ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏ ଏନ ଏମ ଦିଦିଙ୍କ ଅମାନୁଷିକ ବ୍ୟବହାର ପାଇଁ ଗର୍ଜିଲା ଗ୍ରାମବାସୀ 

 ଏ ଏନ ଏମ ଦିଦିଙ୍କ ଅମାନୁଷିକ ବ୍ୟବହାର ପାଇଁ ଗର୍ଜିଲା ଗ୍ରାମବାସୀ 

ଉମରକୋଟ (୩୦/୦୧/୨୦୨୪) ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହଳଦୀ ପଞ୍ଚାୟତ ଏ ଏନ ଏମ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଗତ ୧୬ ବର୍ଷ ହେବ ଦେବକୀ ପଳେଇ କାର୍ଯ୍ୟରତ ଅଛନ୍ତି ।କିନ୍ତୁ ଦିଦି ଜଣକ ନିଜ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରି ଆସୁଛନ୍ତି , କେହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆସିଲେ ମୋର ସମୟ ନାହିଁ ଓ ମୁଁ ଦେଖି ପାରିବି ନାହିଁ ବୋଲି ଜନସାଧାରଣଙ୍କ ସହିତ ଖରାପ ବ୍ୟବହାର କରୁଛନ୍ତି କହି ଗ୍ରାମବାସୀର ଅଭିଯୋଗ l ଏହି ହଳଦୀ ଗ୍ରାମର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଟି ଉପାନ୍ତ ଅଞ୍ଚଳ ହୋଇଥିବାରୁ ଏ ଏନ ଏମ ଦିଦି ତାହାର ଫାଇଦା ଉଠେଇ ସ୍ୱାସ୍ଥ୍ୟ କେନ୍ଦ୍ରର ଅଫିସ ରେ ଦୋକାନ ଖୋଲି ବିଭିନ୍ନ ପ୍ରକାରର ବିକ୍ରୟ ସାମଗ୍ରୀ ରଖି ନିଜର ବ୍ୟବସାୟ ଚଳାଉଛନ୍ତି l ସ୍ୱାସ୍ଥ୍ୟ କେନ୍ଦ୍ରର ଅଫିସରେ ଔଷଦ ନ ରଖି ସେଠି ଶାଢ଼ୀ, ଫ୍ରକ, ଫେନ୍ସି ସାମାନ, ଛତୁ, ପନିର, ରଫା କୋଡ଼କି ଓ ନିଜର ବ୍ୟବସାୟ ପାଇଁ ଟ୍ରାକଟର, ମକା ହଲର, ଧାନ ପ୍ରେସର ମେସିନ ରଖି ଏ ଏନ ଏମ କାର୍ଯ୍ୟ ନ କରି ବ୍ୟବସାୟରେ ମାତି ଛନ୍ତି l ହଳଦୀ ପଞ୍ଚାୟତର ପାଟିଆସିଲା, ସରତପାରା, ସିରାପାରା, ଚପରାଳୀପାରା, ଡ଼ଙ୍ଗରୀଗୁଡା, ବୁଟିଛାପର ଓ ହଳଦୀ ଗ୍ରାମ ସମୁହ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ନିର୍ଭରଶୀଳ l ଏହି ସମସ୍ତ ଗ୍ରାମ ବାସୀଙ୍କ କହିବା କଥା ସ୍ୱାସ୍ଥ୍ୟ କେନ୍ଦ୍ରରେ ଅସୁସ୍ଥ ରୋଗୀ ଗଲେ କୁହନ୍ତି କି ଏଠାରେ କୌଣସି ପ୍ରକାର ର ଔଷଧ ଫ୍ରି ରେ ଦିୟା ଯାଏ ନାହିଁ କହି ଟଙ୍କା ନିୟେ ଏବଂ ବେଳେବେଳେ ଏକ୍ସପାଏର ଔଷଧ ମଧ୍ୟ ବିକ୍ରି କରୁଛନ୍ତି l କେହି ଯଦି ତାଙ୍କ ବିରୁଦ୍ଧରେ ଅଭିଯୋଗ କରେ ତାହେଲେ ନିରୀହ ଗରିବ ଆଦିବାସୀଙ୍କୁ ମାରପିଟ କରେ l ନିଜ ରହୁଥିବା ସାହିର କେହି ମୃତ୍ୟୁ ମୁହଁରେ ପଡ଼ିଲେ ଡାକିଲେ ଜାଆନ୍ତି ନାହିଁ l ଜଣେ ବ୍ୟକ୍ତିଙ୍କ ଝିଅ ଗରମ ତୋରାଣି ରେ ପଡ଼ି ଯିବାରୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆସିବାରୁ ଟଙ୍କା ଦେଇ ଚିକିତ୍ସା କରିବାକୁ ପଡ଼ିବ, ଘରେ ଯାଇ ଟଙ୍କା ଆଣିଦେଵି କହିଲେ ଦିଦି କୁହନ୍ତି ଆଗେ ଟଙ୍କା ଆଣ ତା ପରେ ଚିକିତ୍ସା କରିବି l ଉମରକୋଟ, ରାଇଘର ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ମାନେ ଉପାନ୍ତ ଅଞ୍ଚଳ ରୋଗୀମାନଙ୍କୁ କୌଣସି ଇଞ୍ଜେକ୍ସନ ଘରେ ନେଇ ଲଗାଇ ନେବ ଦେଇ ଦେଲେ ହଳଦୀ ଗ୍ରାମରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯାଇ ଏ ଏନ ଏମ ଦିଦିଙ୍କୁ ଦେଲେ ମୁଁ ଇଞ୍ଜେକ୍ସନ ଲଗାଇ ପାରିବି ନାହିଁ ମନା କରି ଦିଏ। ଫିଲ୍ଡ ୱାର୍କ ମଧ୍ୟ ଭଲ ଭାବରେ କରୁ ନାହାନ୍ତି। ଏ ଏନ ଏମ ଦିଦିଙ୍କ ଏହି ପରି ବ୍ୟବହାର ପାଇଁ ବିଗତ ଦୁଇ ବର୍ଷ ତଳେ ଆଖ ପାଖ ହଳଦୀ ଗ୍ରାମର ସ୍ୱାସ୍ଥ୍ୟ କେନ୍ଦ୍ରର ଗ୍ରାମବାସୀ ଓ ଭଦ୍ର ବ୍ୟକ୍ତି ମାନେ ବସି ଏକ ମିଟିଂ କରି ଏହି ପରି ବ୍ୟବହାର ନ କରିବାକୁ ଅନୁରୋଧ କରିଥିଲେ l ଉକ୍ତ ମିଟିଂରେ ଦିଦି ଜଣକ ନିଜର ଭୁଲ ମାନି ଆଉ ଏମିତି ଭୁଲ କେବେହେଲେ କରିବି ନାହିଁ ବୋଲି ଗ୍ରାମବାସୀ ଓ ଉପସ୍ଥିତ ଭଦ୍ର ବ୍ୟକ୍ତିଙ୍କୁ ପ୍ରତିଶୃତି ଦେଇଥିଲେ, କିନ୍ତୁ ପରେ ସେହି ଭୁଲ ବାରମ୍ବାର କରୁଛି, ସେଥିପାଇଁ ଆଜି ୨୯/୦୧/୨୦୨୪ ରିଖ ହଳଦୀ ପଞ୍ଚାୟତର ଆଖ ପାଖ ଗ୍ରାମର ଗ୍ରାମବାସୀ ଏ ଏନ ଏମ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆସି ଧାରଣା ଦେଇ ଜବାବ ମାଗିଲେ l କଥାରେ ଅଛି “” ମୋତେ ଯେତେ ମାଠିବ ମାଠ, ମୁଁ ସେହି ଦରପୋଡ଼ା କାଠ””””।ଶହେ ଥର ଧୋଇଲେ ଅଙ୍ଗାର ଯେପରି ସଫା ହୁଏନି, ସେମିତି ଏ ଏନ ଏମ ଦିଦି ବୋଲି କହୁଛି ପଞ୍ଚାୟତ ବାସି। ଏହି ଖବର ନବରଙ୍ଗପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଲୟ ସିଡ଼ିଏମ ପାଖରେ ପହଞ୍ଚିବାକୁ ତୁରନ୍ତ ଏକ ସ୍ୱାସ୍ଥ୍ୟ ବିଭାଗ ଟିମ ହଳଦୀ ଗ୍ରାମ ପଞ୍ଚାୟତ ଏଏନଏମ ସେଣ୍ଟର ପହଞ୍ଚି ହସ୍ତକ୍ଷେପ କରି ଉତ୍ତକ୍ତ ଗ୍ରାମବାସୀଙ୍କ ବୁଝାସୁଝା କରି ଏକ ସପ୍ତାହ ଭିତରେ ଏଏନଏମ ଦିଦିଙ୍କୁ ଅନ୍ୟତ୍ର ବଦଳି କରିବ କହିବାରୁ ଲୋକ ମାନେ ଶାନ୍ତ ହୋଇଥିଲେ। ହଳଦୀ ଗ୍ରାମବାସୀ ଓ ଆଖ ପାଖ ଗ୍ରାମର ଆଗତ ଭଦ୍ର ବ୍ୟକ୍ତି ମାନେ ଲିଖିତ ଆକାରରେ ଏକ ଅଭିଯୋଗ ନବରଂଗପୁରଠୁ ଆସିଥିବା ସ୍ୱାସ୍ଥ୍ୟ ବିଭାଗକୁ ଦେଇଛନ୍ତି। ଏକ ସପ୍ତାହ ଭିତରେ ଦେବକୀ ପଳେଇ ଏଏନଏମ ଦିଦି ଅନତ୍ର ବଦଳୀ ନ ହେଲେ ଆଗାମୀ ଦିନରେ ମିଳିତ ଗ୍ରାମବାସୀ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଲା ପକେଇ ରାଜ ରାସ୍ତାରେ ଉଲ୍ଲେଇବେ ବୋଲି କହି ଚେତାବନୀ ଦେଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

Related posts

ଆଟିଗାଁ ଆମ୍ବେଦକର ନଗର ଠାରେ ୧୩୪ତମ ଡଃ ଆମ୍ବେଦକର ଙ୍କ ବିଶାଳ ଶୋଭାଯାତ୍ରା ଓ ଜୟନ୍ତି ସମାରୋହ

masiha

ସାନ ପୋଡ଼ାଗୁଡା ଠାରେ ଖୋଲିଲା ନୂତନ ପ୍ରାଥମିକ କୃଷି ସମବାୟ ସମିତି, ଉଦଘାଟନୀ ଉତ୍ସଵରେ ଯୋଗଦେଲେ ଧର୍ମଗଡ଼ ବିଧାୟକ

ନଟାକଟା ଗ୍ରାମପଞ୍ଚାୟତରେ ହାତୀପଲ ଆତଙ୍କ 

masiha

Leave a Comment

error: Content is protected !!