ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଲମ ପୁର ବ୍ଲକ ଯାଦବ ମହାସଭା ନିର୍ବାଚନୀ ସଭା ଅନୁଷ୍ଠିତ 

କଲମ ପୁର ବ୍ଲକ ଯାଦବ ମହାସଭା ନିର୍ବାଚନୀ ସଭା ଅନୁଷ୍ଠିତ 

କଳାହାଣ୍ଡି ଜିଲ୍ଲା କଲମପୁର ମଣ୍ଡି ଠାରେ କଲମପୁର ବ୍ଲକ ଯାଦବ ମହାସଭାର ସାଂଗଠାନିକ ଓ ନିର୍ବାଚନୀ ସଭା କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ଶ୍ରୀନୃପରାଜ ଯାଦବଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସଭାରେ ଶ୍ରୀନୃପରାଜ ଯାଦବ ସଭାପତି ଜିଲ୍ଲା ଯାଦବ ମହାସଭା କଳାହାଣ୍ଡି,ଗିରିଧାରୀ ଗଉଡ ସଭାପତି ଅଭର୍ଥନା ସମିତି ଜିଲ୍ଲା ଯାଦବ ମହାସଭା, ସଦାନନ୍ଦ ଚନ୍ଦନ ଉପସଭାପତି ଅଭର୍ଥନା ସମିତି ଜିଲ୍ଲା ଯାଦବ ମହାସଭା, ତ୍ରିପୁରା ନାଏକ ସମ୍ପାଦକ୍ ଅଭର୍ଥନା ସମିତି ଜିଲ୍ଲା ଯାଦବ ମହାସଭା,ପର୍ଯ୍ୟବେକ୍ଷକ ଭାବରେ ଗିରିଧାରି ତେଜି ସଭାପତି ଯାଦବ ମହାସଭା ଗୋଲାମୁଣ୍ଡା ଓ ଶତ୍ରୁଘ୍ନ ରାଉତ ସଭାପତି ଯାଦବ ମହାସଭା ଜୟପାଟଣା ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀତ୍ରିପୁରା ନାଏକ ସମ୍ପାଦକ ଜିଲ୍ଲା ଯାଦବ ମହାସଭା ଅଭର୍ଥନା ସମିତି ନିର୍ବାଚନ ପରିଚାଳନା କରିଥିଲେ।ନୂତନ ଭାବେ ଶ୍ରୀକୃଷ୍ଣ ସିଂ ଲହଜଲ ସଭାପତି, ଶ୍ରୀପ୍ରଶାନ୍ତ କଂକ୍ରିଆ ସଧାରଣ ସମ୍ପାଦକ, ଶ୍ରୀତ୍ରିନାଥ କାଣ୍ଡ କୋଷାଧ୍ୟକ୍ଷ,ଶ୍ରୀ କମଲେ ବାଗ ଉପ ସଭାପତି ଓ ଶ୍ରୀଡମ୍ବରୁ ଧର ନାଗ ସହ ସଂପାଦକ ଭାବରେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ। ସଂଗଠନ ଓ ନିର୍ବାଚନ ସଭାରେ କଲମପୁର ବ୍ଲକର ଆଞ୍ଚଳିକ ସଭାପତି, ସମ୍ପାଦକ,ଯୁବଗୋଷ୍ଠୀ ତଥା ଜାତିପ୍ରେମୀ ଯାଦବବନ୍ଧୁ ପ୍ରମୁଖ ଉପସ୍ଥିତ ଥିଲେ। ନିର୍ବାଚିତ କର୍ମକର୍ତ୍ତାଙ୍କୁ ନବମ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଅଭର୍ଥନା ସମିତି ତରଫରୁ ସ୍ବାଗତ ଜଣେଇ ଅଭିନନ୍ଦନ ଜଣେଇ ଶପଥ ପାଠ କରେଇଥିଲେ। 

ବିଷ୍ଣୁ ଚରଣ ସ୍ବାଇଁ ଙ୍କ ରିପୋର୍ଟ୍ 

Related posts

ତ୍ରିନାଥ ସିଂହଙ୍କୁ ଶବ୍ଦଶିଳ୍ପୀ ରୋହିତ ପଟେଲ ସମ୍ମାନ

masiha

ସଂଯୁକ୍ତ କିସାନ୍ ମର୍ଚ୍ଚାର ଦାବିପତ୍ର ପ୍ରଦାନ

Sunil Chandra Nayak

ବିଭିନ୍ନ ଦାବି ନେଇ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ବେଜେପି ନେତା ଠାକୁର ରଞ୍ଜିତ ଦାସ

masiha

Leave a Comment

error: Content is protected !!