ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକର ଶ୍ରୀରାମ ମନ୍ଦିରରେ ସଂକ୍ଷିପ୍ତ ରାମାୟଣରେ ଯଜ୍ଞ କାର୍ଯ୍ୟ ସହ ଆଧ୍ୟାତ୍ମିକ ପରିବେଶ ସହ, ସ୍ଥାନେ ସ୍ଥାନେ ଜୟ ଶ୍ରୀ ରାମ ନାମରେ କମ୍ପି ଉଠିଲା ପରିବେଶ 

ବନ୍ଧୁଗାଁ ବ୍ଲକର ଶ୍ରୀରାମ ମନ୍ଦିରରେ ସଂକ୍ଷିପ୍ତ ରାମାୟଣରେ ଯଜ୍ଞ କାର୍ଯ୍ୟ ସହ ଆଧ୍ୟାତ୍ମିକ ପରିବେଶ ସହ, ସ୍ଥାନେ ସ୍ଥାନେ ଜୟ ଶ୍ରୀ ରାମ ନାମରେ କମ୍ପି ଉଠିଲା ପରିବେଶ 

  ବନ୍ଧୁଗାଁ ତା ୨୨/୧/୨୪ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସମସ୍ତ ଗାଁ ଗଣ୍ଡା ଗୁଡ଼ିକରେ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ରାମ ନାମରେ କମ୍ପି ଉଠିଲା ପରିବେଶ। ବନ୍ଧୁଗାଁ ପଞ୍ଚାୟତର ତୁରୁକୁପେଟା ଗ୍ରାମରେ ଥିବା ଶ୍ରୀରାମ ମନ୍ଦିରରେ ସ୍ଥାନୀୟ ଶତାଧିକ ଶ୍ରୀରାମ ଭକ୍ତଙ୍କ ଉପସ୍ଥିତି ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ଓ ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀ କାଡ୍ରାକା ଉପସ୍ଥିତ ରହି ଥିଲେ। ଏହି ଶ୍ରୀରାମ ମନ୍ଦିର ୧୯୪୪ ମସିହା ଫେବୃଆରୀ ମାସ ରେ ନିର୍ମାଣ କରାଯାଇଛି। ଆଜି ଶ୍ରୀରାମ ମନ୍ଦିରର ପୂଜାରୀ ଏ ଭି ଏସ ଶ୍ରୀନୁବାସା ଆଚାରିଙ୍କ ଦ୍ୱାରା ମନ୍ଦିର ରେ ଭକ୍ତଙ୍କ ଉପସ୍ଥିତିରେ ସଂକ୍ଷିପ୍ତ ରାମାୟଣରେ ଯଜ୍ଞ କାର୍ଯ୍ୟ କରାଯାଇଥିଲା। ଶ୍ରୀରାମ ମନ୍ଦିର ତରଫରୁ ଏକ ହଜାର ଲୋକଙ୍କୁ ଖାଦ୍ୟ ଖାଇବାକୁ ଦିଆଯିବା ସହ ଭକ୍ତ ମାନଙ୍କୁ ନେଇ ନଗର ପରିକ୍ରମା କରାଯାଇଥିଲା। ଏହା ସହିତ ମନ୍ଦିର ମଧ୍ୟରେ ୧୧ ଶହ ଦୀପ ପ୍ରଜ୍ଜଳିତ କରା ଯାଇଥିଲା। ଶ୍ରୀରାମ ମନ୍ଦିର ଭିତର ଯଜ୍ଞ୍ୟ କାର୍ଯ୍ୟ ଶେଷ ହେବା ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ଆଲମଣ୍ଡା ଗ୍ରାମ ରେ ପହଞ୍ଚି ଥିଲେ।ଶତାଧିକ ଯୁବକ ବାଇକ ଚଳାଇ ପ୍ରାୟ ୨୫ କିମି ଦୂର ପର୍ଯ୍ୟନ୍ତ ଯାତ୍ରା କରି ଅଯୋଧ୍ୟା ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବକୁ ଜୟ ଶ୍ରୀ ରାମ ନାମରେ ରାସ୍ତା ଘାଟ ପ୍ରକମ୍ପିତ ହୋଇଥଲା। ଏହା ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିଲାବାଡି ଓ କୁମ୍ଭାରୀପୁଟ ଗ୍ରାମର ରାମ ମନ୍ଦିର ଠାରେ ମଧ୍ୟ ଶତାଧିକ ଶ୍ରୀରାମ ଭକ୍ତ ଓ କୀର୍ତ୍ତନ ମଣ୍ଡଳୀ ଦ୍ୱାରା ରାମ ନାମ କୀର୍ତ୍ତନ କରି ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଅବସରରେ ଉପସ୍ଥିତ ରହି ଥିଲେ। ଏହା ସହିତ ଆଜି ପ୍ରାୟ ୩ ହଜାର ଲୋକଙ୍କୁ ଖାଦ୍ୟ ପରସା ଯାଇଥିଲା।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାରେ ଶହ ଶହ ଏକର ଜମି ପଡ଼ିଆରେ

Sunil Chandra Nayak

ସମୂହ ଛୁଟିରେ ପଂଚାୟତ ନିର୍ବାହୀ ଅଧିକାରୀ ଓ ଯୋଗାଣ ସହାୟକ : ଦ୍ୱନ୍ଦ ରେ ହିତାଧିକାରୀ ଉନ୍ନୟନ ,କାର୍ଯ୍ୟ ଠପ 

masiha

ଜିଲା ମିଳିତ ଯୁବକ ଯୁବତୀ ସରକାରୀ ଚାକିରୀ ଆଶାୟୀ ସଂଘର ବୈଠକ 

masiha

Leave a Comment

error: Content is protected !!