ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

ସର୍ବେଶ୍ୱର ଭୋଇଙ୍କ ନୃତ୍ୟରେ ଝୁମିଲେ ଦର୍ଶକ

ଜୁନାଗଡ଼,୨୫/୧(ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣିଜରା ଗ୍ରାମ ପଞ୍ଚାୟତ ଆନୁକୂଲ୍ୟରେ ଆମ ଓଡ଼ିଶା ନବୀନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ କାର୍ଯ୍ୟକାରୀ କରି ତାହାର ସଫଳ ରୂପାୟନ ଲୋକଙ୍କ ପାଖକୁ ପହଞ୍ଚି ପାରିଛି ବୋଲି ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ଜନସାଧାରଣଙ୍କୁ ମାର୍ଗଦର୍ଶନ କରିଥିଲେ ।ଏଥିରେ ସ୍ଥାନୀୟ ସରପଞ୍ଚ ଦିବ୍ୟ ଭାରତୀ ଲହଜଳ ସଭାପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପ ସଭାପତି ଶ୍ରୀମତୀ ସୁଧିରା ମେହେର ,ବ୍ଲକ ଅଧକ୍ଷ। ଶ୍ରୀମତୀ ସବିତା ମେହେର ,ଉପ।ଧକ୍ଷ ପ୍ରମୋଦ ବେହେରା ,ଜିଲ୍ଲା ପରିଷଦ ସଭ୍ୟ। ସଂଗୀତା ଖର୍ସେଲ ,ବି ଡି ଓ ଦେବାଶିଷ କର ,ଶିକ୍ଷାବିତ ସୁଧାଂଶୁ ଶେଖର ନେଗି ,ରାଜପୁର ସରପଞ୍ଚ ଗଜିନ୍ଦ୍ର ମାଝି ,ଅବସର ପ୍ରଧାନଶିକ୍ଷକ ଦିଲୀପ ମେହେର ଏବଂ ପଞ୍ଚାୟତ ହାଇ ସ୍କୁଲର ପ୍ରଧାନଶିକ୍ଷକ ଚନ୍ଦ୍ର ହାସ୍ୟ ମେହେର ପ୍ରମୁଖ ଯୋଗ ଦାନ କରି ଥିଲେ ।ଏହି କାର୍ଯ୍ୟକ୍ରମ ରେ ବଣି ଜରା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରଂବିକ ସଙ୍ଗୀତ ଗାନ କରାଯାଇଥିଲା ।ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପୁରସ୍କାର ବିତରଣ କରଯାଇଥିଲା ।ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୀତିକାର ସର୍ବେଶ୍ୱର ଭୋଇଙ୍କ ଲିକିରି ଝିକିରି ଡାଳ କୁରିଆ ଗୀତ ଓ ନାଚରେ ଦର୍ଶକ ଝୁମିଥିଲେ ।ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳର ଶିକ୍ଷାବିତ ,ସମାଜସେବୀ ,ପ୍ରକୃତି ବନ୍ଧୁ ,ଅବସର ଯବାନ ଙ୍କୁ ମାନ ପତ୍ର ଓ ଉପ ଢ଼ୋକନ ଦେଇ ସମ୍ମାନିତ କରାଯାଇଥିଲା ।କାର୍ଯ୍ୟକ୍ରମ ରେ ଜି ଆର ଏ ସ ଶଶାଙ୍କ ଶେଖର ପାଢ଼ୀ ମଞ୍ଚ ପରିଚାଳନା କରିଥିବାବେଳେ ସମାଜସେବୀ ଦେବେନ୍ଦ୍ର ମେହେର ,ଯୋଗାଣ ସହାୟକ ସୁଶାନ୍ତ ନ।ଏକ ତଥା ପଞ୍ଚାୟତ କର୍ମଚାରୀ ବୃନ୍ଦ ଓ ଗ୍ରାମବାସୀମାନେ ସହଯୋଗ କରିଥିଲେ । ପିଇଓ ଭାବଗ୍ରାହୀ ମେହେର ଧନ୍ୟବାଦ ଦେଇଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ବ୍ଲକ୍ ମିଶନ ଶକ୍ତି ଗୃହ ରେ ରାଇରଙ୍ଗପୁର ଉପଖଣ୍ଡ ସ୍ତରୀୟ ମୟୂରଭଞ୍ଜ କାର୍ଯ୍ଯ ନିର୍ବାହୀ ସଂଘ ଗଠିତ 

masiha

ଲାଠିକଟା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

Sunil Chandra Nayak

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଗଣ ଦୌଡ଼ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!