ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡିରେ ୫ଟି ସଚୀବ ଭି କେ ପାଣ୍ଡିୟାନ , ରୂପାନ୍ତରୀକରଣରେ କଳାହାଣ୍ଡି ଜିଲ୍ଲା ଏକ ନମ୍ବର 

କଳାହାଣ୍ଡିରେ ୫ଟି ସଚୀବ ଭି କେ ପାଣ୍ଡିୟାନ ,

ରୂପାନ୍ତରୀକରଣରେ କଳାହାଣ୍ଡି ଜିଲ୍ଲା ଏକ ନମ୍ବର 

ନୂଆ ଓଡିଶା ସଶକ୍ତ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ, ଲୋକଙ୍କୁ ବିକାଶର ହିସାବ ଦେଲେ ୫ଟି ଅଧ୍ୟକ୍ଷ, କହିଲେ ଏହି ସରକାର ଲୋକମାନଙ୍କର ସରକାର ।

କଳାହାଣ୍ଡି ଜିଲ୍ଲା ଗସ୍ତରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ମା’ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ପଡ଼ିଆରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତଛାତ୍ରୀ ଙ୍କୁ ଦେଲେ ସଫଳତାର ଗୁରୁମନ୍ତ୍ର । ଜୟ ଜଗନ୍ନାଥ, ଜୟ ମା’ ମାଣିକେଶ୍ବରୀ କହି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ ୫ଟି ଅଧ୍ୟକ୍ଷ । ନୂଆବର୍ଷର ଅଭିନନ୍ଦନ ଦେବା ସହ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଇଥିଲେ ୫ଟି ଅଧ୍ୟକ୍ଷ ।

ଏହି ଅବସରରେ ସେ କହିଥିଲେ, ‘ସମସ୍ତ ଛାତ୍ରଛାତ୍ରୀ ଏବେ ସେମାନଙ୍କ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ପାହାଚରେ ଅଛନ୍ତି । ଛାତ୍ରଛାତ୍ରୀଙ୍କ ଏହା ଏକ ଗୋଲଡେନ ପିରିୟଡ । ଏହି ସମୟରେ ଆପଣମାନଙ୍କ ଲାଗି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପାଠ ପଢିବା । ପାଠ ପଢିବା ସହ କରିକୁଲାର ଆକ୍ଟିବିଟିଜ୍ ମଧ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ବାସ ବଢିବ । ଜୀବନରେ ସଫଳ ହେବା ଲାଗି ଆତ୍ମବିଶ୍ବାସ ବହୁ ଜରୁରୀ । ଏଥିଲାଗି ମୁଖ୍ୟମନ୍ତ୍ରୀ ଏହି ନୂଆ-ଓ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହାଦ୍ବାରା ଆପଣଙ୍କ ମଧ୍ୟରେ ଥିବା ପ୍ରତିଭା ବାହାରକୁ ଆସିବ । ସାମଗ୍ରିକ ବ୍ୟକ୍ତିତ୍ବର ଉନ୍ନତି ହେବ । ପାଠ ପଢିବା ସହ ସାମଗ୍ରିକ ବ୍ୟକ୍ତିତ୍ବର ବିକାଶ ହେଲେ ଜୀବନରେ ସଫଳତା ହାସଲ କରି ହେବ ।’

ଆଗକୁ ସେ କହିଥିଲେ, କୌଣସି ପ୍ରତିଯୋଗିତାରେ ଜିତିଲେ ଖୁସି ଲାଗିବ । ଏଥିରେ ଭାଗ ନେଲେ ଜୀବନ ସଂଘର୍ଷ କ’ଣ ଜାଣିବେ । ଆପଣଙ୍କ ମଧ୍ୟରେ ଥିବା ନେତୃତ୍ବ ଓ ଟିମ ୱାର୍କ ଭଳି ପ୍ରତିଭାର ବିକାଶ ହେବ । ଏଥିଲାଗି ଆପଣମାନଙ୍କୁ ସୁସ୍ଥ ରହିବା ସହ ନିଜ ମନକୁ ସୁସ୍ଥ ରଖିବା ଜରୁରୀ । ପ୍ରତିଦିନ ୩୦ ମିନିଟ ଶାରିରୀକ ପରିଶ୍ରମ ସହ ୧୫ ମିନିନ ଧ୍ୟାନ ନିଶ୍ଚିତ କରନ୍ତୁ । ଉଜ୍ଜଳ ଭବିଷ୍ୟତ ଲାଗି ଦିନକୁ ୧୪ ଘଣ୍ଟା ପରିଶ୍ରମ କରନ୍ତୁ ।’

ସୋସିଆଲ ମିଡିଆରେ ସମୟ ଅପଚୟ ନକରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ୫ଟି ଅଧ୍ୟକ୍ଷ । ସୋସିଆଲ ମିଡିଆରୁ ବହୁତ କିଛି ଶିଖି ପାରିବେ । ଏଥିରୁ ଭଲ ତଥ୍ୟ ଗ୍ରହଣ କରିବାକୁ ଚେଷ୍ଟା କରିବାକୁ ଛାତ୍ରଛାତ୍ରୀଙ୍କ ପରାମର୍ଶ ଦେଇଛନ୍ତି ୫ଟି ଅଧ୍ୟକ୍ଷ । ସେହିପରି ବାପାମାଆ ଓ ଗୁରୁଜନଙ୍କ କଥା ମାନି ସେମାନଙ୍କୁ ସମ୍ମାନ ଦେବାକୁ କହିଛନ୍ତି । କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ । ଆତ୍ମବିଶ୍ବାସ ରଖି କଠିନ ପରିଶ୍ରମ କଲେ ଭବିଷ୍ୟତ ଉଜ୍ଜଳ ହେବ ଓ ସ୍ବପ୍ନ ସାକାର କରିବେ ବୋଲି ୫ଟି ଅଧ୍ୟକ୍ଷ କହିଛନ୍ତି ।

ଏହି ଅବସରରେ କଳାହାଣ୍ଡି ଜିଲ୍ଲାର କିଛି ସଫଳ ବ୍ୟକ୍ତିତ୍ବଙ୍କ ଉଦାହରଣ ଦେଇଥିଲେ ୫ଟି ଅଧ୍ୟକ୍ଷ । କେସିଙ୍ଗାର ସରକାରୀ ବିଦ୍ୟାପୀଠରୁ ପାଠ ପଢି ଅନୁପମ ଶାହା ଜିଲ୍ଲାପାଳ ହୋଇ ପାରିଛନ୍ତି । ବରିଷ୍ଠ ପୋଲିସ ଅଧିକାରୀ ସତ୍ୟବ୍ରତ ଭୋଇ ଏମ ରାମପୁର ସରକାରୀ ବିଦ୍ୟାଳୟରେ ପଢି ଆଇପିଏସ ହୋଇ ପାରିଛନ୍ତି । ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟରୁ ପାଠ ପଢି ଆଇପିଏସ ପାଇଥିବା ପିନାକ ମିଶ୍ରଙ୍କ ମଧ୍ୟ ଉଦାହରଣ ଦେଇ କଠିନ ପରିଶ୍ରମ ଏକମାତ୍ର ସଫଳତାର ସୂତ୍ର ବୋଲି କହିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଛାତ୍ରଛାତ୍ରୀ ନିଜ ପ୍ରତି ବିଶ୍ବସ୍ତ ହୁଅନ୍ତୁ, ବହୁତ ଉପରକୁ ଯିବେ । କିଏ ବି ଆପଣଙ୍କ ସଫଳତାକୁ ବନ୍ଦ କରିପାରିବେନି ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

୭ ମାସ ଭିତରେ କଳାହାଣ୍ଡି ପାଇଛି ୫୭୦ କୋଟି ଟଙ୍କା ପାଇଛି ବୋଲି କହିଛନ୍ତି ୫ଟି ଅଧ୍ୟକ୍ଷ।

ରୂପାନ୍ତରଣର ସବୁଠୁ ବଡ଼ ଉଦାହରଣ ପାଲଟିଛି କଳାହାଣ୍ଡି । ମେଡିକାଲ କଲେଜ, ୟୁନିଭର୍ସିଟି, ଇଂଜିନିୟରିଂ କଲେଜରୁ ଜଳସେଚନ ପର୍ଯ୍ୟନ୍ତ ସବୁ ସୁବିଧା ଯୋଗାଇ ଦିଆଯାଇଛି । ଚାଷୀଙ୍କ ପାଇଁ କଳାହାଣ୍ଡିରେ ଜଳସେଚନ ପାଇଁ ଯେଉଁ କାମ ହୋଇଛି ସାରା ରାଜ୍ୟରେ ଆଉ କେଉଁଠି ହୋଇନି । ଚାଷୀ ଭାଇଙ୍କ ଜୀବନରେ ବହୁତ ବଡ଼ ଆକାରରେ ରୂପାନ୍ତରଣ ହୋଇଥିବା ଭବାନୀପାଟଣା ଶ୍ରୀକ୍ରିଷ୍ଣ ପଡ଼ିଆରେ କହିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ସ୍ଥାନୀୟ ଲୋକଙ୍କୁ ଉଦବୋଧନ ଦେଇ କହିଥିଲେ, ‘କଳାହାଣ୍ଡି ଜିଲ୍ଲାକୁ ବହୁତ ଭଲ ପାଆନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଁ ୨୦୦୨ରେ କଳାହାଣ୍ଡିରେ ଦୁଇ ବର୍ଷ କାମ କରିଛନ୍ତି । କଳାହାଣ୍ଡି କେମିତି ଥିଲା ଗାଁ ଗାଁକୁ ଯାଇ ବୁଲି ଦେଖିଥିଲି । ଆଉ ଏବେ କଳାହାଣ୍ଡି କେମିତି ହୋଇଛି ସେକଥା ସମସ୍ତେ ଜାଣିଛନ୍ତି ।’ ଏହି ଅବସରରେ କଳାହାଣ୍ଡିବାସୀଙ୍କୁ ପୁରୁଣା ପରିବାର କହି ସମ୍ବୋଧନ କରିଥିଲେ କାର୍ତ୍ତିକ ପାଣ୍ଡିଆନ ।

ବିକାଶର ହିସାବ ଦେଇ ୫ଟି ଅଧ୍ୟକ୍ଷ କହିଥିଲେ, ମୁଁ ଗତ ମେ’ ୧୯ ଓ ୨୦ ତାରିଖରେ କଳାହାଣ୍ଡି ଆସିଥିଲି । ସେତେବେଳେ ପାଖାପାଖି ୨ ହଜାର ଦରଖାସ୍ତ ନେଇଥିଲେ । ଏଥିରୁ ୧୮ ଶହ ଦରଖାସ୍ତର ସମାଧାନ ହୋଇଛି । ୭ ମାସ ଭିତରେ କଳାହାଣ୍ଡି ଜିଲ୍ଲା ପାଇଁ ୫୭୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । କଲେଜ ରୂପାନ୍ତରଣ ପାଇଁ ୨୭ କୋଟି ଟଙ୍କା ମଞ୍ଜୁର ହୋଇଛି । ଫେବୃଆରୀ ଶେଷ ସୁଦ୍ଧା କାମ ସରିଯିବ । ବେଲଖଣ୍ଡି ଓ ମା’ ଲଙ୍କେଶ୍ବରୀ ମନ୍ଦିର ପାଇଁ ୨ କୋଟି ୫୦ ଲକ୍ଷ ଲେଖାଏଁ ଟଙ୍କା, ମା’ ଭଣ୍ଡରଘରଣୀ ମନ୍ଦିର ପାଇଁ କୋଟିଏ ୯ ଲକ୍ଷ, ଆମ୍ବପାଣି ବୁଢାରଜା ମନ୍ଦିର ପାଇଁ ୭୫ ଲକ୍ଷ ଟଙ୍କା, ଥୁଆମୂଳ ରାମପୁର ଜଗନ୍ନାଥ ମନ୍ଦିର ପାଇଁ ୨୦ ଲକ୍ଷ, ଭବାନୀପାଟଣା ଆଶା ସାଗର ପାଇଁ ୬ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ।’

ପିପଲ ନାଳ ସେତୁ ଓ ସୌନ୍ଦର୍ଯ୍ୟକରଣ ପାଇଁ କୋଟିଏ ୭୦ ଲକ୍ଷ, ସାନ୍ଦୁଲ ନଦୀ ଉପରେ ସେତୁ ପାଇଁ ୧୪ କୋଟି ୫୦ ଲକ୍ଷ, ହାତୀ ନଦୀ ଉପରେ ସେତୁ ପାଇଁ ୧୧ କୋଟି ୨୦ ଲକ୍ଷ, କଲ୍ୟାଣ ନଦୀ ଉପରେ ଡଙ୍ଗର ମୁରଲୀରୁ ଖଲିପଦର ରାସ୍ତାରେ ସେତୁ ପାଇଁ ୮ କୋଟି ୮୨ ଲକ୍ଷ ଟଙ୍କା ଓ ରେତ ନଦୀ ଉପରେ ସଗରପଦା ଖମାରପଦର ରାସ୍ତାରେ ସେତୁ ପାଇଁ ୮ କୋଟି ୪୦ ଲକ୍ଷ ଟଙ୍କା ଅନୁମୋଦନ ହୋଇଥିବା ୫ଟି ଅଧ୍ୟକ୍ଷ କହିଛନ୍ତି ।

ଆଗକୁ ସେ କହିଥିଲେ ଯେ,ଥୁଆମୂଳ ରାମପୁରରେ ସରକାରୀ ଡିଗ୍ରୀ କଲେଜକୁ ମଞ୍ଜୁରୀ ମିଳିଛି । ୧୦ ଦିନ ଭିତରେ ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ ଖୁସି ଖବର ମିଳିବ। ଜିଲ୍ଲାରେ ଲକ୍ଷ୍ମୀ ବସ ଚାଲିଛି । ବିଏସକେଓ୍ବାଇ କାର୍ଡ ପାଇ ନଥିବା ଗ୍ରାମାଞ୍ଚଳ ଲୋକ ଆବେଦନ କରନ୍ତୁ । ଏହି ଯୋଜନାରେ ବଡ଼ ହସ୍ପିଟାଲରେ ଚିକିତ୍ସିତ ହେବାକୁ ଗରିବଙ୍କୁ ମୁଖ୍ୟମନ୍ତ୍ରୀ ସାହାସ ଦେଇଛନ୍ତି ।

ଏହି ଅବସରରେ କଳାହାଣ୍ଡିରେ ପ୍ରତି ଘରେ ନବୀନ କାର୍ଡ ପହଞ୍ଚାଇବାକୁ ସେ ଆହ୍ବାନ ଦେଇଥିଲେ । ମାର୍ଚ୍ଚ ସୁଦ୍ଧା ଆମ ବ୍ୟାଙ୍କ ଯୋଜନାରେ ସବୁ ପଞ୍ଚାୟତରେ ବ୍ୟାଙ୍କ ଖୋଲିବ।ଭତ୍ତା ପାଉଥିବା ଲୋକଙ୍କୁ ଶୀଘ୍ର ଖୁସି ଖବର ମିଳିବ ବୋଲି ସେ କହିଛନ୍ତି । ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ । କଳାହାଣ୍ଡି କୁ ସବୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ, କଳାହାଣ୍ଡି ବାସୀ ତାଙ୍କୁ ସମ୍ମାନ ଦେବାକୁ ୫ଟି ଅଧ୍ୟକ୍ଷ ଆହ୍ବାନ ଦେଇଛନ୍ତି । ଏହି ସରକାର ଲୋକଙ୍କ ସରକାର । ଲୋକ ଯାହା ଚାହିଁବେ ସେଇ କାମ ହେବ ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରାଆମ ତରଫରୁ ସହିଦ୍ ଲକ୍ଷ୍ମଣ ଜୟନ୍ତି ପାଳନ

Sunil Chandra Nayak

ଲାଞ୍ଜିଗଡ଼ ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

masiha

ଅମଲା ଧର୍ମଘଟ ରେ : ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦ୍ୱେତ ବ୍ଲକ ଦାୟିତ୍ୱରେ ଜି ପି ଇ ଇ ଦୀର୍ଘ ଛୁଟିରେ କେମିତି ଚାଲୁଛି ପଞ୍ଚାୟତ ସମିତି କାର୍ଯ୍ୟାଳୟ

Sunil Chandra Nayak

Leave a Comment

error: Content is protected !!