ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାମଶୂଳୀ କଲେଜରେ ନୂଆ -ଓ ” ଓଡ଼ିଆ ସାହିତ୍ୟ ପ୍ରତିଯୋଗୀତା ” ର ଉଦଯାପନୀ ଉତ୍ସବ 

ଜାମଶୂଳୀ କଲେଜରେ ନୂଆ -ଓ ” ଓଡ଼ିଆ ସାହିତ୍ୟ ପ୍ରତିଯୋଗୀତା ” ର ଉଦଯାପନୀ ଉତ୍ସବ 

ବସ୍ତା,୩୦/୧ : ଜାମଶୂଳୀ ସ୍ଥିତ ଲକ୍ଷ୍ମୀ ନାରାୟଣ କଲେଜରେ ନୂଆ -ଓ ” ଓଡ଼ିଆ ସାହିତ୍ୟ ପ୍ରତିଯୋଗୀତା ” ର ଉଦଯାପନୀ ଉତ୍ସବ ମଙ୍ଗଳବାର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି।କଲେଜ ଅଧ୍ୟକ୍ଷ ପ୍ରାଧ୍ୟାପକ ଉମେଶ ଚନ୍ଦ୍ର ପ୍ରଧାନ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଏହି ଉତ୍ସବ ରେ ପ୍ରାଧ୍ୟାପକ ଦେବ ବ୍ରତ ଦାସ ମଞ୍ଚ ଆହ୍ୱାନ , ନୋଡାଲ ଅଫିସର ପ୍ରାଧ୍ୟାପକ ଦିବ୍ୟ ଇନ୍ଦୁ ଗିରି ଅତିଥି ପରିଚୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ମୁଖ୍ୟ ଅତିଥି ଭାବରେ ବରିଷ୍ଠ କବି ସୁକୁମାର ଦାସ , ମୁଖ୍ୟ ବକ୍ତା ଭାବରେ ଶିକ୍ଷାବିତ ଡ଼ଃ ବିଜୟ କୁମାର ଦେ ,ସମ୍ମାନିତ ଅତିଥି ଭାବରେ ଧ୍ରୁବ ଚରଣ ସଂସ୍କୃତ କଲେଜର ଅଧ୍ୟକ୍ଷ ପଣ୍ଡିତ ପ୍ରିୟ ବ୍ରତ ପଣ୍ଡା ,ପରିଚାଳନା କମିଟିର ସଭାପତି ସୃଷ୍ଟି ଧର ପାତ୍ର ପ୍ରମୁଖ ଯୋଗ ଦେଇ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ।ଓଡ଼ିଆ ଭାଷା ଓ ସଂସ୍କୃତି ର ପ୍ରାଚୀନତା ସମ୍ପର୍କରେ ସେମାନେ ମଧ୍ୟ ଆଲୋଚନା କରିଥିଲେ।ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ସମ୍ପର୍କରେ ମଧ୍ୟ ସେମାନେ ସୂଚନା ପ୍ରଦାନ କରିଥିଲେ।ବିଭିନ୍ନ ପ୍ରତିଯୋଗୀ ତାର କୃତୀ ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନେ ମଧ୍ୟ ପୁରସ୍କୃତ କରିଥିଲେ।ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଭକ୍ତର ଭଗବାନ କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା।କାର୍ଯ୍ୟକ୍ରମ କୁ ନୋଡାଲ ଅଫିସର ଡ଼ଃ ଶିବ ନାରାୟଣ ମହାପାତ୍ର ,ପ୍ରାଧ୍ୟାପକ ସଂଗ୍ରାମ କେଶରୀ ନାୟକ ,ଡ଼ଃ ସୁକାନ୍ତ କୁମାର ଗିରି ,ପରମାନନ୍ଦ ମହାନ୍ତି ,ବାଙ୍କିମ ଚନ୍ଦ୍ର ମୈ କାପ ,ପଦାର୍ଥ ବିଜ୍ଞାନ ବିଭାଗ ଅଧ୍ୟାପକ ପ୍ରଭାତ ରଞ୍ଜନ ଦାସ ,ତାପସ ତନୟ ନନ୍ଦୀ ,ଶ୍ରୀକାନ୍ତ ମହାପାତ୍ର , ଲିପିକା ମାନ୍ନା ,ବଂଶୀଧର ନାୟକ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ।ନୋଡାଲ ଅଫିସର ପ୍ରାଧ୍ୟାପିକା ଲିପିକା ଜାନା ଧନ୍ୟବାଦ ଅର୍ପଣ କରିଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ମା’ ବରୁଣେଇ ପୀଠସ୍ଥଳୀ ଖୋର୍ଦ୍ଧାଠାରେ ନିଶିଗନ୍ଧା ପରିବାର ପକ୍ଷରୁ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ ଆଲୋଚନା ଚକ୍ର ଅନୁଷ୍ଠିତ

Sunil Chandra Nayak

ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ରେ ନୂତନ ଶବ ବ୍ୟବଚ୍ଛେଦ ଗୃହ ଉଦଘାଟିତ

Sunil Chandra Nayak

ଉକ୍ରଳମଣିିିିିିଙ୍କ ୧୪୬ ତମ ଜୟନ୍ତୀ ଓ ଉକ୍ରଳମଣି ସେବା ସଂସ୍ଥାର ପଂଚଦଶ ବାର୍ଷିକ ଉତ୍ସବ ପାଳନ

masiha

Leave a Comment

error: Content is protected !!