ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସତନାମୀ ସମାଜ ପକ୍ଷରୁ ଟେମରା ଗ୍ରାମରେ ଜୈତସ୍ତମ୍ବରେ ଧ୍ଵଜାରୋହଣ ଓ ସନ୍ଥ ସମାବେଶ ଉତ୍ସଵ ଅନୁଷ୍ଠିତ

ସତନାମୀ ସମାଜ ପକ୍ଷରୁ ଟେମରା ଗ୍ରାମରେ ଜୈତସ୍ତମ୍ବରେ ଧ୍ଵଜାରୋହଣ ଓ ସନ୍ଥ ସମାବେଶ ଉତ୍ସଵ ଅନୁଷ୍ଠିତ

କୋକସରା,୨୩/୧ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ଗ୍ରାମରେ ସତନାମୀ ସମାଜ ପକ୍ଷରୁ ଗୁରୁ ଶ୍ରୀ ଶ୍ରୀ ଘାସିଦାସ ବାବାଙ୍କ ଜୈତ ସ୍ତମ୍ଭରେ ଧ୍ୱଜାରୋହଣ ଓ ସନ୍ଥ ସମାବେଶ କାର୍ଯ୍ୟକ୍ରମ ରବିବାର ଦିବାରାତ୍ରୀ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ କାର୍ଯ୍ୟକ୍ରମ ପୂର୍ବରୁ ସତନାମ ସମାଜ ପକ୍ଷରୁ ଏକ ବିରାଟ କଳସ ଯାତ୍ରା ବାହାରି ଟେମରା ଗ୍ରାମ ପରିକ୍ରମା ସମୟରେ ସମାଜର ଯୁବକ ଯୁବତୀ ମାନେ ନୃତ୍ୟ ଗୀତ ପରିବେଷଣ କରିଥିଲେ। ପରେ ଜୈତ ସ୍ତମ୍ବରେ ଧ୍ୱଜାରୋହଣ କାର୍ଯ୍ୟକ୍ରମ ଓ ମଙ୍ଗଳପନ୍ଥି ନୃତ୍ୟ, ଆଲତି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ସନ୍ଧ୍ୟାରେ ଅନୁଷ୍ଠିତ କ୍ରାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ମୁଖ୍ୟ ବକ୍ତା ଭାବେ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ସମାଜ ଅଧ୍ୟକ୍ଷ ହେମନ୍ତ ସାଙ୍ଗ, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଜିଲ୍ଲା ବିଜେଡି ଲିଗାଲ ସେଲ ଏଡ଼ଭାଇଜର ସଦସ୍ୟ ହରଜିନ୍ଦର ସିଂ, କୁଳପତି ସତନାମୀ ସମାଜ ଓଡିଶା କ୍ଷେତ୍ରମୋହନ ସତନାମୀ, ପ୍ରଦେଶ ଅଧ୍ୟକ୍ଷ ଓଡିଶା ଜ୍ୟୋତିଲାଲ ବଂଜାରେ, ଉପାଧ୍ୟକ୍ଷ ସତନାମୀ କଲ୍ୟାଣ ସମିତି ଓଡିଶା ସୁରେଶ ସତନାମୀ, ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ବରିଷ୍ଠ ଶିକ୍ଷାବିତ୍ ଅଶୋକ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ସତନାମୀ ସମାଜ ଏକ ସଂଗଠିତ ଓ ବିଚାରଧାରାର ସମାଜ କେବଳ ଓଡିଶା ନୁହେଁ ଅନ୍ୟ ରାଜ୍ୟରେ ମଧ୍ୟ ସତନାମୀ ସମାଜ ଏକ ପ୍ରତିଷ୍ଠିତ ଓ ଶୃଙ୍ଖଳିତ ସମାଜ ବୋଲି ବକ୍ତା ମାନେ ମତ ରଖିଥିଲେ। ଏହି ଅବସରରେ ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ସାମାଜିକ କର୍ମକର୍ତ୍ତାଙ୍କୁ ସମ୍ମାନିତ କରାଯାଇଥିଲା। ମଞ୍ଚ ସଂଯୋଜନା ଶଙ୍କର ପ୍ରସାଦ ବଂଜାରେ କରିଥିବା ବେଳେ ଧନ୍ୟବାଦ ଅର୍ପଣ ପ୍ରଭାତ ରଞ୍ଜନ ସତନାମୀ କରିଥିଲେ। କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ସଭାପତି ପଦ୍ମଲାଲ ସତନାମୀ, ଗଣେଶ୍ୱର ସତନାମୀ, ଚୁନିଲାଲ ମିର୍ଜା, ଶତ୍ରୁଘ୍ନ ସତନାମୀ, ମାର୍କଣ୍ଡ ସତନାମୀ, ଲଳିତ ସତନାମୀ, ଗଗନ ସତନାମୀ, ବୃନ୍ଦାବନ ସତନାମୀ, ନରହରି ସତନାମୀ, ମାନସୀ ସତନାମୀ ଓ ସମାଜର ଯୁବଗୋଷ୍ଠି ମାନେ ସହଯୋଗ କରିଥିଲେ। ଏହି ସମାବେଶରେ ଜିଲ୍ଲା ତଥା ପଡୋଶୀ ରାଜ୍ୟ ଛତିଶଗଡ଼ ଅଞ୍ଚଳରୁ ଶତାଧିକ ସମାଜର କର୍ମକର୍ତ୍ତା ଯୋଗ ଦେଇଥିଲେ। ରାତିରେ ମନୋରଞ୍ଜନ ପାଇଁ ନାଟକ ମଞ୍ଚସ୍ଥ ହୋଇଥିଲା।

ମସିହା ନିୟୁଜ ସର୍ଭିସ୍ 

Related posts

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟର ମାନ୍ୟବର ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀଙ୍କ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ

masiha

କାଦୁଅ ପଚ ପଚ ଗାଁ ଦାଣ୍ଡ, ହିନସ୍ତା ହେଉଛନ୍ତି ଗ୍ରାମବାସୀ, ଅଭିଯୋଗ କଲେ ଶୁଣୁନାହାନ୍ତି ସରପଞ୍ଚ

Sunil Chandra Nayak

ନବରଙ୍ଗପୁର ସହରାଞ୍ଚଳ ବିକାଶ ଓ ସ୍ୱଚ୍ଛତା ପାଇଁ ମାନ୍ୟବର ବିଧାୟକ ନବରଙ୍ଗପୁର ଏବଂ ଜିଲ୍ଲାପାଳ ଙ୍କ ପରିଦର୍ଶନ 

Sunil Chandra Nayak

Leave a Comment

error: Content is protected !!