ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରାଜ୍ୟ ସ୍ତରୀୟ ଧବଳେଶ୍ୱର କପ

ରାଜ୍ୟ ସ୍ତରୀୟ ଧବଳେଶ୍ୱର କପ

ମ.ରାମପୁର,୨୫/୧(ମସୀହା): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମୋହନଗିରୀ ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ୧୯ ତମ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିଛି l ଆଜି ତୃତୀୟ ଲିଗ ମ୍ୟାଚ ସୋନପୁର ଓ କଳାହାଣ୍ଡି ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ପଶ୍ଚିମ ଓଡିଶା ବିକାଶ ପରିଷଦ ବିଶେଷଜ୍ଞ ସଦସ୍ୟ ଅଭିନାଶ ଠାକୁର ଯୋଗଦେଇ ମ୍ୟାଚକୁ ଉଦ୍ଘାଟନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଟିମ ମ୍ୟାନେଜେର ମକରଧ୍ଵଜ ସାହୁ,ଚନ୍ଦ୍ର ଭାନୁ ବେହେରା, ସରୋଜ ବିଶ୍ୱାଳ ଉପସ୍ଥିତ ଥିଲେ l ଟସ ଜିଣି କଳାହାଣ୍ଡି ଦଳ ପ୍ରଥମେ ଫିଲ୍ଡିଂ କରିଥିଲେ l ସୋନପୁର ଦଳ ୧୩ ଓଭର୍ ରେ ୧୦ ୱିକେଟ ହରାଇ ୯୦ ରନ କରିଥିଲେ l ଏହାର ଜବାବରେ କଳାହାଣ୍ଡି ଦଳ ୯ ଓଭର ରେ ୩ ୱିକେଟ ହରାଇ ୯୨ ରନ କରି ବିଜୟୀ ହୋଇଥିଲେ l ଆଜିର ମ୍ୟାଚ୍ ରେ ସ୍କୋରର ଟୁକୁ ମହାନନ୍ଦ ଓ ଆଶିଷ ସାହୁ l ଭାଷ୍ୟକାର ସ୍ଵପ୍ନେଶ୍ଵର କର୍ମୀ l ବିଶ୍ୱନାଥ ପୋଢ଼,ଚନ୍ଦ୍ର କାନ୍ତ ମାଝୀ,ଦୈତାରୀ ମାଝୀ, ମିମୋ ପଧାନ ପ୍ରମୁଖ ସହଯୋଗ କରିଥିଲେ l ଆସନ୍ତା କାଲି ଭିଲେଇ ଓ ନୟାଗଡ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି ସଂପାଦକ ଲକ୍ଷ୍ମୀକାନ୍ତ ବେହେରା ସୂଚନା ଦେଇଛନ୍ତି l

ମ .ରାମପୁର ରୁ ପରମାନନ୍ଦ ବିଶିଙ୍କ ରିପୋର୍ଟ

Related posts

ଜାତୀୟ ସ୍ତରରେ କବାଡି ଖେଳାଳି ଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ଅଜିତ୍ ଯୋଷୀ

masiha

ମା ଠାକୁରାଣୀ କ୍ରିକେଟ ଟୁର୍ଣାମେଣ୍ଟ ଉଦଘାଟିତ

masiha

ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘ ଆନୁକୂଲ୍ୟରେ ରାଜ୍ୟ ସ୍ତରିୟ ୧୯ବର୍ଷ ଏବଂ ୧୬ ବର୍ଷରୁ କମ ଟର୍ଣ୍ଣାମେଣ୍ଟ ପାଇଁ ଜିଲ୍ଲା କ୍ରିକେଟ ଟିମ୍ ଦଳ ଚୟନ 

masiha

Leave a Comment

error: Content is protected !!