ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ପାଇଁ ଜିଲ୍ଲାର ପ୍ରମୁଖ ସ୍ଥାନରୁ ଭବାନିପାଟଣା ଅଭିମୁଖେ ମଶାଲ ଯାତ୍ରା

କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ପାଇଁ ଜିଲ୍ଲାର ପ୍ରମୁଖ ସ୍ଥାନରୁ ଭବାନିପାଟଣା ଅଭିମୁଖେ ମଶାଲ ଯାତ୍ରା

କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ପାଇଁ ଭବାନିପାଟଣା ଅଭିମୁଖେ ଧର୍ମଗଡ ମା ଭଣ୍ଡାରଘରଣୀ ଙ୍କ ମନ୍ଦିରରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ବ୍ଲକ ର ସେକ୍ସନ୍ ଅଫିସର୍ ମହେଶ କୁମାର ଦଲାଇ ସମେତ ଅନ୍ୟାନ୍ୟ କର୍ମଚାରୀ ଯୋଗ ଦେଇଥିଲେ।ଉକ୍ତ ମଶାଲ ଯାତ୍ରା କୁ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି କୋଡିନେଟ୍ କରୁଥିବା ବେଲେ ଏସ୍.ଏ.କେ ଧର୍ମଗଡ ଟିମ୍ ର ଅଙ୍କିତ ସେଠି,ଗୋବିନ୍ଦ ସାହୁ ମା ଡୁମେର୍ ଯୁବକ ସଂଘ କାଙ୍କେରୀ ର ଅଭିଷେକ ବାଗ ,ଜୟନ୍ତ ସୁନାନୀ ଏବଂ ପୁର୍ବତନ ଜାତୀୟ ସ୍ୱେଚ୍ଛାସେବୀ ସୁଧିର ଗୋପାଲ ସାମିଲ ହୋଇ ସମସ୍ତ ଙ୍କୁ ଉତ୍ସାହ କରିଥିଲେ।ମଶାଲ ଶୋଭାଯାତ୍ରା କୁ ବିଭିନ୍ନ ପଞ୍ଚାୟତ ଠାରେ ସ୍ୱାଗତ କରିବା ସହ ବଣ୍ଡାକୁଟୁରା ଠାରେ କର୍ତ୍ତବ୍ୟ ପକ୍ଷରୁ ମଧ୍ୟ ସ୍ୱାଗତ କରାଯାଇଛି । ଏହି ମଶାଲ ଶୋଭାଯାତ୍ରା କୁ କାଙ୍କେରୀ ମା ଡୁମେର୍ ମୁଡେନ୍ ଯୁବକ ସଂଘ୍ ର ସଭାପତି,ଟିମ ଏସ୍.ଏ.କେ ର ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ଜାତୀୟ ସ୍ୱେଚ୍ଛାସେବୀ ମହେଶ୍ୱର ସୁନାନୀ ପରିଚାଳନା କରୁଛନ୍ତି । ସୂଚନା ଯୋଗ୍ୟ ଯେ,କଳାହାଣ୍ଡି ଉତ୍ସଵ ଘୁମୁରା ର ସଫଳତା କାମନା ପାଇଁ ଜିଲ୍ଳାର ପ୍ରମୁଖ ଦୈବୀ ପୀଠ ଗୁଡିକରୁ ମଶାଲ ଶୋଭାଯାତ୍ରା ବାହାରି ଥାଏ। ମଶାଲ ଯାତ୍ରା ଆସନ୍ତା ୧୪ ତାରିଖ ଦିନ କଳାହାଣ୍ଡି ଉତ୍ସଵ ଘୁମୁରା ର ଉଦ୍ଘାଟନୀ ଉତ୍ସବ ଦିନ ଭବାନିପାଟଣାଠାରେ ପହଞ୍ଚିବା ନେଇ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବିଜାତଳାରେ ସାଇବର ସୁରକ୍ଷା ସଚେତନତା ରଥ ଓ ସଚେତନତା ଶିବିର 

masiha

ଵିଜାତଳା ବ୍ଳକ ! ମଢେଇକଚା ଗ୍ରା.ପ.; କୁମ୍ଭାରଡୁବି ଗ୍ରାମରେ ବଜ୍ରଘାତ ରେ ବଳଦ ର ମୃତ୍ୟୁ 

masiha

ଜୟପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ସ୍ୱାସ୍ଥ୍ୟ ସଚେତନତା ଓ ମୂଲ୍ୟାଙ୍କନ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!