ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାପ ଫୁଲ ଦେଇ ସଡକ ସୁରକ୍ଷା ସଚେତନତା 

ଗୋଲାପ ଫୁଲ ଦେଇ ସଡକ ସୁରକ୍ଷା ସଚେତନତା 

  ଡାବୁଗାଁ, ୨୮/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ର ସିଂଶାରୀ ଫାଣ୍ଡି ଅଧୀନ ସିଂଶାରୀ– ଛତିଶଗଡ ମୁଖ୍ୟ ରାସ୍ତାରେ ଇଷ୍ଟ ଇଣ୍ଡିଆ କନସୋରଟିୟମ ସଂସ୍ଥା ତରଫରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ହେଲମେଟ ବିନ୍ଧିବା, ୨ ଚକିଆ ଗାଡିରେ ୨ ଜଣରୁ ଅଧିକ ବସନ୍ତୁ ନାହିଁ, ସିଟ ବେଲ୍ଟ ଲଗାଇ ଗାଡି ଚଲାନ୍ତୁ, ମଦ୍ୟପାନ କରି, ମୋବାଇଲ ଧରି କିମ୍ବା ଅନ୍ୟ ମନସ୍କ ହୋଇ ଗାଡି ଚଲାନ୍ତୁ ନାହିଁ ବୁଝାଇବ ସହ ଗୋଲାପ ଫୁଲ ଓ ଜଗନ୍ନାଥ ଙ୍କ ଫଟୋ ଥିବା ଲକେଟ ଦେଇ ଗାଡି ଚାଳକ ମାନଙ୍କୁ ଦେଇ ସଚେତନ କରଯାଇଥିଲା | ଏଥିରେ ସିଂଶାରୀ ଫାଣ୍ଡି ଅଧିକାରୀ ଶିଶିରକାନ୍ତ ଘୋଷ, ଟିମ ଲିଡର ଚକ୍ରଧର ମହାରଣା, ଏକାଦଶୀ ପରିଡା, ଗଦାଧର ମହାରଣା, ମୃତ୍ୟୁଞ୍ଜୟ ମୁଦୁଲି, ନକୁଳ ବରାଳ ଓ ସିଂଶାରୀ ଫାଣ୍ଡିର ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଆମ କାର୍ଯ୍ୟ-କଳାପ ଓ ଦୃଷ୍ଟି ଭଙ୍ଗି ସମୂହ କୈନ୍ଦ୍ରିକ ହେବା ଉଚିତ : ମହାସଚିବ

masiha

ଛାତ୍ରାବାସରେ ଅବ୍ୟବସ୍ଥା ଅଭିଯୋଗ: ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି/ଛାତ୍ରାବାସରେ ଅବ୍ୟବସ୍ଥା ଅଭିଯୋଗ: ତଦନ୍ତ ଦାବି କଲା ମାସା ସଂଗଠନ

Sunil Chandra Nayak

ବହୁଜନ ସଂଗ୍ରାମ ସମିତି ତରଫରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!