ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ ଓଡିଶା ନବୀନ ଓଡିଶା ଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସବ ଉଦଯାପିତ

ଯୁବ ଓଡିଶା ନବୀନ ଓଡିଶା ଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସବ ଉଦଯାପିତ

(ବି ଡି ଓ ନିମନ୍ତ୍ରଣ କରି ଭୁଲି ସାମ୍ବାଦିକଙ୍କୁ, ସାମ୍ବାଦିକ ମହଲ ରେ ତୀବ୍ର ଅସନ୍ତୋଷ)

ଜୁନାଗଡ଼,୧୧/୧(ମ ନି ସ)ନୂଆ ଓ ଯୁବ ଓଡିଶା ନବୀନ ଓଡିଶା ଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସବ ର ଉଦଯାପନୀ ଉତ୍ସବ ର ସ୍ତାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ଠାରେ ମହା ସମାରୋହରେ ଉଦଯାପିତ ହୋଇଯାଇଛି l ଏହି ଉଦଯାପନୀ ଉତ୍ସବରେ ରେ ଜିଲ୍ଲା ସ୍ତରୀୟ କ୍ରିକେଟ ପ୍ରତିଯୋଗିତା ରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ସନ୍ଧ୍ୟା ରେ ଅନେକ ସାସ୍କୃତିକ କାର୍ଯ୍ୟକ୍ରମ ସହ ବହୁ ଆଡମ୍ବର ସହକାରେ ଉଦଯାପନୀ ସମାରୋହ ପାଳନ କରାଯାଇଥିଲା l ଜିଲ୍ଲା ପ୍ରଶାସନ ତରଫରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସାମାନ୍ୟ ଖାଲି ସୂଚନା ଦିଆଯାଇଥିଲା l ହେଲେ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରାଯାଇ ସାମାନ୍ୟ ତମ ପ୍ରେସ ଗ୍ୟାଲେରି ର ବ୍ୟବସ୍ତା ବି କରାଯାଇନଥିଲା l ଏପରି କି ଆଗ ଧାଡ଼ି ର ଅନେକ୍ ସିଟ ରେ ଦଳୀୟ କର୍ମ କର୍ତ୍ତା, ପ୍ରାଶାସନିକ ଅଧିକାରୀ କବଜା ଦେଖିବାକୁ ମିଳିଥିଲା l ଏପରି ଅବ୍ୟ ବ୍ୟସ୍ଥା ଦେଖି ସମସ୍ତ ଗଣ ମାଧ୍ୟମ ପ୍ରତିନିଧି ଅସନ୍ତୋଷ ପ୍ରକାଶ କରି ସେଠାରୁ ପଳେଇ ଯାଇଥିଲେ l ଏହି କାର୍ଯ୍ୟକ୍ରମରେ ଓଡିଶା କ୍ରିକେଟ ଆସୋସିଏସନ୍ ସଭା ପତି ତଥା ଯାଜପୁର ବିଧାୟକ୍ ପ୍ରଣବ ପ୍ରକାଶ ଦାସ ସକ।ଲେ ଉପସ୍ଥିତ ରହି ଅନୁଷ୍ଠିତ କ୍ରିକେଟ ପ୍ରତିଯୋଗୀତା ରେ ବି ଜୟ ଦଳ ଅତିରିକ୍ତ ୨୫୦୦୦ ଟଙ୍କା ଲେଖାଏ ଅନୁଦାନ ରାଶି ଘୋଷାଣ କରି ପ୍ରତିଯୋଗୀ ଙ୍କୁ ଉତ୍ସାହିତ କରିଥିଲେ l ସନ୍ଧ୍ୟା ର ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ଯ ଶଙ୍କର ମିଶ୍ର, ବ୍ଲକ ଅଧକ୍ଷ୍ୟl ସବିତା ମେହେର, ଉପାଧ୍ୟକ୍ଷ ପ୍ରମୋଦ ବେହେରା, ଏନ୍ ଏ ସି ଉପାଧ୍ୟକ୍ଷl ହିଁମାଦ୍ରୀ ନାଏକ, ସରପଞ୍ଚ ତାରା ରାଇଗୁରୁ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ l ଏହି ଜିଲ୍ଲା ସ୍ତରୀୟ କ୍ରିକେଟ ପ୍ରତିଯୋଗିତା ରେ ପୁରୁଷ ବିଭାଗ ରେ ନର୍ଲା ର ମୁଁ ସ୍କୁଟି ଦଳ ଓ ମହିଳା ବିଭାଗ ରେ ଭବାନୀପାଟଣା ମହିଳା ମହା ବିଦ୍ୟାଳୟ ଚାମ୍ପିଆନ୍ ହୋଇଥିବା ବେଳେ ପୁରୁଷ ବିଭାଗ ରେ ରନର୍ସ ଅପ୍ ମଦନ ପୁର୍ ରାମପୁର ଓ ମହିଳା ବିଭାଗ ରେ ଜୁନାଗଡ ପ୍ରିୟ ଦର୍ଶନି ଇନ୍ଦିରା ମହାବିଦ୍ୟାଳୟ ରନର୍ସ ଅପ୍ ଭବେ ପୁରସ୍କୃତ ହୋଇଥିଲେ l କାର୍ଯ୍ୟକ୍ରମରେ ବିଭିନ୍ନ କର୍ମ କର୍ତ୍ତା ଙ୍କୁ ପୁରସ୍କାର ଦେଇ ସମ୍ମାନିତ କରାଯାଇ ଥିବା ବେଳେ କେଉଁ ଉଦେଶ୍ୟ ରେ ଓ କାହା ଇଙ୍ଗିତରେ ଜଣେ ସରକାରୀ କର୍ମଚାରୀ ଙ୍କୁ ପୁରସ୍କାର ଦେଇ ସମ୍ମାନିତ କରାଗଲା ଏହା ବୁଦ୍ଧିଜୀବୀ ଓ ଛାତ୍ର ଛାତ୍ରୀ ମହଲ ରେ ଆଲୋଚନା ର ବିଷୟ ହୋଇଛି l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ତିନି କିଲୋମିଟର ଚାଲିଚାଲି ଯାଇ ଉପାନ୍ତ ଅଂଚଳରେ ସ୍ୱାସ୍ଥ୍ୟସେବା ଯୋଗାଇଲେ ସ୍ୱାସ୍ଥ୍ୟ କର୍ମଚାରୀ 

masiha

ଓଡ଼ିଆ ପକ୍ଷ ୨୦୨୬ ଅବସରରେ ଜିଲ୍ଲାସ୍ତରୀୟ ବନ୍ଦନୀୟ ବରପୁତ୍ର ଓ କବିତା ପାଠୋତ୍ସବ ଆୟୋଜିତ 

Sunil Chandra Nayak

ବାଗେଶ୍ୱର ଧାମ ଶିଷ୍ୟ ମଣ୍ଡଳ ପକ୍ଷରୁ ଭକ୍ତିମୟ କାର୍ଯ୍ୟକ୍ରମ

Leave a Comment

error: Content is protected !!