ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିବ୍ୟାଙ୍ଗ ଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କଲେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଓ ବିଡିଓ

ଧର୍ମଗଡ:୨/୪/୨୨

    କଳାହାଣ୍ଡି ଜିଲା ଗୋଳାମୁଣ୍ଡା ବ୍ଲକ ର ଦିବ୍ୟାଙ୍ଗ ମାନଙ୍କୁ ଆଜି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ତିନି ଚକିଆ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି । ଦୀର୍ଘ ଦିନହେବ ମହାଲିଙ୍ଗ ଗ୍ରା:ପ ର କୁଲିଆପାଦର ଗାଁ ର ତିଲୋତ୍ତମା ଭୋଇ , ମହାଲିଙ୍ଗ ଗ୍ରାମର କହ୍ନେଇ ତାଣ୍ଡି ଓ ଗର୍ଣ୍ଣ ବାଗ, ଚିଚିଆ ଗାଁର ବକ୍ରମଣି ପଟେଲ,ଫରଙ୍ଗ ଗାଁ ର ଶଙ୍କର ବିହାରୀ ଓ ମଧୁ ଭୋଇ , ମକ୍ରାଗୁଡା ଗାଁ ର ପୁରନ୍ଦର ଭୋଇ ଓ ଖଲିଆକାନି ଗାଁ ର ଶଙ୍କର ପାତ୍ର ପ୍ରମୁଖ ଆଠ ଜଣ ଦିବ୍ୟାଙ୍ଗ ଟ୍ରାଇ ସାଇକେଲପାଈ ପ୍ରଶାସନ ର ଦ୍ବାରସ୍ଥ ହୋଇଥିଲେ । କୌଣସି କାରଣବଶତଃ ସେମାନଙ୍କୁ ଏହା ପ୍ରଦାନ କରିବାରେ କିଛି ବିଳମ୍ବ ହୋଇ ଥିଲା । ତେବେ ଅଧକ୍ଷ ଶ୍ରୀ ମହାନନ୍ଦ ଙ୍କ ଉଦ୍ୟମକ୍ରମେ ଆଜି ସେମାନଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଅଛି । ତିନି ଚକିଆ ସାଇକେଲ ପାଇ ଆଠ ଜଣ ଦିବ୍ୟାଙ୍ଗ ଙ୍କ ମୁହଁ ରେ ଖୁସିର ଲହରୀ ଖେଲିଯାଇଛି । ନୂତନ ସରପଞ୍ଚ , ସମିତି ସଭ୍ୟ , ଜିଲା ପରିଷଦ ସଦସ୍ୟ ଦିବ୍ୟାଙ୍ଗ ମାନଙ୍କୁ ସୁବିଧା ଭାବରେ ଆଣି ବ୍ଲକ ପରିସର ରେ ଏକତ୍ରିତ କରି ଥିଲେ । ଏହି କାର୍ଯ୍ୟକ୍ରମ ରେ ଗୋଳାମୁଣ୍ଡା ବିଡିଓ ସ୍ନିଗ୍ଧାରାଣୀ ପ୍ରଧାନ, ଜିଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ଦେବରାଜ ରାଉତ, କେଗାଁ ଜିଲା ପରିଷଦ ସଭ୍ୟ ଜୟସେନ ସାହୁ, ସାମାଜିକ ସୁରକ୍ଷା ଅଧିକାରୀ ତ୍ରିଲୋଚନ ନାଏକ, ମହାଲିଙ୍ଗ ସମିତି ସଭ୍ୟ କିରଣ ସିଂ,ଫରଙ୍ଗ ସରପଞ୍ଚ ପୁର୍ଣ୍ଣ ଭୋଇ, ମାନଝରୀ , ସରପଞ୍ଚ ଜଗଜିବନ ଅଘ୍ରିଆ, ଉଦେଶୃଙ୍ଗ ସରପଞ୍ଚ୍ ନାରାୟଣ ଅଘ୍ରିଆ,ଖମାରହଲଦୀ ସରପଞ୍ଚ୍ ରବିନ୍ଦ୍ର ମୁଣ୍ଡ, ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଓ ଖଲିଆକାନି ଗ୍ରା:ପ ସମିତି ସଭ୍ୟାଙ୍କ ପ୍ରତିନିଧି ମହେନ୍ଦ୍ର ମଙ୍ଗରାଜ ଓ ପିଇଓ ଡମ୍ବରୁଧର ସେନାପତି ପ୍ରମୁଖ ଉପସ୍ତିତ ଥିଲେ । ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ ।

Related posts

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ ଭବିତବ୍ୟ

Sunil Chandra Nayak

କବିତା – ଫଗୁଣ ର ଉପକୂଳେ

Sunil Chandra Nayak

ରାଇରଙ୍ଗପୁର ଟାଉନ ଥାନାରେ ସଂପର୍କ ଆନୁକୁଲ୍ୟରେ ‘ଶିଶୁ ମିତ୍ର ଥାନା’ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!