୍ୟକ୍ତିତ୍ବ ର ଅନ୍ୟ ଏକ ଦିଗ। ଜଣେ ଲୋକପ୍ରିୟ ନେତା ହିସାବରେ ସେ ପ୍ରତିଦ୍ବନ୍ଦୀ ନେତା ଙ୍କ ଆଖିରୁ ନିଦ ହଜାଇ ଦେଖିପାରନ୍ତି। ପୁଣି ମାଟିର ପୁଅ ହିସାବରେ ମାଟି ପାଇଁ ତଙ୍କର ଚିନ୍ତନ ଅନ୍ୟକୁ ଅନୁପ୍ରାଣିତ କରିପାରେ। ଶ୍ରୀ ରାୟ ହେଉଛନ୍ତି ଅନେକଙ୍କ ମଧ୍ୟରେ ଏକ ସମ୍ଭାବନା ର ସ୍ଵର। ଆଜିର ଏହି ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ତାଙ୍କର ଶୂଭ ମନାସିବା ସହ ଦୀର୍ଘାୟୁ ଜୀବନ କାମନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀ ବିଶି ଓ ଶ୍ରୀ ରାୟ ଙ୍କ ବ୍ୟତୀତ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଜଗବନ୍ଧୁ ଜେନା, ଉପେନ୍ଦ୍ର ନାୟକ, ଜଗନ୍ନାଥ ରାଉତ, ଅକ୍ଷୟ କୁମାର ଜେନା, ଚକ୍ରାନ୍ତ ଜେନା, ସୁନାକର ନାୟକ, ସୁନୀଲ କାୟଲ, ଭବାନୀ କବି, ଅରୁଣ ପରିଡ଼ା, ଶୈଳେନ୍ଦ୍ର ମହାନ୍ତି, ଅକ୍ଷୟ ଦାସ, ଅବିନାଶ ଡନ ପ୍ରଧାନ, ମୀନତି ବିଶ୍ବାଳ, ଭଜହରି ଦାସ, ରଞ୍ଜିତ ନାୟକ, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

     ସେହିପରି ହମିରପୁର କଣ୍ଟ୍ରାକର କଲୋନୀ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିର ପରିସରରେ ନିରଞ୍ଜନ ସାମନ୍ତରାୟ, ଜ୍ୟୋସ୍ନା ରାଣୀ ରାଉତ, ନିରଞ୍ଜନ ଦାସ, ଭାଗିରଥି ମଲ୍ଲିକ ଓ ବହୁ ବାସିନ୍ଦା ଦିଲ୍ଲିପ ବାବୁଙ୍କ ଜନ୍ମଦିନରେ ଦୀର୍ଘଜୀବନ କାମନା କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବ୍ଳକ ସ୍ତରୀୟ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ

masiha

ରାଇରଙ୍ଗପୁର ବନଖଣ୍ଡ ଆନୁକୁଲ୍ୟରେ ବିଶ୍ଵ ଗଜରାଜ ଦିବସ 

Sunil Chandra Nayak

ଲଡୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ଓଡ଼ିଆ ସାହିତ୍ୟ ଉଦଯାପନି ସମାରୋହ ଅନୁଷ୍ଠିତ

masiha

Leave a Comment

error: Content is protected !!