ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଗକଣି ଗ୍ରାମରେ ମହିମା ଅଲେଖଙ୍କ ଯଜ୍ଞରେ ଯୋଗ ଦେଇ ଆଶୀଷ ନେଲେ ପ୍ରାକ୍ତନ ଵିଧାୟକ ଅଂଶୁମାନ

ମୁଗକଣି ଗ୍ରାମରେ ମହିମା ଅଲେଖଙ୍କ ଯଜ୍ଞରେ ଯୋଗ ଦେଇ ଆଶୀଷ ନେଲେ ପ୍ରାକ୍ତନ ଵିଧାୟକ ଅଂଶୁମାନ

ରାଜନଗର -25.1.024 କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ହାତୀନା ପଞ୍ଚାୟତ ମୁଗ କଣି ଗ୍ରାମରରେ ମହିମା ଅଲେଖ ମହୋତ୍ସବ ତିନିଦିନ ଧରି ଚାଲୁଥିବା ବେଳେ ଆଜି ପ୍ରାତଃ କାଳରେ ପୂର୍ଣ୍ଣାହୁତି କରାଯାଇଛି। ବ୍ରହ୍ମାବଧୂତ ନଟବର ବାବାଙ୍କ ପୌରହିତ୍ୟରେ ଏହି ସତ୍ ସଙ୍ଗ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ରହ୍ମାବଧୂତ ଅଭୟ ବାବା, ସୁଵ୍ରତ ବାବା, ଦୁଷ୍ମନ୍ତ ବାବା, ସାଧୁ ଦୁର୍ଲଭ ଦାସ, ଅନ୍ତର୍ଯ୍ୟାମୀ ଦାସ, କଳ୍ପତରୁ ଦାସ, ରତ୍ନାକର ଦାସ, ଅଭୟ ଦାସ ପ୍ରମୁଖ ଯୋଗଦେଇ ଧର୍ମାଲୋଚନା ସହିତ ଅଖଣ୍ଡ ଵତୀ ଜଳାଇ ହୋମ ଯଜ୍ଞ କରି ଭଜନ କୀର୍ତ୍ତନ କରିଥିଲେ। ଗତକାଲି ଅନ୍ତିମ ଦିବସରେ ଅଂଚଳର ସ୍ନେହ ଶ୍ରଦ୍ଧାର ପୁତ୍ର ତଥା ପ୍ରାକ୍ତନ ଵିଧାୟକ ଶ୍ରୀଯୁକ୍ତ ଅଂଶୁମାନ ମହାନ୍ତି ମହିମା ମହୋତ୍ସବରେ ଯୋଗଦେଇ ବାବାମାନଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିବାସହ ଅଲେଖ ମହିମାଙ୍କ ଯଜ୍ଞ କୁଣ୍ଡରୁ ଆଶୀଷ ଲୋଡିଥିଲେ। ଅଶୋକଙ୍କ ସହ ଵହୁ କର୍ମୀ ଯାଇଥିବା ବେଳେ ଗ୍ରାମବାସୀଙ୍କ ଆଦର ଓ ଉତ୍ସାହ ଅଂଶୁମାନକୁ ଆନନ୍ଦ ଦେଇଥିଲା। ଅଂଶୁମାନ ଵିଧାୟକ ଥିବାବେଳେ ଏହି ମଠ ମନ୍ଦିର ପାଇଁ ଯୋଗାଇଥିବା ଅର୍ଥ କୁ ଗ୍ରାମଲୋକମାନେ ମନେପକାଇ ଦେଇଥିଲେ। ଏହି ମହିମା ମହୋତ୍ସବକୁ ଗାଁର ମୁରଵୀ ତଥା ବ୍ଲକ କଂଗ୍ରେସ ସଭାପତି ଦେଵେନ୍ଦ୍ର କୁମାର ଜେନା ,ନରହରି ଜେନା ସମେତ ଗ୍ରାମବାସୀମାନେ ସହଯୋଗ କରିଥିଲେ।

କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!!

Related posts

ବାମନଘାଟୀ ସାଂସ୍କୃତିକ ପରିଷଦ, ସମାଜ ପାଠକ ମଞ୍ଚ, ସେବାସ୍ତମ୍ଭ ମିଳିତ ଆନୁକୂଲ୍ୟରେ ଉତ୍କଳ ଗୌରବ ମଧୁସୁଦନ ଦାସ ଜୟନ୍ତୀ ପାଳିତ

masiha

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ କିନ୍ନରଙ୍କ ଅଧିକାର ସମ୍ବନ୍ଧୀୟ ଆଇନ ସଚେତନତା କାର୍ଯ୍ୟକ୍ରମ 

masiha

ଡି. ଆଇ. ଇ. ଟି. ଢେଙ୍କାନାଳ ରାଜ୍ୟରେ ଶ୍ରେଷ୍ଠ ପ୍ରଶିକ୍ଷଣ ପ୍ରତିଷ୍ଠାନ :୨୦୨୪-୨୫ ବର୍ଷ ଲାଗି ପାଇଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

Sunil Chandra Nayak

Leave a Comment

error: Content is protected !!