ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ରେ ଜଗତ ଗୁରୁ ଶ୍ରୀ ଶ୍ରୀ ଶ୍ରୀ ଠାକୁର ଅଭିରାମ ପରମହଂସଙ୍କ ପୂଜାର୍ଚ୍ଚନା ଓ ସତସଙ୍ଗ

ରାଇରଙ୍ଗପୁର ରେ ଜଗତ ଗୁରୁ ଶ୍ରୀ ଶ୍ରୀ ଶ୍ରୀ ଠାକୁର ଅଭିରାମ ପରମହଂସଙ୍କ ପୂଜାର୍ଚ୍ଚନା ଓ ସତସଙ୍ଗ

ମୟୂରଭଞ୍ଜ – ୨୮/୦୧ ( ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ମହୁଲଡିହା ଗ୍ରାମର ସାଧକ ଭାଇ ଅନନ୍ତ ଦତ୍ତଙ୍କ ବାସ ଭବନ ପରିସରରେ ଜଗତ ଗୁରୁ ଶ୍ରୀ ଶ୍ରୀ ଶ୍ରୀ ଠାକୁର ଅଭିରାମ ପରମହଂସଙ୍କ ପୂଜାର୍ଚ୍ଚନା , ସତସଙ୍ଗ,ଭଜନ କାର୍ଯ୍ୟକ୍ରମ ମହାସମାରୋହରେ ଶ୍ରଦ୍ଧାଳୁମାନଙ୍କ ଦ୍ବାରା ଅନୁଷ୍ଠିତ ହୋଇଯାଇଛି ।ସନ୍ଥ ଅଭିରାମ ପରମହଂସ ଜଣେ ଆଗଧାଡିର ଜଣାଶୁଣା ଆଧ୍ୟାତ୍ମିକ ପୁରୁଷ , ସମାଜ ସଂସ୍କାରକ, ସ୍ବାଧୀନତା ସଂଗ୍ରାମୀ,ସାହିତ୍ୟ ଅନୁରାଗୀ,ଭଗବତ ଗୀତା ପ୍ରବଚକ ସମାଜରେ ଶାନ୍ତି , ମୈତ୍ରୀ, ପ୍ରେମ,ଭାତୃତ୍ବ ପରିବେଶ ସୃଷ୍ଟି କରିବାରେ ତାଙ୍କର ଅବଦାନ ଅନନ୍ୟ । ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରରେ ତାଙ୍କର ଅନେକ ଶିଷ୍ଯ ଅଛନ୍ତି । ଯେଉଁମାନେ ତାଙ୍କ ଆଦର୍ଶ, ଗୁରୁଭକ୍ତି, ପ୍ରେରଣାରେ ତାଙ୍କର ବାଣୀ, ଉପଦେଶ ପ୍ରଚାର ଓ ପ୍ରସାର କରୁଛନ୍ତି । ରାଇରଙ୍ଗପୁର ମହୁଲଡିହାରେ ସେହି ମହାନ ସନ୍ଥଙ୍କ ପୂଜାର୍ଚ୍ଚନା ତାଙ୍କର ଶିଷ୍ୟ ଓ ଶ୍ରଦ୍ଧାଳୁମାନଙ୍କ ଦ୍ଵାରା ପୂଜାର୍ଚ୍ଚନା,ଭଜନ ଓ ସଂକୀର୍ତ୍ତନ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାର ଚିତ୍ରଡା ଅଂଚଳର ଧନଶଳା ଆଶ୍ରମର ବାବା ଗୌରହରି ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ଗୁରୁ ପରମହଂସଙ୍କ ଜୀବନ ଚର୍ଯା, ତାଙ୍କ ବାଣୀ ଏବଂ ଭଗବତ ଗୀତା ଉପରେ ଆଲୋକପାତ କରିଥିଲେ ।ଯେତେ ବଳଶାଳୀ, ଧନଶାଳୀ, କ୍ଷମତାଶାଳୀ ହୋଇଥିଲେ ମଧ୍ୟ ଯାହା ପାଖରେ ଆଧ୍ୟାତ୍ମିକତା ମନୋଭାବ ନାହିଁ ସେ ଜୀବନ ତୁଛ । ମଣିଷ କୁ ଆଧ୍ୟାତ୍ମିକତାହିଁ ପ୍ରାରମ୍ଭରେ କର୍ମରୁ ରକ୍ଷା କରି ଭଗବତ ଦିଶା ଆଡ଼କୁ ଆକର୍ଷଣ କରିବା ସହ ସୁରକ୍ଷା ଦେଇଥାଏ । ସମସ୍ତେ ଭଗବତ ବିଶ୍ବାସୀ ହେବା ସହ ଯେ କୌଣସି ନିଜ ମନର ଭଲ ପାଉଥିବା ଗୁରୁଙ୍କ ଶରଣାଗତ ହୋଇ ପ୍ରତ୍ଯେକ ଦିନ ଭଗବତ ଗୀତାକୁ ଅଳ୍ପ ବହୁତ ପାଠ କରିବା ପାଇଁ ପ୍ରେରଣା ଦେଇଥିଲେ ।ପରେ ପୂଜାର୍ଚ୍ଚନା,ଆରତୀ ଓ ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ସମସ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା । ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ସନ୍ଥ ଅଭିରାମ ପରମହଂସଙ୍କ ଶିଷ୍ଯ ଓ ଶିଷ୍ଯା ଯୋଗ ଦେଇ ଠାକୁରଙ୍କୁ ପୂଜାର୍ଚ୍ଚନା ସହ ଆଶିର୍ବାଦ ନେଇଥିଲେ । ସମଗ୍ର ଅଂଚଳ ଏକ ଭକ୍ତିମୟ ପରିବେଶ ହୋଇ ଉଠିଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

1996 ମାଟ୍ରିକ ବ୍ୟାଚ୍ ର ବନ୍ଧୁ ମିଳନ

Sunil Chandra Nayak

ଢୁଷଗୁଡ଼ା ରେତ୍ ଡ୍ୟାମରେ ବୁଡ଼ି କଲେଜ ଛାତ୍ର ନିଖୋଜ ଘଟଣା, ୨୪ ଘଣ୍ଟା ପରେ ଶବ ଉଦ୍ଧାର         

Sunil Chandra Nayak

ପିଲାଙ୍କ ପାଇଁ ଦିନଟିଏ

masiha

Leave a Comment

error: Content is protected !!