ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଜଗନ୍ନାଥ ଅର୍ପଣ ରଥ ବନ୍ଧୁଗାଁ ବ୍ଲକର ୪ ଟି ପଞ୍ଚାୟତ ପରିକ୍ରମା

ଶ୍ରୀ ଜଗନ୍ନାଥ ଅର୍ପଣ ରଥ ବନ୍ଧୁଗାଁ ବ୍ଲକର ୪ ଟି ପଞ୍ଚାୟତ ପରିକ୍ରମା

ବନ୍ଧୁଗାଁ ତା ୧୧/୧/୨୪ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତର ଶ୍ରୀଜଗନ୍ନାଥ ମନ୍ଦିରରୁ ପୂଜାର୍ଚ୍ଚନା ପରେ ଆଜ୍ଞାମାଳ ଗ୍ରହଣ କରି ଅର୍ପଣ ରଥର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଯାଇଛି। ଚଳିତ ମାସର ୧୭ ତାରିଖରେ ପୁରୀ ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଉପଲକ୍ଷେ ଆଜି ଶ୍ରୀଜଗନ୍ନାଥ ଅର୍ପଣ ରଥ ବନ୍ଧୁଗାଁ ପଞ୍ଚାୟତର ୧୨ ଟି ୱାର୍ଡରେ ପରିକ୍ରମା କରିଛି। ଆଜି ବନ୍ଧୁଗାଁ ବ୍ଲକ ର ବନ୍ଧୁଗାଁ, ଜାଗୁଗୁଡା, କାପୁଲଡ଼ା ଓ ଗାରୀଡିର ସମସ୍ତ ଗାଁ କୁ ଶ୍ରୀ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରିଥିବା ଜାଣିବାକୁ ମିଳିଛି।ଶ୍ରୀଜଗନ୍ନାଥ ଅର୍ପଣ ରଥ ସହିତ କୀର୍ତ୍ତନ ମଣ୍ଡଳୀ ର ଗୀତ ଓ ବାଦ୍ୟ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା କଳସୀ ମୁଣ୍ଡେଇ ଥିଲେ।ଏହି ଶ୍ରୀଜଗନ୍ନାଥ ପରିକ୍ରମା ରଥ ଘରେ ଘରେ ପହଞ୍ଚିବା ସମୟରେ ଭକ୍ତ ମାନେ ଭାବାବେଗ ମଧ୍ୟରେ କଳସୀ ଦୁଇଟିରେ ଚାଉଳ , ଗୁଆ , ଫଳ ଓ ଟଙ୍କା ଦାନ ଦେଉଥିବା ଦେଖିବାକୁ ମିଳିଛି।ଏଥିରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା, ବିଡ଼ିଓ ଅଭିଷେକ ବିଶ୍ୱଜିତ ସେଠୀ, ବିଜେଡ଼ି ବ୍ଲକ ସଭାପତି ବାଲା ନାଗ, ବ୍ଲକ ମଙ୍ଗଳ ବିଭାଗ ଅଧିକାରୀ ଚନ୍ଦନ କୁମାର ସ୍ୱାଇଁ, କଂଗ୍ରେସ ବ୍ଲକ ସଭାପତି ଡି ଏଙ୍କାଟି, ବିଜେପି ବ୍ଲକ ସଭାପତି ଶରତ ଚନ୍ଦ୍ର ପାତ୍ର, ବିଜେଡ଼ି ଜୋନ ୨ କର୍ଡିନେଟର ଉତ୍ତମ ନାୟକ, ଯୁବ ସଭାପତି କାହ୍ନୁ ଚରଣ ବେବରା,ସରପଞ୍ଚ ବନ୍ଧୁଗାଁ ପଞ୍ଚାୟତ ଲକ୍ଷ୍ମୀ କାଡ୍ରାକା, ବଡ଼ସରପଲ୍ଲୀ ପଞ୍ଚାୟତ ସରପଞ୍ଚ ସୁନ୍ଦୁରୁ ପିଡ଼ିକା, କାବ୍ରିବାଡି ପଞ୍ଚାୟତ ସରପଞ୍ଚ ସସ୍ମିତା ପିଡ଼ିକା, ନାଇବ ସରପଞ୍ଚ ବନ୍ଧୁଗାଁ ସନୀୟା ମାଣ୍ଡିଙ୍ଗି , ସମିତି ମେମ୍ବର ସିନାଜି ପିଡିକା, ପି ଇ ଓ ରାମ ଚନ୍ଦ୍ର ମେଲେକା, ଶାଇ ପଟ୍ଟନାୟକ ଓ ପ୍ରବୀଣ କୁମାର ସାହୁକାର ବିଜେଡ଼ି ଦଳର ଜିଲ୍ଲା ସମ୍ପାଦକ ଅଭିମନ୍ୟୁ ଭାଣ୍ଡି, ବନମାଳୀ ଖୋରା,ବରିଷ୍ଟ କର୍ମୀ ଦୂର୍ୟ୍ଯ ନାଗ, ମୁକୁନ୍ଦ ବେବରା, ବି ଶ୍ରୀନିବାସ ପଟ୍ଟନାୟକ ଉପସ୍ଥିତ ରହି ଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

 

Related posts

ପଞ୍ଚାୟତ ସମିତି ବୈଠକରୁ ବାଛନ୍ଦ ହୋଇ ସରପଞ୍ଚ,ସମିତି ସଭ୍ୟଙ୍କ ଅନଶନର ଦ୍ଵିତୀୟ ଦିନରେ ଵ୍ଲକ କାର୍ଯ୍ୟାଳୟ ଅଚଳ

masiha

ସିକେରକୁପା ଓ ବିଜେପୁର ସେକ୍ସନରେ ମହାଦୁର୍ନୀତି ଅଭିଯୋଗ  ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ନିକଟରେ ଫେରାଦ ହେଲେ ଲୋକେ 

masiha

ଡାବୁଗାଁ ରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!