ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ୱାର୍ଡ ନଂ୧୨ରେ ଏନଏସି ପକ୍ଷରୁ ଜନଶୁଣାଣୀ କାର୍ଯ୍ୟକ୍ରମ

ୱାର୍ଡ ନଂ୧୨ରେ ଏନଏସି ପକ୍ଷରୁ ଜନଶୁଣାଣୀ କାର୍ଯ୍ୟକ୍ରମ

ଜୁନାଗଡ଼ ୨୫/୯(ନି.ପ୍ର)ଜୁନାଗଡ଼ ସହରସ୍ଥିତ ୧୨ ନଂ ୱାର୍ଡ ରେ ଆଜି ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜୁନାଗଡ଼ ନଗରପାଳ ମୂକେଶ ଅଗ୍ରୱାଲ, ଉପନଗରପାଳ ହିମାଦ୍ରୀ ନାଏକ,ଇଓ ପ୍ରେମଲାଲ ହିଆଲ, କାଉନସିଲର ଚକ୍ର ବାଗ, ୱାର୍ଡ ଅଫିସର ୱାଇ. ପ୍ରଶନ୍ନ,କନ୍ଦର୍ପ ଗୁରୁ, ଜେଇ ଅରୁଣ କୁମାର ବେହେରା, ଟିସି କୁମୁଦ ରଞ୍ଜନ ଗହୀର, ସିଏମଏମ ମନୋଜ କୁମାର ବେହେରା, ସିଓ ସୁନିତା ଗଏଂତା,ଏମଆଇସ ପ୍ରଦ୍ୟୁମ୍ନ ଦାସ, ପିଏ ଶୈଳେନ୍ଦ୍ର ପୁଝାରି, ଓଏସଏସ ମୃତ୍ୟୁଞ୍ଜୟ ମଙ୍ଗରାଜ,ପିସି ମୁକ୍ତା ସଂଗ୍ରାମ କେଶରୀ ଦାସ,କାବେରୀ ନିଆଲ, ଦିବ୍ୟାଭାରତୀ ଧଙ୍ଗଡାମାଝୀ, ସରିତା ମହାଳିକ,ମମତା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଜନଶୁଣାଣୀ ଶିବିରରେ ବିଧବା,ବାର୍ଦ୍ଧକ୍ୟ ଭତ୍ତା, ରାସନ କାର୍ଡ, ସମେତ ଆବାସ ଯୋଜନାରେ ଘର, ଡ୍ରେନ ସମସ୍ୟା, ପାଣି ସମସ୍ୟା, ରାସ୍ତା ସମସ୍ୟାର ସମାଧାନ କରିବା ସହ ସମସ୍ତ ସରକାରୀ ଯୋଜନା ଉପରେ ଥିବା ଅନେକ ଲୋକଙ୍କ ସମସ୍ୟାର ସମାଧାନ କରାଯାଇଥିଲା । ଆଗାମୀ ଦିନରେ ଜୁନାଗଡ଼ର ୧୨ଟି ୱାର୍ଡ ର ଜନସାଧାରଣଙ୍କ ସମସ୍ତ ସମସ୍ୟାକୁ ପ୍ରତି ୱାର୍ଡରେ ଜନଶୁଣାଣି ମାଧ୍ୟମରେ ସମାଧାନ କରାଯିବ ବୋଲି ନଗରପାଳ ମୂକେଶ ଅଗ୍ରୱାଲ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ୧୨ ନଂ ୱାର୍ଡ ର ସମସ୍ତ ଜନସାଧାରଣ ଉପସ୍ଥିତ ଥିଲେ ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

” ଟିକାବାଲି ମହୋତ୍ସବ -୨୦୨୬” ଉଦଯାପିତ 

Sunil Chandra Nayak

” ଯଶନେ ଏ ଦସ୍ତାର ବନ୍ଦା” କାର୍ଯ୍ୟକ୍ରମରେ ଜଲସା ର ଜଲବା

Sunil Chandra Nayak

ଓଡ଼ିଆ ଭାଷା ବିକାଶମଞ୍ଚର ସାହିତ୍ୟ ସନ୍ଧ୍ୟା ଓ ସ୍ମୃତି ତର୍ପଣ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!