ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ, ସେକ୍ଟର-୬ ରେ ସାହିତ୍ୟ ସୃଜନୀ ମେଳା

ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ, ସେକ୍ଟର-୬ ରେ ସାହିତ୍ୟ ସୃଜନୀ ମେଳା

ରାଉରକେଲା/ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପାଳନର ଅବ୍ୟବହିତ ପୂର୍ବରୁ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ, ସେକ୍ଟର-୬ରେ ପାଳିତ ହୋଇଯାଇଛି ଓଡ଼ିଆ ଭାଷା, ସାହିତ୍ୟ ଓ ସୃଜନଶୀଳତାର ମହୋତ୍ସବ l ଉଚ୍ଚ ବିଦ୍ୟାଳୟ ମାନଙ୍କରେ ଆକାଂକ୍ଷୀ ପାଠ୍ୟକ୍ରମ ଜରିଆରେ ସାମିଲ ହୋଇଥିବା ଚାରୋଟି କ୍ଲବ ଯଥା କୌଶଳୀ, କ୍ରୀଡାଙ୍ଗନ, ଜିଜ୍ଞାସା ଓ ସାହିତ୍ୟ ସୃଜନୀର ସଦସ୍ୟ ଛାତ୍ରଛାତ୍ରୀ ମାନେ ବିଭିନ୍ନ ଚିତ୍ରକଳା, କାରୁକାର୍ଯ୍ୟ, ପ୍ରକଳ୍ପ, ପୁସ୍ତକ ସଂକଳନ, ସମୀକ୍ଷା, ଗଳ୍ପ ପଠନ, କବିତା ଆବୃତ୍ତି, ଅଭିନୟ, କ୍ରୀଡା କୌଶଳ ତଥା ସୃଜନାତ୍ମକ ସୃଷ୍ଟି ମାଧ୍ୟମରେ ତାଙ୍କର ଉତ୍କର୍ଷ ପ୍ରତିପାଦନ କରିଛନ୍ତି l ପ୍ରଥମ ପର୍ଯ୍ୟାୟର ପ୍ରାରମ୍ଭରେ ବିଶ୍ରା ଗୋଷ୍ଠୀ ଶିକ୍ଷା ଅଧିକାରୀ ବେଣୁଧର ସ୍ୱାଇଁ ଫିତା କାଟି ଉତ୍ସବକୁ ଉଦଘାଟିତ କରିଥିଲେ l ତାଙ୍କ ସହ ଯୋଗ ଦେଇଥିଲେ ପୂର୍ବତନ ସ୍କୁଲ ଇନ୍ସପେକ୍ଟର ଶରତ ସାହୁ l ପୁରାତନ ଛାତ୍ର କମିଟିର ସଦସ୍ୟ, ଅଭିଭାବକ, ସ୍କୁଲ ପରିଚାଳନା କମିଟିର ସଦସ୍ୟ ସଦସ୍ୟା, ପାଖାପାଖି ସରକାରୀ ତଥା ବେସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପିଲାଙ୍କ ସୃଜନଶୀଳତା ଦେଖି ବିସ୍ମିତ ହେବା ସହିତ ବିଭୋର ମଧ୍ୟ ହୋଇଥିଲେ l

        ମଧ୍ୟାହ୍ନ ବିରତି ପରେ ଦ୍ଵିତୀୟ ପର୍ଯ୍ୟାୟରେ ଆୟୋଜିତ ହୋଇଥିଲା ସାହିତ୍ୟ ସଭା ଏବଂ ପୁରସ୍କାର ବିତରଣୀ ଉତ୍ସବ l ବବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ର ଅତିଥି ପରିଚୟ ପ୍ରଦାନ ଓ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସ୍ଵାଗତ ସମ୍ଭାଷଣ ରଖିଥିଲେ l ତାଙ୍କ ବକ୍ତବ୍ୟରେ ଏହି ଉତ୍ସବ ଏବଂ ପ୍ରଦର୍ଶନୀର ଆଢୁଆଳରେ ଥିବା ସରକାରଙ୍କ ଆଭିମୁଖ୍ୟ ମଧ୍ୟ ସ୍ପଷ୍ଟ କରିଥିଲେ l ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ଲେଖିକା ତଥା ମାଟି ମନସ୍କ କବି ଡା ଗୀତାଞ୍ଜଳି ପତ୍ରୀ l ସେ ପିଲାଙ୍କୁ ଭାଷାର ଗୁରୁତ୍ଵ ଏବଂ ଆବଶ୍ୟକତା ବୁଝାଇବା ସହିତ ଗୁରୁଙ୍କୁ ଭକ୍ତି କଲେ କିପରି ଜୀବନରେ ସଫଳତା ମିଳିଥାଏ, ସେ ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ l ସମ୍ମାନିତ ଅତିଥି ରୂପେ ଶିକ୍ଷାବିତ୍ ତଥା ପୂର୍ବତନ ଶିକ୍ଷା ଅଧିକାରୀ ମଞ୍ଜୁଳା କୁମାରୀ ରଥ ଯୋଗଦେଇ ଗଳ୍ପ ଛଳରେ ଭାଷା ରହିତ ଜୀବନ ପଶୁ ତୁଲ୍ୟ ଏବଂ ପ୍ରତ୍ୟେକ ଭାଷାର ସ୍ଵତନ୍ତ୍ରତା ଥିବା ଦର୍ଶାଇ ଥିଲେ l ନିମନ୍ତ୍ରିତ ମୁଖ୍ୟ ବକ୍ତା ଶିକ୍ଷାବିତ୍ ଏବଂ ପୂର୍ବତନ ଶିକ୍ଷା ଅଧିକାରୀ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ରଶ୍ମିବାଳା ରାଉତରାୟ ବିଭିନ୍ନ ଉଦାହରଣ ମାଧ୍ୟମରେ ମାତୃଭୂମି, ମାତୃଭାଷା ଏବଂ ଆମ ଗୌରବମୟ ସଂସ୍କୃତି ଓ ପରମ୍ପରା ବିଷୟରେ ଛାତ୍ରଛାତ୍ରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ l ଏହି ସଭାରେ ବିବେକାନନ୍ଦ ବିଦ୍ୟା ମନ୍ଦିରର ପ୍ରଧାନ ଶିକ୍ଷକ ରଶ୍ମିତ୍ କୁମାର ସାହାଣୀ ଯୋଗଦେଇଥିଲେ। ଏହି ଅବସରରେ ପୁରସ୍କାର ବିତରଣୀ ଉତ୍ସବ ଓ ସୁନ୍ଦର ଗଳ୍ପ ପଠନ ଏବଂ କବିତା ଆବୃତ୍ତି କରିଥିବା ପିଲାଙ୍କୁ ଏବଂ ସ୍ବରଚିତ ତଥା ସ୍ଵନିର୍ଦ୍ଦେଶିତ କ୍ଷୁଦ୍ର ନାଟକ ମାଧ୍ୟମରେ ଆମ ଭାଷା ଓ ସଂସ୍କୃତିକୁ ନିଖୁଣ ଭାବେ ପରିବେଷଣ କରିଥିଲେ l ସର୍ବ ଶେଷରେ ବରିଷ୍ଠ ଶିକ୍ଷକ ମାନସ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ ଵାମନଘାଟୀ ଉପଖଣ୍ଡ ସ୍ତରୀୟ ୪୦ତମ ଛଉନୃତ୍ଯ ପ୍ରତିଯୋଗିତା

Sunil Chandra Nayak

ସଂଗୀତ ତରଙ୍ଗ ମ୍ୟୁଜିକ କ୍ଲବର ଏ ଜୀବନ ମାନେ ନୁହେଁ ଆହା କାର୍ଯ୍ୟକ୍ରମ 

Sunil Chandra Nayak

ଓଡିଶାର ବିମାନ ଚଳାଚଳ ଭିତ୍ତିଭୂମିକୁ (Civil Aviation) ବିଶ୍ୱସ୍ତରୀୟ କରାଯିବ

masiha

Leave a Comment

error: Content is protected !!