ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ଭାଷା, ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ଓଡ଼ିଆ ଭାଷା, ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ବସ୍ତା,25/01:ବସ୍ତା ବ୍ଲକ ନାବରା ମହିଳା ମହାବିଦ୍ୟାଳୟ ପରିସରରେ କଲେଜ୍ ଅଧ୍ୟକ୍ଷ ଅଜୟ ପ୍ରଧାନ ଙ୍କ ସଭାପତିତ୍ବରେ “ନୂଆ ଓ ” ଯୁବ ଓଡ଼ିଶା, ନବୀନ ଓଡ଼ିଶା” ଆନୁକୂଲ୍ୟରେ ଓଡିଆ ଭାଷା, ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି କାର୍ଯ୍ୟକ୍ରମର ଉଦ୍ଘାଟନ ହୋଇଯାଇଛି । ଏହି ଉଦ୍ଘାଟନୀ ଆଲୋଚନା ଚକ୍ରରେ କଲେଜ୍ ର ଅଧ୍ୟାପିକା ସାଧନା ଦାସ ଅଧିକାରୀ, ଅଧ୍ୟାପକ ମନୋରଞ୍ଜନ ବେହେରା, ଭବଶଙ୍କର ପ୍ରଧାନ, ସମେତ ନବ ନିଯୁକ୍ତ ଓଡ଼ିଆ ଅଧ୍ୟାପକ ମାନ ଗୋବିନ୍ଦ ରାଉତ ଓ ଇତିହାସ ଅଧ୍ୟାପିକା ସସ୍ମିତା ଗିରି ଉପସ୍ଥିତ ରହି ବିଭିନ୍ନ ଗଳ୍ପ, ଲୋକକଥା, କାବ୍ୟ କବିତା, ପୁରାଣକଥା ସହିତ ଜଗନ୍ନାଥ ସଂସ୍କୃତି ପରମ୍ପରା ସହିତ ଓଡ଼ିଆ ଭାଷାର ଅତୀତ,ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବିସ୍ତୃତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଦୁଇ ନବ ନିଯୁକ୍ତ ଅଧ୍ୟାପକ ଓ ଅଧ୍ୟାପିକା ଙ୍କୁ ପୁଷ୍ପଗୋଛ ଦେଇ ଛାତ୍ରୀ ମାନେ ସ୍ଵାଗତ କରିଥିବାବେଳେ , ଅଧ୍ୟାପକ ଭବଶଙ୍କର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ପୌରପାଳିକା ଏ.ଟି.ଏମ ନାଳ ସ୍ଲାପ ମରାମତି ହେଲା,ୟୁନିଅନ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ନାଳର ସ୍ଲାପ ମରାମତି କେବେ?

masiha

ନିଆଁରା ଢଙ୍ଗରେ ବିହନ ଛିନା ଯାତ୍ରା ପାଳନ କଲେ ଖଲିଗଡ଼ ଗ୍ରାମବାସୀ

masiha

ଦାଣ୍ଡବୋଷ ରେ ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ଗୁରୁ ଦର୍ଶନ କାର୍ଯ୍ୟକ୍ରମରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଓ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ 

masiha

Leave a Comment

error: Content is protected !!