ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଠିକା ବ୍ୟାଙ୍କ କର୍ମଚାରୀଙ୍କ ଅସନ୍ତୋଷ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବ : ରବି ରଥ

ଠିକା ବ୍ୟାଙ୍କ କର୍ମଚାରୀଙ୍କ ଅସନ୍ତୋଷ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବ : ରବି ରଥ

ବ୍ରହ୍ମପୁର,25/9: ଜାତୀୟକରଣ ବ୍ୟାଙ୍କ ଶାଖାରେ କାର୍ଯ୍ୟ କରୁଥିବା ବାହ୍ୟଠିକା କର୍ମଚାରୀଙ୍କୁ ଉଚିତ ପ୍ରାପ୍ୟ ନ ଦେଇ ନିଯୁକ୍ତି ଦେଇଥିବା ଏଜେନ୍ସି ବର୍ଷ ବର୍ଷ ଧରି ଶୋଷଣ କରାଯାଉଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ହିନ୍ଦ ମଜଦୁର ସଭାର ରାଜ୍ୟ ଉପସଭାପତି ରବି ରଥ ଉଦବେଗ ପ୍ରକାଶ କରିବା ସହ ଆଗାମୀ ଦିନରେ କର୍ମଚାରୀମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅସନ୍ତୋଷ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବ ବୋଲି ଚେତାବନୀ ଦେଇଛନ୍ତି। କର୍ମଚାରୀମାନେ ଅଭିଯୋଗ କରିଛନ୍ତି ା ସକାଳୁ ରାତି ଯାଏଁ ଅକ୍ଳାନ୍ତ ପରିଶ୍ରମ କରୁଥିବା ଏହି ବର୍ଗର କର୍ମଚାରୀ ପରିଶ୍ରମ ବଦଳରେ ଠିକ୍‌‍ ରୂପେ ପାରିଶ୍ରମିକ ପାଉନଥିବାରୁ ଅସନ୍ତୋଷ ପ୍ରକାଶ କରିବା ସହ ଦୁଃଖରେ ଦିନ କାଟୁଥିବା ଜଣାଯାଇଛି ା ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ ଦୀର୍ଘ ଦୁଇ ଦଶନ୍ଧି ଧରି କାର୍ଯ୍ୟରତ ବାହ୍ୟ ଠିକା କର୍ମଚାରୀଙ୍କ ପ୍ରାପ୍ୟ ବାବଦ ହଜାର ହଜାର ଟଙ୍କା ଏଜେନ୍ସି କର୍ତ୍ତୃପକ୍ଷ କାଟି ରଖୁଥିବାରୁ ଆଜିର ଏ ମହଙ୍ଗା ଯୁଗରେ ପରିବାର ପ୍ରତିପୋଷଣ ନିମନ୍ତେ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡ଼ୁଛି ା କେନ୍ଦ୍ରୀୟ ଶ୍ରମ କମିଶନର ଏହି କର୍ମଚାରୀଙ୍କ ନିମନ୍ତେ ଏକ ନିର୍ଦ୍ଦିଷ୍ଟ ବେତନ ବାବଦ ପ୍ରାପ୍ୟ ଧାର୍ଯ୍ୟ କରିଛନ୍ତି ା ମାତ୍ର କମିଶନଙ୍କ ନିର୍ଦେଶକୁ ଅନୁଶୀଳନ ନକରି ଉକ୍ତ ଏଜେନ୍ସି କର୍ମଚାରୀଙ୍କ ନିମନ୍ତେ ଉଦ୍ଦିଷ୍ଟ ପ୍ରାପ୍ୟକୁ କାଟଛାଟ୍‌‍ କରି ଦେଉଥିବା ଅଭିଯୋଗ ହେଉଛି ା ସୂଚନା ଅନୁସରେ ମାସିକ 12844 ଟଙ୍କା ପ୍ରାପ୍ୟ ପ୍ରଦାନ ନିମନ୍ତେ ବ୍ୟବସ୍ଥା ଥିଲେ ହେଁ ଉକ୍ତ ଏଜେନ୍ସି କର୍ମଚାରୀ ପିଛା ମାତ୍ର 10600 ଟଙ୍କା ପୈଠ କରି ବକେୟା ପ୍ରାପ୍ୟ ବାବଦ ଅର୍ଥ କାଟି ରଖୁଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି ା ଏ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କଲେ ସେମାନଙ୍କୁ ଅନ୍ୟତ୍ର ବଦଳି କରିଦେବା ପାଇଁ ଧମକ ଦିଆଯାଉଛି। ଏହା ଶ୍ରମ ଆଇନର ପରିପନ୍ଥୀ ନୁହେଁ। ପ୍ରାପ୍ୟ ପାଇବାରୁ ବଞ୍ଚିତ କର୍ମଚାରୀ ଏ ସମ୍ପର୍କରେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ, ଶ୍ରମ ବିଭାଗର ବରିଷ୍ଠ ଅଧିକାରୀ ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୌଣସି ସୁଫଳ ମିଳୁନଥିବା ଭୁବନେଶ୍ଵର ମଣ୍ଡଳ ଅଧିନରେ କାର୍ଯ୍ୟ କରୁଥିବା ଜାତୀୟକରଣ ବ୍ୟାଙ୍କ୍‌‍ ଶାଖା ଗୁଡ଼ିକର କର୍ମଚାରୀମାନେ ଅଭିଯୋଗ କରିଛନ୍ତି ା କର୍ମଚାରୀ ସଂଘର ସଦସ୍ୟଙ୍କୁ ନେଇ ଆୟୋଜିତ ଏକ ବୈଠକରେ ଏ ନେଇ ଆଲୋଚନା ହେବା ସହ ସଂଘ ପକ୍ଷରୁ ଏ ସଂପର୍କିତ ଦାବିପତ୍ର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଥିବା ଜଣାଯାଇଛି ା ଆଗାମୀ ଦିନରେ ସମସ୍ୟାର ସମାଧାନ ଦିଗରେ ବିଭାଗୀୟ ଅଧିକାରୀ ଓ ପ୍ରଶାସନ ଧ୍ୟାନ ନ ଦେଲେ ନ୍ୟାୟ ପାଇବା ନିମନ୍ତେ କର୍ମଚାରୀମାନେ ବାଧ୍ୟ ହୋଇ ଆଇନର ଆଶ୍ରୟ ନେବେ ବୋଲି ଏଚଏମଏସ ଉପସଭାପତି ରବି ରଥ ଚେତାବନି ଦେଇଛନ୍ତି ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ସାର ପାଇଁ ପଟ୍ଟା ବାଧ୍ୟ କୁ ନେଇ ତହସିଲ କାର୍ଯ୍ୟାଳୟ ଘେରାଉ କଲା ଚାଷୀ ମୁଲିଆ ଆଦିବାସୀ ସଙ୍ଘ

Sunil Chandra Nayak

ସରକାର ପ୍ରତିଶ୍ରୁତି ପାଣିରେ ଗାର ! ରାଇରଙ୍ଗପୁର ରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ରାଜସ୍ଵ ଅମଲା ସଂଘର ୧୦ ଦଫା ଦାବି ନେଇ ସମୂହ ଛୁଟି; ରାଇରଙ୍ଗପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Sunil Chandra Nayak

ରାଜଧାନୀରେ ଆନ୍ଦୋଳନରେ ଯୋଗଦେଲେ ଏକ୍ସ କେଡର ଶିକ୍ଷକ

Sunil Chandra Nayak

Leave a Comment

error: Content is protected !!