ଧାତୁକଜୁରୀ ଗାଁ ରେ ପ୍ରସିଦ୍ଧ ବୁଢାଦେଓ ଙ୍କ ଯାତ୍ରା ସମ୍ପନ୍ନ ,ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ
ମୁରିବାହାଲ,୨୪ା୧-ଆଜିର ଆଧୁନିକ ଯୁଗରେ ମଧ୍ୟ ବଞ୍ଚି ରହିଛି ଆଦିବାସୀ ପରମ୍ପରା ।ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବଡସାଇମରା ପଂଚାୟତ ଧାତୁକଜୁରୀ ଗ୍ରାମ ରେ କାହିଁ ଆବାହନ କାଳ ରୁ ଏହି ଗାଁ ରେ ଅନୁଷ୍ଠିତ ହେଉଛି ଆଦିବାସୀ ଷୋଡ ବଂଶୀ ଗଣ୍ଡ ସଂପ୍ରଦାୟ ର ମୁଖ୍ୟ ପର୍ବ ବୁଢାଦେଓ ଙ୍କ ଯାତ୍ରା । ଏହି ଯାତ୍ରା କୁ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟା ରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ଜମିଛିି । ସମାଜ ର ଇଷ୍ଟ ଦେବତା ବୁଢାଦେଓ ଙ୍କ ନୀତି ଅନୁଯାୟୀ ପୂଜାର୍ଚ୍ଚନା ସହ ଦେବ ନିମନ୍ତ୍ରଣ କରିବା ସହ ଦେବ ଦର୍ଶନ କରାଯାଇଥିଲା । ଏହା ଏକ ଭିନ୍ନ ସ୍ୱରୂପ କଳା ରାଶି ଗୁଆ ଘିଅ ସହ ପ୍ରଥମେ ବୁଢାଦେଓ ପରେ ବିଭିନ୍ନ ଦେବା ଦେବୀ ନିୟମ ମୁତାବକ ଗନସନ କରାଯାଇଥିଲା । ତା ପର ଦିନ ରିତୀନିତୀ ଅନୁସାରେ ପୂଜାର୍ଚ୍ଚନା କରିବା ପରେ ଦେବା ଦେବୀ ଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଦେହୁରୀ ଙ୍କ ଦେହ ରେ ବିରାଜିତ ହୋଇ ଗ୍ରାମ ପରିକ୍ରମା କରିବା ସହିତ ସହ ପ୍ରଚଳିତ ପରମ୍ପରା ଅନୁସାରେ ଦେହୁରୀ ଯାହା ଙ୍କୁ ପ୍ରଶନ୍ନତା ହୋଇବେ ସେ ବ୍ୟକ୍ତି ଦେବତା ଙ୍କ ସହ ଆଖଡା କରିଥାନ୍ତି । ଗ୍ରାମ ପରିକ୍ରମା କରି ସାରିବା ପରେ ମନ୍ଦିର ବାହୁଡିବା ପରେ ସନ୍ଧ୍ୟା ରେ ବଳି ଭୋଗ ଦିଆଯାଇଥିଲା ଏହି ଦେବା ଦେବୀ ଙ୍କ ପୂଜା ପାଠ ନିଷ୍ଠା ରୀତିନୀତି ଉପବାସ ଦେବ ପୂଜା ବିଧିବିଧାନ ବୁଢାଦେଓ ଙ୍କ ପୌଷ ଯାତ୍ରା ନ ସରିବା ପର୍ଯ୍ୟନ୍ତ ଏହି ବଂଶ ର କେହି ପୁଅ ଝିଅ ଙ୍କ ବିବାହ ହୋଇନଥାଏ ବୋଲି ଲୋକ ଙ୍କ ବିଶ୍ୱାସ ରହିଛି ।ଅପୁତ୍ରିକ କୁ ପୁତ୍ର ଦାନ କରୁଥାନ୍ତି ବୋଲି ଲୋକ ଆସ୍ଥା ଓ ବିଶ୍ୱାସ ରହୁଛି । ଯାତ୍ରା ର ଶେଷ ଦିବସ ରେ ମାନସିକ ଧାରୀ ନିଜ ମନ କାମନା ପୂର୍ଣ୍ଣ ପାଇଁ ସଂକଳ୍ପ କରିବା ସହିତ ଅଧିଆ ପଡିଥିଲେ । ଚଳାପଥ ସୁଖ ଶାନ୍ତି ରହିବା ପାଇଁ ଉଷ୍ଟ ଦେବତା ବୁଢାଦେଓ ଙ୍କ ପାଖରେ ପ୍ରାର୍ଥନା କରିଥିଲେ । ସର୍ବ ଶେଷ ରେ ମାଁ ମାଉସୀ ପୁଷ୍ପମାଲ୍ୟ ଓ ଧୂପ ଚାଉଲ ଧରି ବନ୍ଦାପନା କରିବା ନିସାଣ ମୃଦଙ୍ଗ ର ବାଦନ ର ତାଲେ ତାଲେ ଯାତ୍ରା ସମ୍ପନ୍ନ ହୋଇଥିଲା । ଯେଉ ଶ୍ରଦ୍ଧାଳୁଙ୍କ ମାନସିକ ପୂରଣ ହେଇଛି ସେମାନେ ବୋଦା ବଳି ଦେଇଥିବ ଅମଧ୍ୟ ଦେଖିବାକୁ ମିଳିଛି । ଆଦିବାସୀ ପାରମ୍ପରିକ ବାଦ୍ୟରେ ମାଁ ବିରାଜ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି । ଆଜିର ଆଧୁନିକ ଦିନରେ ମଧ୍ୟ ନିଜର ପରମ୍ପରାକୁ ବଞ୍ଚାଇବାକୁ ଆଦିବାସୀ ଗଣ୍ଡ ସମ୍ପ୍ରଦାୟ ଏହି ପୂଜା ଜାରି ରଖିଛି । ତେବେ ବୁଢାଦେଓ ଙ୍କ ଯାତ୍ରା କୁ ଦେଖିବା ପାଇଁ ଭକ୍ତ ଙ୍କ ପ୍ରବଳ ଭିଡ ଜମିଥାଏ । ଏବେ ଆସନ୍ତା ବର୍ଷ କୁ ରହିଲା ଅପେକ୍ଷା । ଏଥିରେ ଆୟୋଜକ କମିଟି ର ସଭାପତି ବସନ୍ତ ମାଝୀ,ପୂଝାରୀ ସୁରେଶ ମାଝୀ,ଦେହୁରୀ ବରୁଣ ଧରୁଆ ,ସୁଦର୍ଶନ ମାଝୀ,ବୈଷ୍ଣବ ମାଝୀ,କୈବଳ ମାଝୀ,ମନମୋହନ ମାଝୀ,ରାଏସିଂ ମାଝୀ,ଦୁର୍ଜନ ମାଝୀ,ରଘୁନାଥ ମାଝୀ,ଖପ୍ରାଖୋଲ ର ଧରମ ସିଂ ଧରୁଆ ଙ୍କ ସହ ଅଂଚଳବାସୀ ମାନେ ପୂର୍ଣ୍ଣମାତ୍ରା ରେ ସହଯୋଗ କରିଥିଲେ ।