ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କୁମ୍ଭାରି ପୁଟ ଦଳ ହେଲା ଚଳିତ ବର୍ଷର ଚମ୍ଫିଆନ

କୁମ୍ଭାରି ପୁଟ ଦଳ ହେଲା ଚଳିତ ବର୍ଷର ଚମ୍ଫିଆନ 

 ବନ୍ଧୁଗାଁ ତା,ତା ୧୩/୭/୨୬ ରିଖ ମଙ୍ଗଳବାର ଦିନ କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକ ସଦର ମହୋକୁମ ଠାରେ ସାନ ସରପଲ୍ଲୀ ଯୁବକ ସଂଘ ପକ୍ଷରୁ ଆୟୋଜିତ ମା ମାଝୀ ଗୌରୀ କ୍ରିକେଟ ଟର୍ଣ୍ଣାମେଣ୍ଟର ଚଳିତ ବର୍ଷ ୨୦୨୬ ଗ୍ରାଣ୍ଡ ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ନାରାୟଣ ପାଟଣା ବ୍ଲକର ସମାଜ ସେବି ରାଜେଶ କୁମାର ଲୁହା ଏବଂ ସମ୍ମାନିତ ଅତିଥି ଭାବରେ ବ୍ଲକ କଂଗ୍ରେସ ତଥା ବିଧାୟକ ପ୍ରତିନିଧି ଶ୍ରୀ ଡି. ଏଙ୍କେଟି ଏବଂ ବିଜେଡି ବ୍ଲକ ସଭାପତି ଶ୍ରୀ ଦୂର୍ଯ୍ୟ ନାଗ ଏବଂ ଜିଲ୍ଲା କଂଗ୍ରେସ ସମ୍ପାଦକ ଶ୍ରୀ ଅଶୋକ କୁମାର କାଲପା ଓଁ ମାନ୍ୟଗନ୍ୟ ଭଦ୍ରବ୍ୟକ୍ତି ଗଣ ଯୋଗ ଦେଇଥିଲେ l ଏହି ଗ୍ରାଣ୍ଡ ଫାଇନାଲ ମ୍ୟାଚ୍ ଏମ୍. ଏମ୍.ଜି ସାନ ସରପଲ୍ଲୀ ଏବଂ କୁମ୍ଭାରୀପୁଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ଟସ୍ ଜିତି ସାନ ସରପଲ୍ଲୀ ଦଳ ବ୍ୟାଟିଂର ନିଷ୍ପତ୍ତି ନେଇ ଥିଲେ ଏବଂ ନିର୍ଦ୍ଧାରିତ ୧୨ ଓଭରରେ ୯ ଗୋଟି ୱିକେଟ ହରାଇ ୯୨ ରନର କରିଥିଲେ, ଉକ୍ତ ୯୩ ରନର ବିଜୟ ଲକ୍ଷ୍ୟ କୁ ନେଇ କୁମ୍ଭାରୀପୁଟ ଦଳ ଆଗରେ ରଖି ଥିଲେ ଯାହା ଫଳରେ କୁମ୍ଭାରୀପୁଟ ଦଳ ୫ ଗୋଟି ୱିକେଟ୍ ହରାଇ ମାତ୍ର ୧୦.୫ ଓଭରରେ ୯୩ ରନ ସଂଗ୍ରହ କରି ବିଜୟ ହାସଲ କରିବା ସହିତ ଏହି ଅଞ୍ଚଳର ଚାମ୍ପିଅନ ହଇପାରି ଥିଲେ l ଏହି ଅବସରରେ ବିଜୟ ଦଳକୁ ଟ୍ରୋଫି ସହ ୩୦ ହଜାର ଟଙ୍କା ପୁରଷ୍କାର ରାଶି ପ୍ରଧାନ କରାଯାଇଥିଲା ଏବଂ ଉପ ବିଜେତା ଦଳ ପାଇଁ ଟ୍ରଫି ସହ ୨୦,ହଜାର ଟଙ୍କା ଆଜିର ଗ୍ରାଣ୍ଡ ଫାଇନାଲ ମେଚରେ ଉପସ୍ଥିତ ରହିଥିବା ମୁଖ୍ୟ ଅତିଥି ଓ ସନ୍ନମାନୀୟ ଅତିଥିଙ୍କ ଦ୍ୱାରା ଦୁଇ ଦଳକୁ ପୁରସ୍କାର ରାଶି ପ୍ରଦାନ କରା ଯାଇଥିଲା l ଏଥିସହ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ କୁ ସାନ ସରପଲି ଗ୍ରାମର ଯୁବ ଗୋଷ୍ଠି ସଙ୍ଘ ଙ୍କ ଆୟଜନରେ ଶାନ୍ତି ଶୃଙ୍ଖଳା ଭାବରେ ଶେଷ ହୋଇଥିଲା I 

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଆଞ୍ଚଳିକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା

Sunil Chandra Nayak

କର୍ଲାପଡା କ୍ରିକେଟ ଟୁର୍ନାମେଣ୍ଟରେ ଡଙ୍ଗରିଗୁଡା ବିଜୟୀ

Sunil Chandra Nayak

5 ମ EMRS ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ର ସମାପନ 

masiha

Leave a Comment

error: Content is protected !!