ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆ ଓ ଓଡ଼ିଆ ସହିତ୍ୟ ପ୍ରତିଯୋଗୀତର ଉଦଯାପନୀ ଉତ୍ସବ

ନୂଆ ଓ ଓଡ଼ିଆ ସହିତ୍ୟ ପ୍ରତିଯୋଗୀତର ଉଦଯାପନୀ ଉତ୍ସବ

ଜୁନାଗଡ଼ ବ୍ଲକ ଅନ୍ତର୍ଗତ କରଚଳା ସ୍ୱାମୀ ଚିଦା ନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ନୂଆ ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା ।ଏହି  ଅସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରଂବିକ ସଙ୍ଗୀତ ଗାନ କରାଯାଇଥିଲା ।ଏଥିରେ ବିଦ୍ୟାଳୟର ଅଧକ୍ଷ ଭାରତ ଭୂଷଣ ମୁଣ୍ଡଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବରିଷ୍ଠ ଶିକ୍ଷାବିତ ତଥା ବିଦ୍ୟାଳୟର ପ୍ରତିଷ୍ଠାତା ଚକ୍ରଧର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଲଖିରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବେହେରା ର ଅଧ୍ୟାପକ ମୋହନ ଚରଣ ବିଶି ଯୋଗଦାନ କରି ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ ।ସମ୍ମାନିତ ଅତିଥି ଭାବେ ଗୋଲାମୁଣ୍ଡା ସର୍ବାମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ ପ୍ରମୋଦ କୁମାର ମହାନ୍ତି , ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ ,ଅଧ୍ୟ।ପକ ଜୟ କିଶନ ବେହେରା ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସ।ହିତ କରିଥିଲେ ।ଏନ ସି ସି ଅଫିସର ତଥା ଅର୍ଥନୀତି ଅଧ୍ୟ।ପକ ଭବାନୀ ଶଙ୍କର ପଣ୍ଡା ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରି ଥିବା ବେଳେ ଅଧ୍ୟାପକ ସୁବାଷ ଚନ୍ଦ୍ର ମେହେର ପ୍ରାରଂବିକ ଅଭିଭାଷଣ ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମ ବିଭିନ୍ନ ପ୍ରତିଯୋଗିତାରେ କୃତ କାର୍ଯ୍ୟ ହୋଇ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ଗିରିଧାରୀ ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍ 

Related posts

କାହିଁକି ଲୋପ ପାଉଛି ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଶ୍ରୀ ଶ୍ରୀ ଅଗ୍ନିଗଙ୍ଗା ମାଁ ଠାକୁରାଣୀ ଘଣ୍ଟ ଯାତ୍ରା

masiha

ଜିଆରଏସ ଙ୍କ ବଦଳି ହେଲା ପରେ ମଧ୍ୟ ଛାଡିପାରୁନି ପଞ୍ଚାୟତର ମୋହ

Sunil Chandra Nayak

ଭିବି-ଜି ରାମ ଜି ଯୋଜନା କାର୍ଯ୍ୟାନ୍ୱୟନ ନେଇ ନୂଆପଡ଼ାରେ ଏକଦିନିଆ ପ୍ରଶିକ୍ଷଣ ଶିବିର

Sunil Chandra Nayak

Leave a Comment

error: Content is protected !!