ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡ଼ା – ବିଭିନ୍ନ ସ୍ଥାନ ରେ ହିନ୍ଦୁ ନବ ବର୍ଷ ପାଳନ

ନୂଆପଡା: ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘ ପକ୍ଷରୁ ଖଡ଼ିଆଳ ଅଗ୍ରସେନ ଧର୍ମଶାଳା ଠାରେ ହିନ୍ଦୁ ନବ ବର୍ଷ ମହା ସମାରୋହରେ ପାଳିତ ହୋଇଯାଇଛି । ହିନ୍ଦୁ ସଂସ୍କୃତିରେ ଆଜିର ଦିନ ଚୈତ୍ର ଶୁକ୍ଳ ପ୍ରତିପଦା ଭାରତରେ ନୂତନ ପଂଚାଙ୍ଗ ଆରମ୍ଭ ହୋଇଥାଏ । ଭଗବାନ ବ୍ରହ୍ମା ଏହି ଦିନ ସୃଷ୍ଟିର ରଚନାର ଆରମ୍ଭ କରିଥିଲେ । ଶନିବାର ଅନୁଷ୍ଠିତ ହିନ୍ଦୁ ନବବର୍ଷର ଅବହାକ ଜିତେନ୍ଦ୍ର ନାଥ ପଟ୍ଟନାୟକ ଥିବା ବେଳେ ସଂଘ ଚାଳକ ବିନୋଦ ଅଗ୍ରୱାଲ, ସଞ୍ଜୟ ତିୱାରୀ, ଉଜ୍ଜ୍ୱଳ ଗୁପ୍ତା, ପ୍ରଦୀପ ତ୍ରିବେଦୀ, ବିନୋଦ ପାଢ଼ୀ, ସଜ୍ଜନ ଅଗ୍ରୱାଲ, ରତ୍ନାକର ସାହୁ, ସୁରେଶ ହଟୱାର, ଶ୍ରୀବତ୍ସ ବାରିକ, ମନିଷ ଅଗ୍ରୱାଲ, ପ୍ରଦୀପ ତ୍ରିବେଦୀ, ପ୍ରଦୀପ ମହାନା, ଥିବ। ବେଳେ କଟକ ସଙ୍ଘ ବିଭାଗ ପ୍ରମୁଖ ବିଶ୍ବମ୍ବର ପାଣି ପ୍ରମୁଖ ଯୋଗ ଦେଇ ଭାରତ ସଂସ୍କୃତି କୁ ଆଧୁନିକ ସଭ୍ୟତା ଦ୍ବାରା ଅପଭ୍ରଂଶ କରିବା ଚକ୍ରାନ୍ତ କରୁଛନ୍ତି । ତେଣୁ ଆଜିର ଦିନ ହିନ୍ଦୁ ନବବର୍ଷ ପାଳନ କରିବାକୁ ଆହ୍ବାନ କରିଥିଲେ। ହିନ୍ଦୁ ସନାତନ ପଂଚାଙ୍ଗର ମଧ୍ୟ ଆଜିର ଦିନ ଆରମ୍ଭ ହୋଇଥାଏ । ଏହା ପାଳନ ପାଇଁ ଆହ୍ବାନ କରିଥିଲେ । ସନ୍ଧ୍ୟା ସମୟରେ ଖଡ଼ିଆଳ ଦଧିବାମାନ ମନ୍ଦିରରୁ ବିଶାଳ ଶୋଭାଯାତ୍ରାରେ ବାହାରି ଖଡ଼ିଆଳ ସହର ପରିକ୍ରମା କରିଥିଲେ । ସେହିପରି ଭୁଲିଆସିକୁଆ ଶିଶୁ ମନ୍ଦିରରେ ସଭାପତି ହରିହର ମେହେର ପ୍ରଧାନ ଆଚାର୍ଯ୍ୟ ସିବାରାମ ଦାସ, ସମସ୍ତ ଗୁରୁଜୀ, ଗୁରୁମା, ପରିଚାଳନା ଗ୍ରାମବାସୀଙ୍କ ଦ୍ୱାର ପାଳିତ ହୋଇଥିଲା । ସେହିପରି ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘ ନେହେନା ଶାଖା ପକ୍ଷରୁ ନେହେନା ଶ୍ରୀ ରାମ ନବମୀ ପ୍ରାଙ୍ଗଣରେ ହିନ୍ଦୁ ନବ ବର୍ଷ ପାଳିତ ହୋଇଯାଇଅଛି। ପ୍ରଥମେ ସକାଳ ୬ ଘଣ୍ଟା ସମୟର ସାମୁହିକ ଅର୍ଘ୍ୟ ପ୍ରଦାନ କାର୍ଯ୍ୟକ୍ରମ ହୋଇଥିବା ବେଳେ ସନ୍ଧ୍ୟା ୩ ଘଣ୍ଟା ସମୟରେ ବିଛନାପାଲି ଡୁକୁରି ବୁଢ଼ୀ ଦେବୀ ମନ୍ଦିରରୁ ଶୋଭାଯାତ୍ରାରେ ବାହାରି ବିଛନାପାଲି, ତୋରଲୀ, ଚିଚେର, ନେହେନା ଗ୍ରାମ ପରିକ୍ରମା କରିଥିଲେ ଓ ନେହେନା ଠାରେ ସଭା ଆୟୋଜନ କରାଯାଇଥିଲା ମୁଖ୍ୟ ବକ୍ତା ମୋହନ ଚରଣ ଦାସ, ମୁଖ୍ୟ ଅତିଥି ନେହେନା ସରପଞ୍ଚ ଅଶୋକା ଦଣ୍ଡସେନା, ସଂମ୍ମାନୀତ ଅତିଥି ସମିତି ସଭ୍ୟା ଲୀଳା ରାଉତରାୟ, ଉପଦେଷ୍ଟା ଅକୀନଚନ ବାରିକ ମଞ୍ଚଆସିନ ଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ପ୍ରଦୀପ ରାଉତରାୟ, ଶୋଭାଯାତ୍ରା ପରିଚାଳନା କରିଥିଲେ ବିଶ୍ବରଞ୍ଜନ ଦଣ୍ଡସେନା, ସୁରେଶ ହଟୱାର, କାର୍ତ୍ତିକେଶ୍ୱର ମଲ୍ଲିକ, ଡମ୍ବରୁଦଧର ଝଙ୍କାର, ରୁଦ୍ରମାଧବ ରାଉତରାୟ, ବ୍ରହ୍ମାନନ୍ଦ ରାଉତରାୟ, ସୁଶାନ୍ତ ବିଶି, ମନୋଜ ସୁନାନୀ, ରାହୁଲ ଦଣ୍ଡସେନା, ଆଲୋକ ରାଉତରାୟ, ନୀଳମାଧବ ଦଣ୍ଡସେନା, ସାମିଲ ଥିବା ବେଳେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଲଳିତା ଦାଶ, ପୁତୁଳ ବିଶି, ଅନୁ ବିଶି, ପଦ୍ମଳୟା ଜଗତ, ଖିତିମୟୀ ଦାଶ । ଅତିଥିମାନେ ନିଜ ନିଜର ବକ୍ତବ୍ୟରେ କିପରି ହିନ୍ଦୁମାନଙ୍କ ମଧ୍ୟରେ ଏକତା ରହିବ, ଗୋମାତାର ଙ୍କୁ ସମସ୍ତ କ୍ଷେତ୍ରରେ ଅଗ୍ରାଧିକାର ଦେବା ସେଉପରେ ବର୍ଣ୍ଣନା କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଇଘର ହାଟ ବଞ୍ଚାଇବା ନିମନ୍ତେ ଅଣ୍ଟା ଭିଡ଼ିଲା ମିଳିତ କ୍ରିୟାନୁଷ୍ଠାନ କମିଟି

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ନନ୍ଦର ଘରେ ଆନନ୍ଦ ହସନ୍ତି କଳା ଗୋବିନ୍ଦ

Sunil Chandra Nayak

ରାୟଗଡ ଜିଲ୍ଲା ସ୍ତରୀୟ ୭୬ତମ ସ୍ବାଧୀନତା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!