ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଦଯାପିତ ହେଲା ବ୍ଲକ ସ୍ତରୀୟ ଗୁଡହାଣ୍ଡି ଉତ୍ସଵ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ଉଦଯାପିତ ହେଲା ବ୍ଲକ ସ୍ତରୀୟ ଗୁଡହାଣ୍ଡି ଉତ୍ସଵ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

କୋକସରା,୧୨/୧ // କଳାହାଣ୍ଡି ଉତ୍ସଵ ଘୁମୁରା ଅବସରରେ କୋକସରା ବ୍ଲକ ସ୍ତରୀୟ ଗୁଡହାଣ୍ଡି ମହୋତ୍ସବ ଗୁରୁବାର ବିଭିନ୍ନ ଲୋକକଳା ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଉଦଯାପିତ ହୋଇଯାଇଛି। ଉଦଯାପନି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ମୁଖ୍ୟବକ୍ତା ଭାବେ ସାନ୍ଧ୍ୟ କଲେଜ ଭବାନୀପାଟଣା ଅଧ୍ୟାପକ ପରମେଶ୍ୱର ମୁଣ୍ଡ, ବିଶିଷ୍ଟ ଅତିଥି ଭାବେ ପଦ୍ମଶ୍ରୀ ହଳଧର ନାଗ, ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଜୟପୁର ନଗରପାଳ ନରେନ୍ଦ୍ର ମହାନ୍ତି ଗୁଡହାଣ୍ଡି ମଞ୍ଚରେ ଉପସ୍ଥିତ ରହି କଳାହାଣ୍ଡିର କଳା ସଂସ୍କୃତି ଐତିହର ବାର୍ତ୍ତାବହ କଳାହାଣ୍ଡି ଉତ୍ସଵ ଘୁମୁରା ସୁଦୂର ପ୍ରସାରି ପାଇଁ ଏହି ଲୋକ ମହୋତ୍ସବ ଗୁରୁତ୍ୱ ବହନ କରୁ ବୋଲି ବୋଳି ମତ ପ୍ରକାଶ କରିଥିଲେ। ଏହି ଲୋକ ମହୋତ୍ସବରେ ପଦ୍ମଶ୍ରୀ ଶ୍ରୀ ନାଗ ପଶ୍ଚିମ ଓଡିଶାର ଏହି ଲୋକକଳା ମହୋତ୍ସବ ସ୍ଥାନୀୟ କଳାକାରଙ୍କ ପାଇଁ ପ୍ରେରଣାର ଉତ୍ସ ହେଉ ବୋଲି କହିଥିଲେ। ଜୟପୁର ବିଧାୟକ ତାରା ବାହିନୀପତିଙ୍କ ମନ ମତାଣିଆ ଅଭିଭାଷଣ ଦର୍ଶକଙ୍କୁ ହସର ଖୋରାକ ଦେଇଥିଲା। ପରେ ଗୋଟିପୁଅ ନୃତ୍ୟ ପୁରୀ, ବଜାସାଲ ଲୋଇସିଙ୍ଗା, ଲାଠି ନୃତ୍ୟ କୋଟପାଡ଼, ଶିବଶକ୍ତି ଡ୍ୟାନ୍ସ ଗ୍ରୁପ କୋଲକାତା, ନଟରାଜ ଡ୍ୟାନ୍ସ ଗ୍ରୁପ କଟକ, ଛତିଶଗଡ଼ ଡ୍ୟାନ୍ସ ଗ୍ରୁପ ଛତିଶଗଡ଼ ଓ ସ୍ଥାନୀୟ ଅଞ୍ଚଳର ଲୋକ କଳାକାରଙ୍କ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକଙ୍କୁ ବିମୋହିତ କରି ରଖିଥିଲା। ସଞ୍ଜୀବ କୁମାର ପାଢୀ, ମୋହନ ଚରଣ ବିଶି ମଞ୍ଚ ପରିଚାଳନା କରିଥିବା ବେଳେ କ୍ଷୀରସିନ୍ଧୁ ବାଣୁଆ, ପଙ୍କଜ ମୁଖ ଚୌଧୁରୀ, ଶୁଭଶ୍ରୀ ସାହୁ, ଗୀତାଞ୍ଜଳି ରାଉତ ସହଯୋଗ କରିଥିଲେ।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଓ କଳାହାଣ୍ଡି ଉତ୍ସଵରେ ସହଯୋଗ କରିଥିବା ବିଭିନ୍ନ ବିଭାଗର କର୍ମକର୍ତ୍ତାଙ୍କୁ ମାନପତ୍ର ସହ ସମ୍ମାନିତ କରାଯାଇଥିଲା। ଶେଷରେ ବିଡ଼ିଓ ସ୍ନେହାପ୍ରଭା ମାଝୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ବ୍ଲକ ସ୍ତରୀୟ ଗୁଡହାଣ୍ଡି ଉତ୍ସଵରେ ସହଯୋଗ କରିଥିବା କମିଟିର ସଦସ୍ୟ ଓ କୋକସରା ବ୍ଲକର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ରାଉରକେଲାରେ କେନ୍ଦ୍ର ଇସ୍ପାତ ଯୁଗ୍ମ ସଚିବ ଆରଏସପି ସଂପ୍ରସାରଣକୁ ନେଇ ଉଚ୍ଚସ୍ତରୀୟ ବୈଠକ 

Sunil Chandra Nayak

ଆସ୍ଥା ର ମହିଳା ଦିବସ ଆସନ୍ତା ୧୬ ରେ….

masiha

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!