ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପାରିବାରିକ ବିବାଦକୁ କେନ୍ଦ୍ର କରି ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ, ସ୍ତ୍ରୀ ମୃତ ସ୍ବାମୀ ଗୁରୁତର, ଥାନା ଘେରାଓ କଲେ ବାପଘର ଲୋକେ

ପାରିବାରିକ ବିବାଦକୁ କେନ୍ଦ୍ର କରି ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ, ସ୍ତ୍ରୀ ମୃତ ସ୍ବାମୀ ଗୁରୁତର, ଥାନା ଘେରାଓ କଲେ ବାପଘର ଲୋକେ

ବସ୍ତା,31/01 :ସିଂଲା ଥାନା କାଦରାୟାଁ ଗ୍ରାମରେ ପାରିବାରିକ ବିବାଦକୁ କେନ୍ଦ୍ର କରି ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ, ସ୍ତ୍ରୀ ମୃତ ସ୍ବାମୀ ଗୁରୁତର,ସୁଚନା ଅନୁଯାୟୀ କାଦରାୟାଁ ଗ୍ରାମର କସିମୁଦ୍ଦିନ ଏବଂ ତାଙ୍କ ସ୍ତ୍ରୀ ୱ୍ବାସେମୁଳ ବିବିଙ୍କ ମଧ୍ୟରେ କୈାଣସି କଥାକୁ ନେଇ କଥା କଟାକଟି ହେବା ସହିତ ବିବାଦ ଉଗ୍ରରୂପ ନେଇଥିଲା,ଫଳରେ ସ୍ବାମୀ ସ୍ତ୍ରୀ ମାରଣାସ୍ତ୍ର ରେ ଉଭୟ ଉଭୟଙ୍କୁ ଆକ୍ରମଣ କରିଥିଲେ,ଏଥିରେ ସ୍ତ୍ରୀ ୱ୍ବାସେମୁନ ଙ୍କ ମୃତ୍ୟୁ ହୋଇଥିବା ବେଳେ କସିମୁଦ୍ଦିନ ଗୁରୁତର ଆହତ ହୋଇଛନ୍ତି, ଗୁରୁତର କୁ ପରିବାର ଲୋକେ ପ୍ରଥମେ ବସ୍ତା ଡାକ୍ତରଖାନାକୁ ନେଇଥିଲେ,ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ଵର ସ୍ଥାନାନ୍ତର କରାଯାଇଛି, ମାତ୍ର ୱ୍ବାସେମୁନ ଙ୍କ ବାପଘର ଲୋକେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରୁଛନ୍ତି,ଗତ ଛଅ ବର୍ଷ ତଳେ ସିଂଲା ଥାନା ପଥ ଦୁର୍ଗା ଗ୍ରାମର ୱ୍ବାଯୁଦ୍ଦିନ ଖା‍ଁ ଙ୍କ ଝିଅ ୱ୍ବାସେମୁନ କୁ କାଦରାୟାଁ ଗ୍ରାମର କସିମୁଦ୍ଦିନ ଦ୍ବିତୀୟ ବିବାହ କରିଥିଲେ,ବିବାହ ପରଠାରୁ ସବୁ ସମୟରେ ନିର୍ଯ୍ୟାତନା ଦେଇଆସୁଥିଲେ କସିମୁଦ୍ଦିନ ଙ୍କ ପରିବାର ଲୋକେ, ଏନେଇ ବିଭିନ୍ନ ସମୟରେ ଝିଅଘର ଓ ପୁଅ ଘର ଲୋକଙ୍କ ମଧ୍ୟରେ ସମାଧାନ ହୋଇଛି,ତେବେ ଗତକାଲି ଝିଅକୁ ହତ୍ୟା କରି ଭିନ୍ନ ମୋଡ଼ ଦେବାକୁ ଉଦ୍ୟମ କରାଯାଉଛି ବୋଲି ଝିଅର ବାପଘର ଲୋକେ ସିଂଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି, ଅଭିଯୁକ୍ତ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ଥାନା ଆଗରେ ବିକ୍ଷୋଭ କରିଛନ୍ତି ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଅଢେ଼ଇ ମାସ ହେଲା ନିଖୋଜ ବହୁ ଚର୍ଚ୍ଚିତ ଓକିଲ ଗୁଲେଶ ଗୋଛାୟତ ମୃତଦେହ ଏକ ପୋଖରୀରୁ କାର୍ ସହିତ ଉଦ୍ଧାର 

Sunil Chandra Nayak

ମେଗାଲିଫ୍ଟ କେନାଲ ରୁ ବିଭାଗୀୟ ଯନ୍ତ୍ରୀ ଙ୍କ ଶବ ଉଦ୍ଧାର, ପୋଲିସ ର ତଦନ୍ତ ଜାରି

masiha

ନିଜ ସହଧର୍ମିଣୀ ଙ୍କୁ ହତ୍ୟା କରି ଖଟ ବାକ୍ସରେ ରଖି ଦେଇ ସ୍ଵାମୀ ଫେରାର।

masiha

Leave a Comment

error: Content is protected !!