ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୀନକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକ କ୍ରୀଡାଉତ୍ସବ ଅନୁଷ୍ଠିତ

ଦୀନକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକ କ୍ରୀଡାଉତ୍ସବ ଅନୁଷ୍ଠିତ

ବସ୍ତା,28/11:ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରବିବାର ସକାଳ ସମୟରେ ଖୁଆଡ଼ ଦୀନକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ 70ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହେଇଯାଇଛି |ଏଥିରେ ସଭାପତିତ୍ୱ କରିଥିଲେ ପ୍ରଧାନଶିକ୍ଷକ ସୁଖଦେବ ପ୍ରମାଣିକ , ମୁଖ୍ୟଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଜ୍ୟୋତ୍ସ୍ନା ରାଣୀ ପ୍ରଧାନ , ମୁଖ୍ୟବ୍ୟକ୍ତା ଅବସରପ୍ରାପ୍ତ ଶିକ୍ଷକ ଶିଶିର କୁମାର ଗାନ୍ଧୀ ସମ୍ମାନିତ ଅତିଥିଭାବେ ପରିଚାଳନା କମିଟିର ସଭାପତି ଶିବ ଶଙ୍କର ସାହୁ, ପୁରାତନ ଛାତ୍ର ସଂସଦର ସମ୍ପାଦକ ଅନନ୍ତ କୁମାର ମହାନ୍ତି ଏବଂ ଖୁଆଡ଼ କ୍ଲଷ୍ଟର ସିଆରସିସି ରାଧାକାନ୍ତ ସିଂ ମଞ୍ଚରେ ଉପସ୍ଥିତ ଥିଲେ | ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ସୋନାଲି ମଞ୍ଜରୀ ସାହୁ ମଞ୍ଚ ଆହ୍ୱାନ କରିଥିବାବେଳେ ସହକାରୀ ଶିକ୍ଷୟତ୍ରୀ ଶାରତୀ ବେହେରା ଅତିଥିପରିଚୟ ପ୍ରଦାନ କରିଥିଲେ |ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ଅନୁସୟା ପଟାୟତ ଉତ୍ସବର ବାର୍ଷିକ ବିବରଣୀ ପାଠ କରିଥିଲେ |ବିଦ୍ୟାଳୟରେ ଅନୁଷ୍ଠିତ ସମସ୍ତଖେଳକୁ କ୍ରୀଡାଶିକ୍ଷକ ଦେବବ୍ରତ ସାସମଲ ସୁଚାରୁରୂପେ ପରିଚାଳନା କରୁଥିବାବେଳେ ଅତିଥିସତ୍କାରରେ ସହାୟତା କରିଥିଲେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଶ୍ରାବଣୀ ସାସମଲ, ସବିତା ଦାସ, ଦୁଲାଲି ଟୁଡୁ, ବିଶ୍ୱଜିତ ପଣ୍ଡା, ସମୀର ମହାନ୍ତ, ସୁଧୀର କୁମାର ଗିରି, ନୟନ ରଞ୍ଜନ ଦେ, ଶାଶ୍ୱତ ଦାସ ଓ ସୁକାନ୍ତି ସେନାପତି | ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ଉପସ୍ଥିତ ଅତିଥିମାନେ ପୁରସ୍କୃତ କରିଥିଲେ |ପରିଶେଷରେ ବିଦ୍ୟାଳୟର ପିଲାମାନଙ୍କ ଦ୍ୱାରା ନାଚଗୀତର ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା |

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

କଲେଜ ଛାତ୍ରୀଙ୍କ ଦ୍ବାରା ସ୍ବଚ୍ଛଭାରତ କାର୍ଯ୍ୟକ୍ରମ

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ଦ୍ବାରା ଆଇନ୍ ସଚେତନତା କାର୍ଯ୍ୟକ୍ରମ

Meet the most Dynamic & Friendly police officer P.K Sahoo.

masiha

Leave a Comment

error: Content is protected !!