ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନାଲ ପାଣି ଦାବୀରେ ଚାଷୀମାନଙ୍କ ଆନ୍ଦୋଳନ

କେନାଲ ପାଣି ଦାବୀରେ ଚାଷୀମାନଙ୍କ ଆନ୍ଦୋଳନ

ଆଗାମୀ ରବି ଚାଷ ପାଇଁ ଧର୍ମଗଡ ବ୍ଲକ ଅନ୍ତର୍ଗତ ଟିପିଗୁଡା କେନାଲରେ ପାଣି ଛାଡିବାକୁ ଦାବିକରି ଟିପିଗୁଡା ଅଂଚଳର ଶତାଧିକ ଚାଷୀ ଧର୍ମଗଡ଼ ଆସି ଇନ୍ଦ୍ରାବତୀ ଅଧିକ୍ଷଣ ଯନ୍ତ୍ରୀ ଓ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

A୨୦୦୬ ମସିହାରୁ ଏହି ଅଂଚଳରେ କେନାଲ ଖୋଲା ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚାଷୀଙ୍କୁ ପାଣି ଦେଉ ନ ଥିବାରୁ ଚାଷୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଅଂଚଳ ରେ ବାରମ୍ବାର ମରୁଡି ଦେଖା ଦେଉଥିବା ବେଳେ ଚଷୀ ମାନଙ୍କୁ କିନ୍ତୁ ଜଳ ସେଚନ ଅଂଚଳ କହି ମରୁଡି ଜନିତ କୌଣସି ସରକାରୀ ସୁବିଧା ଦିଆଯାଉନାହିଁ।ଅନ୍ୟପଟେ ଚାଷୀ କିନ୍ତୁ ନିଜ ଚାଷ ଜମିରେ କେନାଲ ଦେଖୁଥିଲେ ମଧ୍ୟ ପାଣି ପାଇପାରୁ ନାହିଁ। ଏନେଇ ଚାଷୀ ମାନେ ବିଗତ ଦିନରେ ବାରମ୍ବାର ବିଭାଗୀୟ ଅଧିକାରୀ ମାନଙ୍କୁ ଦାବିପତ୍ର ଦେଇଥିଲେ ମଧ୍ୟ ସେମାନେ ଡ୍ୟାମରେ ପାଣି ନାହିଁ, ଏଣୁ ତୁମ ଅଂଚଳକୁ ପାଣି ଦିଆଯାଇ ପାରିବ ନାହିଁ ବୋଲି କହୁଛନ୍ତି।ଯଦି ଇନ୍ଦ୍ରାବତୀ ଡ୍ୟାମରେ ପାଣି ନାହିଁ, ତେଵେ ଡ୍ୟାମର ପାଣି କାହିଁକି ହାତୀ ନଦୀରେ ବର୍ଷ ସାରା ପାଣି ଛାଡି ଦିଆଯାଉଛି, ବିଭିନ୍ନ କମ୍ପାନୀ କୁ କାହିଁକି ପାଣି ଦିଆଯାଉଛି ବୋଲି ଚାଷୀ ମାନେ ପାଲଟା ପ୍ରଶ୍ନ କରିଛନ୍ତି। ତେବେ ଚଳିତ ରବୀ ଋତୁରେ ଟିପିଗୁଡା ଅଂଚଳକୁ ପାଣି ନଦେଲେ ଆଗାମୀ ଦିନରେ ଭୟଙ୍କର ଭାବେ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି ଚାଷୀ ମାନେ ଧମକ ଦେଇଛନ୍ତି। ଆଜିର ଏହି ଚାଷୀ ବିକ୍ଷୋଭରେ ଚାଷୀ ବନକୁମାର ନାଏକ, ନୀଳାମ୍ବର ନାଏକ, ଜୀବଶଙ୍କର ନାଏକ, ଜଗଦୀଶ ନାଏକ, ତ୍ରିଲୋଚନ ନାଏକ, କାନ୍ତ ନାଏକ ଆଦି ଯୋଗ ଦେଇଥିବାବେଳେ ଏହି ଆନ୍ଦୋଳନ କୁ ପ୍ରଦେଶ କଂଗ୍ରେସ ସମ୍ପାଦକ ଦିଗାମ୍ବର ଦୁରିଆ, ସନ୍ତୋଷ ପାଢ଼ୀ,ଡାକେଶ୍ୱର ଲହଜଲ, ରତନ ନାଏକ, ଗୋବିନ୍ଦ ଜାଲ ଆଦି ସମର୍ଥନ ଦେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଆମପାଣି ବ୍ଲକ ଦାବି ରେ ମେଳି ବାନ୍ଧିଲେ ୧୦ ପଞ୍ଚାୟତ ର ପ୍ରତିନିଧି, ଆଗାମୀ ଦିନ ରେ ପ୍ରଶାସନ ନିକଟରେ ଦାବି ଉପସ୍ଥାପନ ନେଇ ନିଷ୍ପତ୍ତି

masiha

ରାଞ୍ଚି ରେ ସମ୍ମାନ ସମାରୋହ ଓ ରାଷ୍ଟ୍ରିୟ ପ୍ରତିଭା ଖୋଜ ଆସନ୍ତା ୯ରେ….

masiha

ଅଞ୍ଚଳବାସୀଙ୍କ ଦାବି ପୂରଣ ହେଲା , ଆସନ୍ତା ୪ ତାରିଖରୁ ଲାଞ୍ଜିଗଡ଼ରୋଡ଼ରେ ରହିବ ଭୁବନେଶ୍ବର-ଜୁନାଗଡ଼ରୋଡ଼ ଏକ୍ସପ୍ରେସ୍ ଟ୍ରେନ୍

Sunil Chandra Nayak

Leave a Comment

error: Content is protected !!