ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋତୋମୁଣ୍ଡା ଓ ମୋଟେର ପଞ୍ଚାୟତରେ ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗୋତୋମୁଣ୍ଡା ଓ ମୋଟେର ପଞ୍ଚାୟତରେ ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା,୨୯/୧ // ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଓଡ଼ିଶା ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ଜନ ସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ଆରମ୍ଭ କରିଛନ୍ତି ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର। ଗୋତୋମୁଣ୍ଡା ପଞ୍ଚାୟତରେ ସରପଞ୍ଚ ପଦ୍ମିନୀ ପୁଝାରିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ସମିତି ସଭ୍ୟା ଶାମୁକା ନାଏକ ଉପସ୍ଥିତ ଥିଲେ। ସେହିପରି ମୋଟେର ପଞ୍ଚାୟତରେ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ବାସନ୍ତୀ ନାଏକଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ, ଭାରପ୍ରାପ୍ତ ଜିପିଇଓ ବିରଞ୍ଚି ଖର୍ସେଲ, ସମିତି ସଭ୍ୟା ଉଆଁସି ପାନ, ନାଏବ ସରପଞ୍ଚ ପଲ୍ଲବି ପାନ, ବିଜେଡି ପଞ୍ଚାୟତ ସଭାପତି କୁମୁଦ ଚନ୍ଦ୍ର ବେହେରା, ବିଜେଡି କର୍ମି ପଞ୍ଚକ ପୋଢ଼ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଉପରେ ଜନ ସାଧାରଣଙ୍କୁ ଅବଗତ କରାଇବା ସହ ଓଡିଶା ରାଜ୍ୟର ବିକାଶ ପାଇଁ ବିଜେଡି ସରକାର ହିଁ ପ୍ରତିଶୃତିବଦ୍ଧ ବୋଳି କହିଥିଲେ। ଲୋଇସିଙ୍ଗା ବଜାସାଲ ସାଂସ୍କୃତିକ ଗ୍ରୁପର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ଉପସ୍ଥିତ ଦର୍ଶକ ଝୁମି ଯାଇଥିଲେ। କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମହିଳା କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଅଙ୍ଗନୱାଡି କର୍ମି ସମେତ ସ୍ଥାନୀୟ ଗ୍ରାମବାସୀମାନେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଅବଗତ ହୋଇଥିଲେ। ମଞ୍ଚ ପରିଚାଳନା ଟିକେଶ୍ୱର ରାଉତ କରିଥିବା ବେଳେ ପିଇଓ ବିରଞ୍ଚି ଖର୍ସେଲ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।

ମସିହା ନିୟୂଜ ସର୍ଭିସ୍ 

Related posts

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର 

Sunil Chandra Nayak

ରାଇରଙ୍ଗପୁର ପୌରପାଳିକା ତରଫରୁ ୭ ଟି ଆଶ୍ରୟସ୍ଥଳୀ ରେ ୨୭୫ ଜଣଙ୍କୁ ରିଲିଫ୍ ବଣ୍ଟନ 

masiha

ବର୍ଦ୍ଧିତ ଚୋରି, ଲୁଟ ନିୟନ୍ତ୍ରଣ ନିମନ୍ତେ ରାଇରଙ୍ଗପୁର ପୋଲିସ ର ନିଆରା ପ୍ରୟାସ  ସୁନାଗହଣା ଦୋକାନୀ ଓ ପୋଲିସ ଅଧିକାରୀଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ବୈଠକ 

Sunil Chandra Nayak

Leave a Comment

error: Content is protected !!