ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜପୁର ଅମୃତ ଧାରା ଅଚଳ, ମିଳୁନି ପିଇବା ପାଣି

ଚିଲିଗୁଡା ( ମ ନି ସ) ଫଟୋ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ରାଜପୁର ବସ ଷ୍ଟାଣ୍ଡ ପାଖରେ ଥିବା ଅମୃତ ଧାରା ଲୋକଙ୍କୁ ସ୍ୱଚ୍ଛ ଓ ନିର୍ମଳ ପିଇବା ପାଣି ଯୋଗାଇ ଦେବା ପାଇଁ ପଞ୍ଚାୟତ ତରଫରୁ ନିର୍ମାଣ କରାଯାଇଥିଲା ।ହେଲେ ନିର୍ମାଣର କିଛି ମାସ ଯାଏଁ ଲୋକେ ଠିକ ଭାବରେ ପାଣି ପିଇବାକୁ ପାଉଥିଲେ ।ବସ ଷ୍ଟାଣ୍ଡ ସମ୍ମୁଖରେ ଏହି ଅମୃତ ଧାରା ଥିବାରୁ ଯାତ୍ରୀ ବ୍ୟତୀତ ସମସ୍ତେ ଏହାର ସୁବିଧା ପାଉ ଥିଲେ ।କିନ୍ତୁ କିଛି ମାସ ଗଲାପରେ କୌଣସି କାରଣ ବଶତଃ ତାହା ଅଚଳ ହୋଇ ଗଲା ।ଲୋକେ ସ୍ଵଛ ଏବଂ ନିର୍ମଳ ପିଇବା ପାଣି ପାଇବାରୁ ବଞ୍ଚିତ ହେଲେ ।ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏଁ ଏହାର ମରାମତି ହୋଇ ପାରୁନାହିଁ ।ଫଳରେ ପ୍ରବକ ଟାଣ ଖରାରେ ଲୋକେ ପାଣି ପାଇ ପାରୁ ନାହାନ୍ତି ।ଏପରିକି ଯାତ୍ରୀମାନେ ମଧ୍ୟ ହଟହଟା ହେଉଥିବା ଅଭିଯୋଗ କରିଛନ୍ତି ।ଏଣୁ ଲକ୍ଷ ଲକ୍ଷ ଟଙ୍କାରେ ନିର୍ମାଣ ହୋଇ ଥିବା ଅମୃତ ଧାରା ଲୋକଙ୍କ କାମରେ ଆସିପାରୁନାହିଁ ।ଏଣୁ ତୁରନ୍ତ ଏହାକୁ କାର୍ଯକ୍ଷମ କରିବା ପାଇଁ ନବ ନିର୍ବାଚିତ ସରପଞ୍ଚ ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି ।ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଆହାତ କୁଟୁରା ଉଦ୍ଧାର , ଚିକିତ୍ସା ପରେ ଜଙ୍ଗଲ ରେ ଛାଡି ଦିଆ ଯିବ

Sunil Chandra Nayak

ଦାଦନ ଶ୍ରମିକ ଙ୍କ ଟ୍ରେନ ଦୃଘଟନା ରେ ମୃତ୍ୟୁ

ଟେମରି ଓ ଚିଚିଆ ରେ ବିଶ୍ୱକର୍ମା ପୂଜା ଆୟୋଜିତ 

Sunil Chandra Nayak

Leave a Comment

error: Content is protected !!