ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ଜରୁରୀ ବୈଠକ

ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ଜରୁରୀ ବୈଠକ

ରାଉରକେଲା ୬/୫, ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ, ରାଉରକେଲା କାର୍ଯ୍ୟାଳୟରେ ଆଜି ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସାମ୍ବାଦିକ ସଂଘର ବିଭିନ୍ନ କାର୍ଯ୍ୟକ୍ରମ, ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ନିଆଯାଇଥିବା ଘରର ଘରଭଡ଼ା ଓ ରକ୍ଷଣାବେକ୍ଷଣ ସହିତ ସମାଜ ପ୍ରତି ସାମ୍ବାଦିକଙ୍କ ଦାୟିତ୍ବବୋଧ ସମ୍ପର୍କରେ ଆଲୋଚନା କରାଯାଇଥିଲା।

        ଏହି ପରିପ୍ରେକ୍ଷୀରେ ଆସୋସିଏସନର ସମସ୍ଯାକୁ ନେଇ ମଇ ୧୧ ତାରିଖ ଦିନ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର କର୍ମକର୍ତ୍ତାମାନେ, ରାଉରକେଲା ଇସ୍ପାତ କାରଖାନାର ସହର ସେବା କାର୍ଯ୍ଯାଳୟକୁ ଦିନ ୧୧ଟା ସମୟରେ ଯାଇ ଘରଭଡ଼ା ଓ ଅନ୍ୟାନ୍ୟ ସମସ୍ଯା ସମ୍ପର୍କରେ ଆଲୋଚନା କରାଯିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଶେଷରେ ଆଜିର ବୈଠକରେ ଧନ୍ୟବାଦ ଅର୍ପଣ କରିଥିଲେ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ସାଧାରଣ ସମ୍ପାଦକ ଅରୁଣ କୁମାର ଦାଶ। ଏହି ବୈଠକରେ ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କ ସମେତ ଉପସଭାପତି କୁଞ୍ଜବିହାରୀ ରାଉତ, ସାଧାରଣ ସମ୍ପାଦକ ଅରୁଣ କୁମାର ଦାଶ, ସହ-ସମ୍ପାଦକ ଗାନ୍ଦୁର ଓରାମ, କୋଷାଧ୍ୟକ୍ଷ ସୁମନ୍ତ ଜେନା, ଅନୀଲ କୁମାର ମହାନ୍ତି, ସଂଗ୍ରାମ କିଶୋର ଭୁୟାଁ, ଶୈଳେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାହୁଲ ଗାନ୍ଧୀ ଙ୍କ କୁଶପୁତ୍ତଳିକା ଦାହ କଲେ ଜୁନାଗଡ଼ ବିଜେପି କର୍ମୀ 

Sunil Chandra Nayak

ଫିରିଙ୍ଗିଆ ତହସିଲ କାର୍ଯ୍ୟାଳୟର ରାତ୍ର ଜଗୁଆଳି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ 

masiha

ରଙ୍ଗାରଙ୍ଗ ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ  ଶେଷ ହେଲା ଗୋବର୍ଦ୍ଧନପୁର ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ 

masiha

Leave a Comment

error: Content is protected !!