ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ତିରିଂରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ୬ ଦଫା ଦାବି ନେଇ ଗଣବିକ୍ଷୋଭ 

ତିରିଂରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ୬ ଦଫା ଦାବି ନେଇ ଗଣବିକ୍ଷୋଭ 

ମୟୂରଭଞ୍ଜ – ୩୦/୦୧ ( ମସିହା) ଦେଶରେ ଅହେତୁକ ଦରଦାମ ବୃଦ୍ଧି ନେଇ ଜନସାଧାରଣଙ୍କ ଅଣ୍ଟା ଭାଙ୍ଗି ଯାଇଛି ।କରୋନା ପରେ ଲୋକଙ୍କ ପାଖରେ ଅର୍ଥାଭାବ ଦେଖା ଦେଇଛି ।ନୂତନ ଶିଳ୍ପ କାରଖାନା ପ୍ରତିଷ୍ଠା ହେଉନାହିଁ । ଜାତୀୟ ସମ୍ପତ୍ତିକୁ କେନ୍ଦ୍ର ସରକାର ଘରୋଇ ହାତରେ ଟେକି ଦେଉଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ପେଟ୍ରୋଲ ଦର କମ ଥିବାବେଳେ ଦେଶରେ ପେଟ୍ରୋଲ ଦର କମୁନାହିଁ।ଗ୍ୟାସ ଦର ଅହେତୁକ ବୃଦ୍ଧି ଯୋଗୁଁ ସିଲିଣ୍ଡର ସବୁ ଗରୀବ ଲୋକେ ଟାଙ୍ଗି ଦେଲେଣି ।ବେକାର ବୃଦ୍ଧି ଯୋଗୁଁ ଯୁବ ଗୋଷ୍ଠୀ ଦାଦନ ମୁହାଁ ।ସର୍ବହରା ଖଟିଖିଆ ମେହନତିଙ୍କ ଦଳ ଭାରତୀୟ କମ୍ୟୁନିଷ୍ଟ ପାର୍ଟି,ତିରିଂ ବ୍ଳକ ଶାଖା ତରଫରୁ କେନ୍ଦ୍ର ସରକାରଙ୍କ ଜନମଆରଣନଈତଇ ବିରୋଧରେ ଜନସଚେତନତା ସୃଷ୍ଟି ପାଇଁ ତିରିଂ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ୬ ଦଫା ଦାବି ନେଇ ଓଡ଼ିଶାର ଵରିଷ୍ଠ କମ୍ୟୁନିଷ୍ଟ ନେତା କମ୍ରେଡ ତ୍ରିନାଥ ପାତ୍ରଙ୍କ ନେତୃତ୍ବରେ ଏକ ବିଶାଳ ଗଣ ବିକ୍ଷୋଭ କରିଛି ।ଦାବି ଗୁଡ଼ିକ ମଧ୍ୟରେ ଦୈନିକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ଯୋଗୁଁ ବୃଦ୍ଧ,ଦିବ୍ଯାଙ୍ଗ,ବିଧବା ଭତ୍ତା ୫୦୦ ଟଙ୍କାରୁ ୫୦୦୦ ଟଙ୍କା ବୃଦ୍ଧି କରିବା, * ହିତାଧିକାରୀଙ୍କୁ ବ୍ୟାଙ୍କ ବଦଳରେ ଘର ପାଖରେ ହାତାହାତି ଭତ୍ତା ପ୍ରଦାନ*ବାଦ ପଡ଼ିଥିବା ହିତାଧିକାରୀଙ୍କୁ ତୁରନ୍ତ ଭତ୍ତା ଯୋଜନାରେ ସାମିଲ କରିବା,*ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଆବାସ ଯୋଜନା ଗୃହକୁ୧,୩୦,୦୦୦ ଟଙ୍କା ବଦଳରେ ୫ ଲକ୍ଷ ଟଙ୍କା ବୃଦ୍ଧି କରିବା,*ବିପିଏଲ ହିତାଧିକାରୀଙ୍କୁ ୫ କେଜି ବଦଳରେ ୧୦ କେଜି ଚାଉଳ ପ୍ରଦାନ,ଦଖଲ କରୁଥିଵା ଅବାଧ ଯୋଗ୍ୟ ଜମିକୁ ଦଖଲକାରୀଙ୍କ ନାମରେ ପଟା ପ୍ରଦାନ ଇତ୍ୟାଦି ।ପରେ ଦଳ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଶ୍ରୀମତୀ ବାସନ୍ତୀ ଲାକ୍ରାଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ଆନ୍ଦୋଳନରେ ସିପିଆଇ ଯୁଗ୍ମ ସଂପାଦକ ପାରାଉ ହେମ୍ବ୍ରମ,ଶରତ ବିନ୍ଧାଣି,ସତିଶ ସି, ଦୁର୍ଗା ମାର୍ଣ୍ଡି,ଵାଘରାୟ ହେମ୍ରମ,ସୁରିଆ ହେମ୍ବ୍ରମ ପାର୍ବତୀ ପାତ୍ର,ଛତିଶ ଦଳ, ଦମୟନ୍ତୀ ହେମ୍ବ୍ରମ,ବୁଦ୍ଧିନୀ ହେମ୍ରମ ରାଇମଣି ପାତ୍ର, ପାର୍ବତୀ ମୁର୍ମୁ ସମେତ ବହୁ କମ୍ୟୁନିଷ୍ଟ ଯୁବ,ପୁରୁଷ ଓ ମହିଳା କର୍ମୀ ସାମିଲ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣା ପ୍ରସଙ୍ଗରେ ବିରୋଧୀ ରାଜନୈତିକ ଦଳ ତରଫରୁ ଜୁନ୍ ୧୨ ରାଉରକେଲା ରେଳଷ୍ଟେସନ ଆଗରେ ଗଣଧାରଣା ପାଇଁ ପ୍ରସ୍ତୁତି ବୈଠକ

କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ତାଙ୍କ ସମର୍ଥକଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

Sunil Chandra Nayak

ମିଶ୍ରଣ ପର୍ବରେ ସାଂସଦକୁ ବିରୋଧ ପାଇଁ ଶପଥ ନେଲେ ବିଜେପି କର୍ମୀ

Leave a Comment

error: Content is protected !!