ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ଚଢାଉ: ୬୩ ଲିଟର ମଦ ଜବତ

ଅବକାରୀ ଚଢାଉ: ୬୩ ଲିଟର ମଦ ଜବତ

ବସ୍ତା ,୩୦।୧: ଅବକାରୀ ଅଧୀକ୍ଷକ ସୁଶାନ୍ତ ପାଢୀଙ୍କ ଏବଂ ସଦର ରେଞ୍ଜ ଅବକାରୀ ନିରୀକ୍ଷକ ସଞ୍ଜିତ୍ କୁମାର ବାଲାଙ୍କ ନିର୍ଦ୍ଦେଶ କ୍ରମେ ବସ୍ତା ଅବକାରୀ ଉପ ନିରୀକ୍ଷକ ଭକ୍ତଚରଣ ସ୍ବାଇଁଙ୍କ ନେତୃତ୍ବରେ ବସ୍ତା ଥାନା ଅନ୍ତର୍ଗତ ଦଣ୍ଡିକା,ନରଣପୁର ଓ ବାରମାଢିଆ ଅଞ୍ଚଳରେ ମଙ୍ଗଳବାର ଚଢାଉ କରାଯାଇ ୩ ଅଭିଯୁକ୍ତଙ୍କ ଗିରଫ କରାଯିବା ସହ ସେମାନଙ୍କ ଠାରୁ ମୋଟ୍ ୬୦ ଲିଟର ଦେଶୀ ଓ ୩.୬୦୦ ଲିଟର ବିଦେଶୀ ମଦ ଜବତ ହୋଇଛି।ଗିରଫ ଅଭିଯୁକ୍ତ ମାନେ ହେଲେ ଏହି ଥାନା ଅଧୀନ ଦଣ୍ଡିକା ଅଞ୍ଚଳର ପାର୍ଥସାରଥି ଦାସ,ଅମର୍ଦ୍ଦାରୋଡ଼ ନରଣପୁର ଗ୍ରାମର ଶିବ ସିଂ ଓ ବାରମାଢିଆ ଗ୍ରାମର ନିଶାକର ରାମ।ଗିରଫ ଅଭିଯକ୍ତଙ୍କ ବିରୁଦ୍ଧରେ ତିନୋଟି ପୃଥକ ପୃଥକ ମାମଲା ରୁଜୁ ହୋଇ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।ଉକ୍ତ ଚଢାଉରେ ବସ୍ତା ଅବକାରୀ ଉପ ନିରୀକ୍ଷକ ଭକ୍ତଚରଣ ସ୍ବାଇଁଙ୍କ ସମେତ ଏଏସଆଇ ମଙ୍ଗଲ କୁମାର ସିଂ,ମିନତି ପରିଡ଼ା,ବସନ୍ତ କୁମାର ମଲ୍ଲିକ,ସୁନାରାମ ସୋରେନ,ପଙ୍କଜ ମହାନ୍ତି ପ୍ରମୁଖ ସାମିଲ ଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ତିରିଂ ପୋଲିସର ସଫଳତା ! ଦେଓଗାଁ ର ବହୁ ଚର୍ଚ୍ଚିତ ମହିଳା ସୁହାଗି ଗଇପାଇ ହତ୍ଯାକାଣ୍ଡର ମୁଖ୍ୟ ଆସାମୀ ସ୍ବାମୀକୁ ବାନ୍ଧିଲା ପୋଲିସ

Sunil Chandra Nayak

ବିବାହ ବନ୍ଧନ ହେଲା ସାତ ପର , ବିବାହ ର ତିନି ବର୍ଷ ନ ହେଉଣୁ ଶିଶୁ ପୁତ୍ର ସହ ଖେଳନା ବାପା ଙ୍କ ଘରେ 

Sunil Chandra Nayak

ଚିତାବାଘ ଛାଲ ସହ ବନ୍ଧୁକ ଜବତ: ଜଣେ ଗିରଫ

masiha

Leave a Comment

error: Content is protected !!