ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ: ବର୍ଡ଼ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କାଙ୍କେରୀରେ ସାହିତ୍ୟ ଆଲୋଚନା ଚକ୍ର

ଧର୍ମଗଡ: ବର୍ଡ଼ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କାଙ୍କେରୀରେ ସାହିତ୍ୟ ଆଲୋଚନା ଚକ୍ର

କଳାହାଣ୍ଡି ଜିଲ୍ଲା କାଙ୍କେରୀସ୍ଥିତ ବର୍ଡର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ସାହିତ୍ୟ ପ୍ରତିଯୋଗିତା ଉଦଯାପନୀ ଉତ୍ସବ ଓ ସାହିତ୍ୟ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଅଛି l ଅନୁଷ୍ଠାନ ଅଧ୍ୟକ୍ଷ ଶ୍ରୀ ନିତ୍ୟାନନ୍ଦ ନାଥ ଶର୍ମାଙ୍କ ଅଧ୍ୟକ୍ଷତାରେ ଓଡ଼ିଆ କବିତା ପଠନ, ଓଡ଼ିଆ ପ୍ରବନ୍ଧ, ଓଡ଼ିଆ ବକ୍ତୃତା, କୁଇଜ, ଓଡ଼ିଆ ହସ୍ତାକ୍ଷର ଲିଖନ ପ୍ରତିଯୋଗିତା ସହ ଜଗନ୍ନାଥ ସଂସ୍କୃତି ଆଧାରିତ ଓଡ଼ିଆ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଥିଲା l ଏଥିରେ ସମ୍ମାନିତ ଆଲୋଚକ ଭାବେ ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ, ଶ୍ରୀ ବଙ୍କିମ ଚନ୍ଦ୍ର ମୁଣ୍ଡ” ଯୋଗଦେଇ “ଓଡ଼ିଆ କବିତାରେ ଶ୍ରୀ ଜଗନ୍ନାଥ ” ପ୍ରସଙ୍ଗରେ ଆଲୋଚନା କରିଥିଵା ବେଳେ ପଂଚାୟତ ମହାବିଦ୍ୟାଳୟ, ଧର୍ମଗଡ଼ ର ପ୍ରଧ୍ୟାପକ ଶ୍ରୀ ଲିଙ୍ଗରାଜ ପାତ୍ର “ଓଡ଼ିଆ ଅସ୍ମିତାରେ ଶ୍ରୀ ଜଗନ୍ନାଥ “ପ୍ରସଙ୍ଗରେ ଆଲୋଚନା କରିଥିଲେ l ଦ୍ଵିତୀୟ ଅଧୀବେଶନର ଉଦଯାପନୀ ଉତ୍ସବରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ନିତ୍ୟାନନ୍ଦ ନାଥ ଶର୍ମାଙ୍କ ଅଧ୍ୟକ୍ଷତା କରିଥିବାବେଳେ, ଅଧ୍ୟାପକ ଲିଙ୍ଗରାଜ ପାତ୍ର ମୁଖ୍ୟ ଅଥିତି ତଥା ଅଧ୍ୟାପକ ବଙ୍କିମ ଚନ୍ଦ୍ର ମୁଣ୍ଡ ମୁଖ୍ୟ ବକ୍ତା ଆସନ ଅଳଙ୍କୃତ ପୂର୍ଵକ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l ଅଧ୍ୟାପକ ଶ୍ରୀ ରାଜେନ୍ଦ୍ର ନାରାୟଣ ଯୋଷି ମଞ୍ଚ ପରିଚାଳନା କରିଥିବା ବେଳେ, ଅଧ୍ୟାପକ ଶରତ କୁମାର ମୁଣ୍ଡ ସ୍ୱାଗତ ସମ୍ଭାଷଣ ଏବଂ ଶେଷରେ ଅଧ୍ୟାପକ ଅଶୋକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଅଧ୍ୟାପିକା ରୀନା ପଟ୍ଟନାୟକ, ଅଧ୍ୟାପକ ଦେବେନ୍ଦ୍ର କୁମାର ଜଗତ,ଖେଳ ଶିକ୍ଷକ ଦେବେନ୍ଦ୍ର ସା ପ୍ରମୁଖ ସହଯୋଗ ପ୍ରଦାନକରି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ l

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

୭୫ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳିତ

masiha

ରାୟଗଡ଼ା ରେଳ ଷ୍ଟେଶନର ଭିତ୍ତିପ୍ରସ୍ତର ସ୍ଥାପନ

masiha

ଦୁର୍ଗମ ଜଙ୍ଗଲ ଘାଟି ପାହାଡ଼ ଚଢିଲେ ରାଇକିଆ ବିଡ଼ିଓ : ପ୍ରାଥମିକ ସୁବିଧା ସୁଯୋଗ ନିଶ୍ଚୟ ପ୍ରଦାନ କରାଯିବ 

masiha

Leave a Comment

error: Content is protected !!