ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାଗରିକ ମୌଳିକ ଅଧିକାର କର୍ତ୍ତବ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ

ନାଗରିକ ମୌଳିକ ଅଧିକାର କର୍ତ୍ତବ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ

କୋକସରା,୨୭/୧ // ୭୫ ତମ ସାଧାରଣତନ୍ତ୍ର ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସିଟିଜନ ଫୋରମ ପକ୍ଷରୁ ସ୍ଥାନୀୟ ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟରେ ଭାରତୀୟ ନାଗରିକଙ୍କ ମୌଳିକ ଅଧିକାର ଏବଂ କର୍ତ୍ତବ୍ୟ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସିଟିଜନ ଫୋରମର ସମ୍ପାଦକ ମିନିକେତନ ପ୍ରଧାନୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବ୍ୟୋମକେଶ ପଣ୍ଡା, ମୁଖ୍ୟ ବକ୍ତା ଭାବେ ଲଡୁଗାଁ କଲେଜର ଅଧ୍ୟକ୍ଷ ଡ଼. ନିହାରକାନ୍ତ ପଣ୍ଡା, ସମ୍ମାନିତ ଅତିଥି ଭାବେ ଜବାହାର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ଉପସ୍ଥିତ ରହି ଭାରତୀୟ ନାଗରିକଙ୍କ କର୍ତ୍ତବ୍ୟ ଓ ମୌଳିକ ଅଧିକାରର ବିଭିନ୍ନ ଦିଗ ଉପରେ ମତ ପ୍ରକାଶ କରିଥିଲେ। ଏହି ଆଲୋଚନା ଚକ୍ରରେ ବରିଷ୍ଠ ଅଵସର ପ୍ରାପ୍ତ ଶିକ୍ଷକ ନୃସିଂହ ଚରଣ ବାରିକ, ଜଗବନ୍ଧୁ ମାଝୀ, କେଶବ ଚନ୍ଦ୍ର ନାଏକ, ଅଵସର ପ୍ରାପ୍ତ କୃଷି ଅଧିକାରୀ ଶ୍ରୀନିବାସ ପ୍ରଧାନୀ, ମଙ୍ଗଲୁ ଚରଣ ଭାଟି, ଭାରପ୍ରାପ୍ତ ଶିକ୍ଷକ ବୁଢ଼ାରଜା ହାଇସ୍କୁଲ ଭାଗ୍ୟବାନ ବାଗ, ନାରାୟଣ ପଟ୍ଟନାୟକ, ବୁଟୁନାଥ ସରାବୁ ପ୍ରମୁଖ ଉପସ୍ଥିତ ରହିଥିଲେ।

ମସିହା ନିୟୂଜ ସର୍ଭିସ୍ 

Related posts

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରଙ୍କ ଆୟୁଷ୍ମାନ ଜନ ଆରୋଗ୍ୟ ମନ୍ଦିର ପରିଦର୍ଶନ ସହ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ

masiha

ଆର କେ ଜୁନିୟର କଲେଜ,ଲୁହାଶିଳାରେ”ପ୍ରବେଶ ଉତ୍ସବ” ପାଳିତ

Sunil Chandra Nayak

ଇସି ରିଷ୍ଟ୍ରକ୍ଚରିଙ୍ଗ୍ ଵନ୍ଦ ଦାଵିରେ ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘ ପକ୍ଷରୁ ୨୪ ଜାନୁଆରୀରେ କୋରାପୁଟ ଜିଲ୍ଲା ସ୍ତରୀୟ ଵିକ୍ଷୋଭ 

masiha

Leave a Comment

error: Content is protected !!