ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିଗୁଡାରେ ନେତାଜୀ ଓ ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ପାଳିତ

ବାଲିଗୁଡାରେ ନେତାଜୀ ଓ ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ପାଳିତ

କନ୍ଧମାଳ:ତା,୨୩/୦୧:(ମନିସ): ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଦେଶଭକ୍ତ, ମୁକ୍ତି ସଂଗ୍ରାମର ଅବିସ୍ମରଣୀୟ ଯୋଦ୍ଧା ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉତ୍ସବ କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ସ୍ଥାନୀୟ ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲରେ ନେତାଜୀ ଜୟନ୍ତୀ ଓ ଚିତ୍ରକଳା ପ୍ରଦର୍ଶନୀ ଆୟୋଜନ ହୋଇଥିଲା l ଏଥିରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଏଲଆଇସି ଚେୟାରମ୍ୟାନ କ୍ଲବ ସଦସ୍ୟ ଅଭିକର୍ତ୍ତା ତଥା ଚିତ୍ରକର ରଶ୍ମି ରଞ୍ଜନ ମହାରଣା ,ନୃତ୍ୟ ଓ ଚିତ୍ରକଳା ଏକାଡେମୀରୁ ପୁରସ୍କାର ପ୍ରାପ୍ତ ସୋନୁ ମହାରଣା ଯୋଗ ଦେଇ ଦୁଇ ମହାନ ଯୋଦ୍ଧାଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଦୀପ ଧୂପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି ନେତାଜୀ ଓ ସୁରେନ୍ଦ୍ର ସାଏ ଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ଉପଲକ୍ଷେ ଏକ ଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା l ଏହି ପ୍ରଦର୍ଶନୀ ରେ ୫୦ ଟି ଫୋଟ ଚିତ୍ରର ଶିଶୁ ଛାତ୍ରୀ ଛାତ୍ର ଅଂଶ ଗ୍ରହଣ କରିଥିଲେ l ବିଦ୍ୟାଳୟର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ମହାପାତ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଦୀପକ କୁମାର ମୁଖୀ ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କର୍ମକର୍ତ୍ତା ଓ ଅଭିଭାବକ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଗୋଲାମୁଣ୍ଡା କୃଷି ବିଭାଗ କାର୍ଯ୍ୟାଳୟରେ ୭୭ତମ ବନମହୋତ୍ସବ ପାଳିତ

ଜିଲ୍ଲା ସ୍ତରୀୟ ପଲ୍ସ ପୋଲିଓ ଦିବସ-୨୦୨୫ ପାଳିତ

Sunil Chandra Nayak

୧- ଅବହେଳିତ ନନ୍ଦିନିଆ ଜଳଧାରା ,୨- ମଦନମୋହନ ମଠରୁ ୧୮ଟି ପ୍ରାଚୀନ ମୂର୍ତ୍ତି ଚୋରି ,୩- ବ୍ରାହ୍ମଣୀ ନଦୀର ବନ୍ୟାଜଳରୁ ୭୦ ଗାଈ ଉଦ୍ଧାର ,୪- କାଜୁ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର , ୫-ରାଜପଥରେ ଖାଲଖମା,ଦୁର୍ଘଟଣା ଆଶଙ୍କା ଉଦ୍‌ବେଗ ପ୍ରକାଶ କଲେ ଆଞ୍ଚଳିକ ପରିବହନ ଅଧିକାରୀ, ୬- ସଡ଼କ ଦୁର୍ଘଟଣା, ଜଣେ ମୃତ; ୪ ଗୁରୁତର , ୭- ବ୍ରାହ୍ମଣୀରେ ବନ୍ୟା, ପାଞ୍ଚ ପଞ୍ଚାୟତର ଛଅ ଗ୍ରାମ ପାଣି ଘେରରେ  ରିଲିଫ୍ ପାଇଁ ଦାବି,ବୁଦ୍ଧେଶ୍ୱର ମନ୍ଦିର ରାସ୍ତାରେ ବନ୍ୟାଜଳ , ୮- ବାଇକକୁ ଧକ୍କାଦେଲା ହାଇବା, ଜଳିଗଲେ ବାଇକ ସହ ଆରୋହୀ, ୯- ଢେଙ୍କାନାଳ ଅନୁଗୋଳ ଡେଭଲପମେଣ୍ଟ ଆସୋସିଏସନ୍, (ଦାଦା) ସଂଗଠନ ର ବିଭିନ୍ନ ସମାଜ ସେବା ଏବଂ ବୃକ୍ଷ ରୋପଣ କାର୍ଯକ୍ରମ , ୧୦- ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାତ ସପନ

Sunil Chandra Nayak

Leave a Comment

error: Content is protected !!