ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଆରା ପର୍ବ ପୌଷପୁର୍ଣିମା

ନିଆରା ପର୍ବ ପୌଷପୁର୍ଣିମା

ତେନ୍ତୁଳିଖୁଣ୍ଟି , ୨୫/୦୧/୨୪ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଆଦିବାସୀ ବହୁଳ ଅଞ୍ଚଳ । ଏଠାକାର ଆଦିବାସୀଙ୍କ ମୁଖ୍ୟ ଜୀବିକା ଚାଷ ହୋଇଥିବା ବେଳେ ମୁଖ୍ୟ ପର୍ବପର୍ବାଣୀ ସବୁ, ମଣ୍ଡେଇ, ଦଶହରା, ଦିଆଲି ଓ ପୁଷ ପରବ ଆଦି ସହିତ ହିନ୍ଦୁଧର୍ମର ସମସ୍ତ ପର୍ବପର୍ବାଣୀ ଉତ୍ସାହର ପାଳନ କରୁଥିବା ନବରଙ୍ଗପୁର ଜିଲ୍ଲାର ପ୍ରତେକ ଗାଁରେ ଦେଖିବାକୁ ମିଳେ। ଆଞ୍ଚଳିକ ପର୍ବପର୍ବାଣୀ ଲୋକଙ୍କ ମଧ୍ୟରେ ଭାଇଚାରା ଓ ସମସ୍ତଙ୍କୁ ସ୍ନେହପ୍ରେମରେ ବାନ୍ଧି ରଖୁବାରେ ଯେ ସହାୟକ ହୁଏ ମାର୍ଗଶିର ମାସର ଶେଷ ପର୍ଯ୍ୟାୟ ଠାରୁ ଆରମ୍ଭ ହୋଇଯାଏ ଦିଆଲି ପର୍ବ,ଦିଆଲି ପର୍ବରେ ନିଜ ବନ୍ଧୁବାନ୍ଧବ,ଚିହ୍ନା ପରିଜନଙ୍କୁ ନିମନ୍ତ୍ରଣ କରି ପ୍ରତି ପରିବାରରେ ଏକ ଉତ୍ସାହର ମାହୋଲ ଦେଖ‌ିବାକୁ ମିଳୁଥିବା ବେଲେ ପୌଷପୁର୍ଣିମା ଦିନେ ୨ଦିନରୁ କିଛି ବ୍ୟକ୍ତି ବିଭିନ୍ନ ବେଶରେ ସୁସଜ୍ଜିତ ହୋଇ ଘରକୁ ଘର,ସାହିକୁ ସାହି ବୁଲି ବିଭିନ୍ନ ଢଗଢମାଳି ସହ ପୁଷ ପରବ ଗୀତ ଗାଇ ନାଚିକୁଦି ଧାନ,ଚାଉଳ, ଟଙ୍କା ପଇସା ଯିଏ ଯାହା ଦେଲା ଖୁସିରେ ମାଗି ନେଇଥାନ୍ତି । ପରିବାର ଲୋକେ ମଧ୍ୟ ତାଙ୍କର ନାଚଗୀତର ମଜା ନେବା ସହ ଆନନ୍ଦରେ ଧାନ, ଚାଉଳ, ମାଣ୍ଡିଆ, ପଇସା ଯାଚିଦିଅନ୍ତି । ଦିଆଲି ପର୍ବର କିଛି ଦିନ ପରେ ଆସେ ପୁଷ ପରବ । ଯାହାକୁ ଆମେ ପୌଷ ପୂର୍ଣ୍ଣିମା ବୋଲି କହୁଛୁ ।ପୌଷ ପୁର୍ଣିମା ଦିନ ଭୀମ ମଣ୍ଡାଖିଆ ଅସୁରକୁ ବଧକରି ଗ୍ରାମବାସୀଙ୍କୁ ଅସୁରର ଅତ୍ୟାଚାରରୁ ରକ୍ଷାକରିଥିବା କଥା ଆମ ହିନ୍ଦୁ ପୂରାଣ ମହାଭାରତରେ ବର୍ଣିତ ଅଛି । ମଣ୍ଡାଖୁଆ ଅସୁରର ମୃତ୍ୟୁ ପରେ ଅସୁର ଠାରୁ ନିସ୍ତାର ପାଇଥିବା ଗ୍ରାମବାସୀ ବେସ ଆନନ୍ଦିତ ହୋଇ ନାଚିଗାଇ ଝୁମିଥିଲେ, କିନ୍ତୁ ସେ ଦିନକୁ ଗ୍ରାମ ବାସୀ ଆଜି ବି ମନେ ରଖୁଛନ୍ତି ଓ ଏକ ନିଆରା ଢଙ୍ଗରେ ଏହି ଦିନକୁ ଆଞ୍ଚଳିକ ଲୋକେ ପାଳିଥାନ୍ତି । ପ୍ରତିଗ୍ରାମରେ ଗ୍ରାମର ଛୋଟଛୋଟ ପୁଅଝିଅ ମାନେ ଦଳଦଳ ହୋଇ ବିଭିନ୍ନ ପ୍ରକାର ଭେସରେ ସଜବାଜ ହୋଇ କିଏ ବଜା ତ କିଏ ଡୋବା,ଗିନୀ, ସବୁ ବଜେଇ “ଛେର ଛେରଛେରା “କହି ଘରଘର ବୁଲି ନାଚିକୁଦି ଚାଉଳ, ଟଙ୍କା, ମୁଢି, ଚୁଡା, ଗୁଡ଼,ଡାଲି, ମୁଗ, କୋଳଥ, ବିରି ଓ ଅନ୍ୟାନ୍ୟ ଶସ୍ୟ ସାମଗ୍ରୀ ସବୁ ସଂଗ୍ରହ କରି ଗାଁ ମୁଣ୍ଡରେ ଯାଇ ଭୋଜି କରି ଖାଇଥାନ୍ତି । ବାସ୍ତବରେ କହିବାକୁ ଗଲେ ଏଠାକାର ଲୋକେ ଯେତିକି ସରଳ, ସେତିକି ନିଆରା ଏଠାକାର ଲୋକଙ୍କ ପର୍ବପର୍ବାଣୀ ଓ ପରମ୍ପରା । ଯେଉଁ ପର୍ବପର୍ବାଣୀ ଓ ଯାନୀଯାତରା ସମସ୍ତ ତେନ୍ତୁଳିଖୁଣ୍ଟି ବାସୀଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖୁବାରେ ମୁଖ୍ୟ ଭୂମିକା ଗ୍ରହଣ କରେ ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଅହଲ୍ୟାବାଇ ହୋଲକରଙ୍କ ୩00 ତମ ଜୟନ୍ତୀ ସମାରୋହ ଅବସରରେ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ

masiha

ବିସ୍ଥାପିତଙ୍କୁ ନିଯୁକ୍ତି, ଥଇଥାନ ଏବଂ କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗ. ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ବୈଠକରେ ଉଠାଇଲେ ବିଧାୟକ ଶ୍ରୀ ତନ୍ତୀ

ନିଗମାନନ୍ଦ ଜୟନ୍ତୀ ପାଳିତ 

Sunil Chandra Nayak

Leave a Comment

error: Content is protected !!