ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲାରେ କ୍ଷୁଦ୍ର ଜଳସେଚନ ବିଭାଗର ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

ନର୍ଲାରେ କ୍ଷୁଦ୍ର ଜଳସେଚନ ବିଭାଗର ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

ନର୍ଲା,17/01(ସମିହା )ନ୍ୟାୟ ସଙ୍ଗତ ଓ ସମାନତା ଭିତ୍ତିରେ ବିଭିନ୍ନ ଜଳ ବ୍ୟବହାର କାରୀଙ୍କ ମଧ୍ୟରେ ଜଳ ବଣ୍ଟନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ପାଇଁ ସରକାରଙ୍କ ପାଣି ପଞ୍ଚାୟତ ବ୍ୟବସ୍ଥା। ଏହାଦ୍ବାରା ଜଳ ସଂରକ୍ଷଣ,ଜଳର ପୁନର୍ବ୍ୟବହାର ସହିତ ଫସଲର ବିବିଧ କରଣ ଜରିଆରେ ଅଧିକ ପ୍ରକାର ଫସଲ ଉତ୍ପାଦନ,ଜଳର ସୁବ୍ୟବହାର ପାଇଁ ଜ୍ଞାନ କୌଶଳର ପ୍ରୟୋଗ,ସମାନ ଓ ନ୍ୟାୟୋଚିତ ଜଳ ପରିଚାଳନା କ୍ଷେତ୍ରରେ ମହିଳାଙ୍କ ଭୂମିକାକୁ ଗୁରୁତ୍ଵ ଏବଂ ଜଳ ଆବଣ୍ଟନ କ୍ଷେତ୍ରରେ ସୃଷ୍ଟି ହେଉଥିବା ମତାନ୍ଥରର ଆପୋଷ ସମାଧାନ ସୁନିଶ୍ଚିତ କରିବା ପାଇଁ ପାଣି ପଞ୍ଚାୟତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାର ଉପାଦେୟତା ଓ ପରିଚାଳନା ବ୍ୟବସ୍ଥା ଉପରେ ପାଣି ପଞ୍ଚାୟତ ଗୁଡିକୁ ସଚେତନ କରାଇବା ଉପଲକ୍ଷେ ଜିଲ୍ଲାର ବିଭିନ୍ନ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଛି। ବୁଧବାର ନର୍ଲା ବ୍ଲକ ପେରେଞ୍ଚୋ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଠାରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଧାୟକ ଭୁପିନ୍ଦର ସିଂ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଅଧିକ୍ଷଣ ଯନ୍ତ୍ରୀ ଜଗନ୍ନାଥ ମଲ୍ଲିକ, ମଦନପୁର ରାମପୁର ଉପଖଣ୍ଡ ଅଧିକାରୀ ସତ୍ୟ ନାରାୟଣ ଅଗ୍ରୱାଲ,ପିପଲନାଲା ପାଣି ପଞ୍ଚାୟତ ସଭାପତି ଅଶ୍ଵିନୀ ପାତ୍ର, ତଥା ଭବାନୀପାଟଣା, ଜୁନାଗଡ଼, କେଶିଙ୍ଗା, ଜୟପାଟଣା ଆଦି ବିଭାଜନର ସମସ୍ତ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଯୋଗଦେଇ ଥିଲେ। ମଦନପୁର ରାମପୁର କ୍ଷୁଦ୍ର ଜଳସେଚନ ବିଭାଜନର ସମସ୍ତ ପାଣି ପଞ୍ଚାୟତର ସଦସ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଯୋଗଦେଇ ପାଣି ପଞ୍ଚାୟତର ପରିକଳ୍ପନା ଓ ଉପାଦେୟତା ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ। ଅତିଥି ବୃନ୍ଦ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ। ନର୍ଲା କ୍ଷୁଦ୍ର ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ସୌମ୍ୟରଞ୍ଜନ ମାଝୀଙ୍କ ତତ୍ତ୍ଵାବଧାନରେ ସଫଳତାର ସହ କାର୍ଯ୍ୟକ୍ରମ ସମାପନ ହୋଇଥିଲା।

ନର୍ଲା ରୁ ଦୀପକ କୁମାର ଠାକୁର ଙ୍କ ରିପୋର୍ଟ

Related posts

ବିବାହିତ ଯୁବକର ସନ୍ଦେହ ଜନକ ମୃତ୍ୟୁ 

masiha

ଦକ୍ଷିଣ କାଳୀ ମନ୍ଦିର ର ପୁରୋହିତ, ଗୁରୁ ଗୋସେଇଁ ଙ୍କ ସହିତ ଅନ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ଦିର ଟ୍ରଷ୍ଟ ଓ କର୍ମକର୍ତ୍ତା ମାନେ 

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ଦ୍ବାରା ଆଇନ୍ ସଚେତନତା କାର୍ଯ୍ୟକ୍ରମ

Leave a Comment

error: Content is protected !!