ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ବ୍ଲକ ର ପ୍ରତ୍ୟେକ ଆଦିବାସୀ ଗ୍ରାମ ଗୁଡିକ ରେ ପାଳିତ ହେଲା “ପୁଷ ପରବ ” 

ଡାବୁଗାଁ ବ୍ଲକ ର ପ୍ରତ୍ୟେକ ଆଦିବାସୀ ଗ୍ରାମ ଗୁଡିକ ରେ ପାଳିତ ହେଲା “ପୁଷ ପରବ ” 

ଡାବୁଗାଁ, ୨୫/୧ (ମ.ନି.ସ.)– ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ଗୁରୁବାର ଗୁରୁବାର ପୁଷପୁନି ପାଳିତ ହୋଇଯାଇଛି | ଡାବୁଗାଁ ବ୍ଲକ ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା ଏଠାରେ ବସବାସ କରୁଥିବା ପ୍ରାୟ ୯୦ ପ୍ରତିଶତ ଲୋକେ ଚାଷୀ ସମ୍ପ୍ରଦାୟର | ବର୍ଷର ୧୨ମାସ ଏହି ଅଞ୍ଚଳରେ ବିଭିନ୍ନ ଆଞ୍ଚଳିକ ପର୍ବପର୍ବାଣୀ ସାଙ୍ଗକୁ କୃଷି ଭିତିକ ପାର୍ବପର୍ବାଣି ସବୁ ପାଳନ କରାଯାଏ | କୃଷି ଭିତିକ ପର୍ବପର୍ବାଣୀ ମଧ୍ୟରେ ନୂଆଖାଇ, ଉଁଆସ, ଦିଆଳୀ, ଢେଲଚରୁ ଆଦି ପ୍ରମୁଖ ପର୍ବ ହୋଇଥିବା ବେଲେ ଆଞ୍ଚଳିକ ପର୍ବପର୍ବାଣି ଗୁଡିକ ମଧ୍ୟରେ ଦଶରା, ମଣ୍ଡେଇ, ପୁଷପୁନି ଆଦି ମୁଖ୍ୟ ପର୍ବ | ପୌଷ ମାସର ପୂର୍ଣ୍ଣମୀ ତିଥିକୁ ଗ୍ରାମାଞ୍ଚଳ ଲୋକେ ପୁଷପୁନି ଭାବରେ ପାଳନ କରନ୍ତି | ଗ୍ରାମାଞ୍ଚଳ ମାନଙ୍କରେ ଏହି ପର୍ବକୁ ନିଆରା ଢଙ୍ଗରେ ପାଳନ କରିଥାନ୍ତି | ପୂର୍ଣ୍ଣମୀ ହେବାର କିଛି ଦିନ ପୂର୍ବରୁ ଗ୍ରାମର ଛୋଟଛୋଟ ପୁଅଝିଅ ମାନେ ନିଜକୁ ବିଭିନ୍ନ ବେଶରେ ସଜେଇ ହୋଇ, ଘର ଘର ବୁଲି ନାଚି ନାଚି ଧାନ ଚାଉଳ, ମାଣ୍ଡିଆ, କୋଳଥ ଆଦି ଶସ୍ୟ ସାଙ୍ଗକୁ ଟଙ୍କା ପଇସା ମଧ୍ୟ ଆଦାୟ କରନ୍ତି | ନାଚିବା ପାଇଁ ବାଦ୍ୟର ଆବଶ୍ୟକତାକୁ ପୂରଣ କରିବା ପାଇଁ ଟିଣ ଡବା, ପ୍ଲାଷ୍ଟିକ ଡବା ଓ ଅନ୍ୟାୟ ଫଟାଟୁଟା ସାମଗ୍ରୀ ସବୁର ଯୋଗାଡ଼ କରିଥାନ୍ତି |ଏହି ପର୍ବରେ କୁନାକୁନି ମାନଙ୍କ ପାଟିରେ କେବଳ ଗୋଟିଏ ସ୍ୱର ଶୁଣିବାକୁ ମିଲେ ତାହା ହେଉଛି “ଛେର ଛେରା” | ଏହି ପର୍ବରେ କେବଳ ସାନମାନେ ହିଁ ନୁହଁ, ବଡମାନେ ମଧ୍ୟ ବିଭିନ୍ନ ବେଶରେ ନିଜକୁ ସଜେଇ ହୋଇ ଛେରଛେରା ଗୀତ ବୋଲି ଘରକୁ ଘର ବୁଲି ବିଭିନ୍ନ ଶସ୍ୟ ସାଙ୍ଗକୁ ଟଙ୍କା ପଇସା ଆଦାୟ କରିଥାନ୍ତି | ଶେଷ ଦିନ ଅର୍ଥାତ ପୌଷ ପୂର୍ଣ୍ଣିମା ଦିନ ଗ୍ରାମର ପିଲାମାନେ ଆଦାୟ ହୋଇଥିବା ସମସ୍ତ ଶସ୍ୟକୁ ଦୋକାନରେ ବିକିଦେଇ ସେହି ଟଙ୍କାରେ ଗାଁ ବାହାରେ ଏକ ଭୋଜି କରିଥାନ୍ତି | ହେଲେ ଏହି କିଛି ବର୍ଷ ହେବ ପିଲାଙ୍କ ମୁଖରୁ ଆଉ ଛେରଛେରା ଡାକ ଆଉ ଶୁଣିବାକୁ ମିଳୁନି କି ପିଲାମାନେ ବିଭିନ୍ନ ବେଶରେ ସଜେଇ ହୋଇ ଗ୍ରାମରେ ଘର ଘର ବୁଲି ନାନାଦି ଶସ୍ୟ ସାଙ୍ଗକୁ ଟଙ୍କା ପଇସା ମାଗୁଥିବା ଦେଖିବାକୁ ମିଳୁନି | ବ୍ଲକରେ କିଛି କିଛି ସ୍ଥାନରେ କେଁଭେଁ ଗୋଟେ ଯୋଡ଼େ ପିଲା ଏହି ପରମ୍ପରାକୁ ବଞ୍ଚେଇ ରଖିଥିବା ଦୃଷ୍ଟି ଗୋଚର ହୋଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଢେଙ୍କାନାଳ ଜିଲ୍ଳା ପ୍ରଶାସନ,ସଞ୍ଚୟ ଓ ଆର୍ଥିକ ସେବା ବିଭାଗର ବିଶ୍ଵ ମିତବ୍ୟୟିତା ଦିବସ-୨୦୨୫ ପାଳିତ 

Sunil Chandra Nayak

ଓଡ଼ିଶା ସୀମାନ୍ତରେ ଡ୍ରାଇଭର ମହାସଂଘର ଧର୍ମଘଟ 

Sunil Chandra Nayak

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୫ ଜନ୍ମ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଧର୍ମଗଡ଼ ଉପଖଣ୍ଡ ଡ଼ାକ୍ତରଖାନା ରକ୍ତ ଭଣ୍ଡାର ଠାରେ ରକ୍ତଦାନ ଶିବିର

Sunil Chandra Nayak

Leave a Comment

error: Content is protected !!