ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହନୀୟ କଳା ଓ ସଂସ୍କୃତିର ଅପୂର୍ବ ଭଣ୍ଡାର କଳାହାଣ୍ଡି ୬୧ତମ ମହାବୀର ମହୋତ୍ସବ ଉଦଘାଟିତ 

ମହନୀୟ କଳା ଓ ସଂସ୍କୃତିର ଅପୂର୍ବ ଭଣ୍ଡାର କଳାହାଣ୍ଡି

୬୧ତମ ମହାବୀର ମହୋତ୍ସବ ଉଦଘାଟିତ 

ଭବାନୀପାଟଣା, ୦୯/୧୧( )-ବୀର ପ୍ରସବିନୀ କଳାହାଣ୍ଡି ମାଟିର ସୁସମୃଦ୍ଧ ଐତିହ୍ୟ ଓ ଇତିହାସ ସହିତ ଅନେକ ପ୍ରଥା, ପରମ୍ପରା ଏ ମାଟିକୁ ରୁଦ୍ଧିମନ୍ତ କରିଛି। ମହନୀୟ କଳା ଓ ସଂସ୍କୃତିର ଅପୂର୍ବ ଭଣ୍ଡାର କଳାହାଣ୍ଡି ଓ ଏହାକୁ ଉଜ୍ଜୀବିତ କରି ରଖିବାରେ ଓଡ଼ିଶାର ଅଗ୍ରଗଣ୍ୟ ମହାବୀର ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଆୟୋଜିତ ମହାବୀର ମହୋତ୍ସବ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି ବୋଲି ୬୧ତମ ମହାବୀର ମହୋତ୍ସବ ଅବସରରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଅନୁଷ୍ଠାନର ସଭାପତି ଶାନ୍ତନୁ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ଅତିଥି ଭାବେ ମୁଖ୍ୟଅତିଥି ଭାବେ ମହାବୀର ସାଂସ୍କୃତିକ ଅନୁଷ୍ଠାନର ପ୍ରତିଷ୍ଠାତା ସଭ୍ୟ ଯତୀନ୍ଦ୍ର କୁମାର ପଣ୍ଡା ଯୋଗ ଦେଇଥିଲେ। ପୂର୍ବାହ୍ନରେ ଅନୁଷ୍ଠାନର ପତାକା ଉତ୍ତୋଳନ ପରେ ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ, ବତ୍କୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଅତିଥି ଭାବେ ଓଡ଼ିଶା ଉର୍ଦୁ ଏକାଡେମୀର ସଦସ୍ୟ ଅବଦୁଲ କାଦିର, କଳାହାଣ୍ଡି ଲେଖକ କଳା ପରିଷଦର ଭବନାଥ ରାୟଗୁରୁ, ପ୍ରତିଭା ଅନୁଷ୍ଠାନର ସଭାପତି ଧ୍ୟାନାନନ୍ଦ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। ଏହାପରେ ପରେ ଓଡ଼ିଶାର ପ୍ରଥମ ଷ୍ଟେଜ ରିୟଲିଟି ସୋ ଭଏସ ଅଫ କଳାହାଣ୍ଡିର ସ୍କ୍ରିନିଂ ଅନୁଷ୍ଠିତ ହୋଇଥିଲା। ମହୋତ୍ସବର ଦ୍ଵିତୀୟ ଦିବସର ଦିବା କାର୍ଯ୍ୟକ୍ରମ ମଧ୍ୟରେ ଚିତ୍ରାଙ୍କନ, ସାଧାରଣ ଜ୍ଞାନ, କଣ୍ଠ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେହିପରି ଅପରାହ୍ନରେ ବିଶିଷ୍ଟ ଉଦଘୋଷକ ତଥା ମହାବୀର ସାଂସ୍କୃତିକ ଅନୁଷ୍ଠାନର ସମର୍ପିତ କର୍ମକର୍ତ୍ତା ସ୍ବର୍ଗତ ସୁଶୀଲ ଗହୀର ସ୍ମାରକୀ ଶିଶୁ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଦ୍ଵିତୀୟ ଦିନର ସନ୍ଧ୍ୟା କାର୍ଯ୍ୟକ୍ରମରେ ଅତିଥି ଭାବେ ଶିକ୍ଷାବିତ ସୁଧାଂଶୁ ନେଗୀ, ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଂପାଦକ ଅକ୍ଷୟ କୁମାର ଦାସ, ସମାଜସେବୀ ଶୁଭଲକ୍ଷ୍ମୀ ନାୟକ ଅତିଥି ଭାବେ ଯୋଗ ଦେଇଥିବାବେଳେ ଅନୁଷ୍ଠାନର ସାଧାରଣ ସଂପାଦକ ସଞ୍ଜୟ ସିଂହ, ସୁଶାନ୍ତ ସିଂହ, ପ୍ରଶାନ୍ତ ସିଂହ, ପ୍ରଦୀପ ସିଂହ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଶାନ୍ତନୁ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଞ୍ଜୀବ କୁମାର ସିଂହ ସଭା ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଭଏସ ଅଫ କଳାହାଣ୍ଡିର ଏଲିମିନେସନ ରାଉଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କଳାହାଣ୍ଡିର ବିଭିନ୍ନ ଅଞ୍ଚଳରୁ ୧୪ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ବିଚାରକ ଭାବେ ବିଶିଷ୍ଟ ସଂଗୀତଜ୍ଞ ଶୁଭେନ୍ଦୁ ପାଢ଼ୀ, ରୋଜାଲିନ ତ୍ରିପାଠୀ, ସଂଗ୍ରାମ ସରାଫ ଦାୟିତ୍ୱ ତୁଲାଇଥିଲେ। ସଞ୍ଜୀବ ସିଂହ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ବସ୍ତା ଅଞ୍ଚଳ ର ସମାଚାର

masiha

ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ପୁଳାପୁଳା ଟଙ୍କା: ଜଣେ ଫେରାର, ୨ ଆହତ ଡାକ୍ତରଖାନାରେ ଭର୍ତ୍ତି

masiha

ସୁରେନ୍ଦ୍ର ନାଥ ପରିଡ଼ା ଙ୍କୁ ସାପ୍ତାହିକ ପତ୍ରିକା ଅଭିନନ୍ଦନ ତରଫରୁ କବି ସମ୍ମାନ ରେ ସମ୍ମାନିତ

Sunil Chandra Nayak

Leave a Comment

error: Content is protected !!