ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଡିଉଜ ବଲ କ୍ରିକେଟ ଲିଗ ମ୍ୟାଚ ର ଫାଇନାଲ ଅନୁଷ୍ଠିତ

ଡିଉଜ ବଲ କ୍ରିକେଟ ଲିଗ ମ୍ୟାଚ ର ଫାଇନାଲ ଅନୁଷ୍ଠିତ

ଜୁନାଗଡ଼୩୦/୧(ମ ନି ସ) – ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିଅମ ଠାରେ ଜିଲ୍ଲା ର ଛଅ ଗୋଟି ଟିମ କୁ ନେଇ ଚାଲିଥିବା ଡ଼ିଉଜ ବଲ ଲିଗ ଟୁର୍ନାମେଣ୍ଟ ର ଆଜିଫାଇନାଲ ଖେଳ ଅନୁଷ୍ଠିତ ହୋଇଛି l ଫାଇନାଲ ରେ ଧର୍ମଗଡ଼ ଏବଂ ପlଶ୍ଟିକୁଡ଼ି ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଛି l ଟସ ଜିତି ଧର୍ମଗଡ ପ୍ରଥମେ ବ୍ୟଟିଙ୍ଗ କରି ନିର୍ଧାରିତ ୨୦ ଓଭର ରେ ୬ ଉଇକେଟ ହରାଇ ୨୨୩ ରନ ସଂଗ୍ରହ କରିଥିଲେ ଜବାବ ରେ ପାଶ୍ଟିକୁଡ଼ି ଦଳ ୧୭.୪ ଓଭର ରେ ୯ ଉଇକେଟ ହରାଇ ୧୩୨ ରନ ସଂଗ୍ରହ କରିଥିଲେ l ଧର୍ମଗଡ ୧୩୨ ରନ ରେ ବିଜୟୀ ଘୋଷିତ ହୋଇଥିଲେ l ଉଦଯାପନୀ ସଭା ରେ ଅତିଥି ଭାବେ ସମୀର କୁମାର ସାହୁ, ସରୋଜ କୁମାର ପଣ୍ଡା, କାଳିନ୍ଦ୍ରି ପାଣିଗ୍ରାହୀ, ପପୁ ପଣ୍ଡା ମାନସ ସାହୁ ଯୋଗଦାନ କରି ଟିମ ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ l ଆଜିର ଖେଳ କୁ ପରିଚାଳନା କରିଥିଲେ ରାକେଶ କୁମାର ବେମାଲ ଓ ତ୍ରିଯୋଗୀ ସାମନ୍ତରାୟ (ଇଡି )l ସ୍କୋର ରେ ରୀତିକ ବେହେରା ଓ ସୁଜଳ ଦଳପତି ଓ କମେଣ୍ଟ୍ରି ନୀତିଶ ମହାପାତ୍ର ଦାୟିତ୍ୱ ତୁଲାଇ ଥିଲେ l ଆଗାମୀ ଦିନରେ ଏ ଭଳି ଟୁର୍ନାମେଣ୍ଟ ଆୟୋଜନ କରି ଖେଳାଳି ଙ୍କୁ ପ୍ରୋତ୍ସାହିତ କରାଯିବ ବୋଲି ନିୟୁ ରେଡ ଷ୍ଟାର କ୍ଲବ ସଭାପତି ହିମାଂଶୁ ଶେଖର ବରାଡ଼ କହିଥିବା ବେଳେ ସୁରୁଖୁରୁରେ ଟୁର୍ନାମେଣ୍ଟ ସରିଥିବାରୁ ସମସ୍ତ କ୍ଲବ ସଦସ୍ୟ ଓ ଶୁବେଛୁ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି l ଆଜିର ଖେଳ ରେ ସନ୍ଦୀପ ସାହୁ, ବିଶ୍ୱ ସାହୁ, ରଞ୍ଜନ ରାଉତ, କୃଷ୍ଣ ନାଏକ ,ମୁକେଶ ପୋଡ଼,ତୁଳସୀ ପଟ୍ଟନାୟକ,ପପୁ ଭଞ୍ଜ ଉପସ୍ଥିତ ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଓଡିଶା ରାଜ୍ୟ ର଼୍ୟାଙ୍କିଙ୍ଗ୍ ପାରା ବ୍ୟାଡମିଣ୍ଟନ୍ ଟୁର୍ନାମେଣ୍ଟରେ ଆକାଶ ରଂଜନ ମୁଣ୍ଡ ବିଜୟୀ

masiha

ପାଇକ ପୁରୁଣାକୋଟ ଠାରେ ଜିଲ୍ଲା ସ୍ତରୀୟ ଭଲିବଲ୍ ଟୁର୍ଣ୍ଣlମେଣ୍ଟ ଅନୁଷ୍ଠିତ

Sunil Chandra Nayak

ମହୁଲଡିହା ପଡ଼ିଆରେ ୨୪ ତମ ଆନ୍ତଃରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!