ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ଜରୁରୀ ବୈଠକ

ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ଜରୁରୀ ବୈଠକ

ରାଉରକେଲା ୬/୫, ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ, ରାଉରକେଲା କାର୍ଯ୍ୟାଳୟରେ ଆଜି ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସାମ୍ବାଦିକ ସଂଘର ବିଭିନ୍ନ କାର୍ଯ୍ୟକ୍ରମ, ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ନିଆଯାଇଥିବା ଘରର ଘରଭଡ଼ା ଓ ରକ୍ଷଣାବେକ୍ଷଣ ସହିତ ସମାଜ ପ୍ରତି ସାମ୍ବାଦିକଙ୍କ ଦାୟିତ୍ବବୋଧ ସମ୍ପର୍କରେ ଆଲୋଚନା କରାଯାଇଥିଲା।

        ଏହି ପରିପ୍ରେକ୍ଷୀରେ ଆସୋସିଏସନର ସମସ୍ଯାକୁ ନେଇ ମଇ ୧୧ ତାରିଖ ଦିନ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର କର୍ମକର୍ତ୍ତାମାନେ, ରାଉରକେଲା ଇସ୍ପାତ କାରଖାନାର ସହର ସେବା କାର୍ଯ୍ଯାଳୟକୁ ଦିନ ୧୧ଟା ସମୟରେ ଯାଇ ଘରଭଡ଼ା ଓ ଅନ୍ୟାନ୍ୟ ସମସ୍ଯା ସମ୍ପର୍କରେ ଆଲୋଚନା କରାଯିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଶେଷରେ ଆଜିର ବୈଠକରେ ଧନ୍ୟବାଦ ଅର୍ପଣ କରିଥିଲେ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ସାଧାରଣ ସମ୍ପାଦକ ଅରୁଣ କୁମାର ଦାଶ। ଏହି ବୈଠକରେ ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କ ସମେତ ଉପସଭାପତି କୁଞ୍ଜବିହାରୀ ରାଉତ, ସାଧାରଣ ସମ୍ପାଦକ ଅରୁଣ କୁମାର ଦାଶ, ସହ-ସମ୍ପାଦକ ଗାନ୍ଦୁର ଓରାମ, କୋଷାଧ୍ୟକ୍ଷ ସୁମନ୍ତ ଜେନା, ଅନୀଲ କୁମାର ମହାନ୍ତି, ସଂଗ୍ରାମ କିଶୋର ଭୁୟାଁ, ଶୈଳେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ 

masiha

ଭୀମକେଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ

Sunil Chandra Nayak

ବିପର୍ଯ୍ୟୟ ମୁକାବିଲା ପାଇଁ ମକଡ୍ରିଲ

Sunil Chandra Nayak

Leave a Comment

error: Content is protected !!