ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳା ଠାରେ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ

ବିଜାତଳା ଠାରେ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ.

ମୟୂରଭଞ୍ଜ ତା ୩୧-୦୧-୨୦୨୪ ( ମସିହା) ନିର୍ମାଣ ଶ୍ରମିକ ତଥା ସେମାନଙ୍କ ପରିବାର ର ସୁରକ୍ଷା ର ପରିକଳ୍ପନା, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ସମ୍ବେଦନଶୀଳ ଚିନ୍ତାଧାରା ର ଆଉ ଏକ ନିଦର୍ଶନ. 2009 ମସିହା ରୁ ଏହାକୁ କାର୍ଯ୍ୟକାରୀ କରାଯାଇ 2014 ମସିହା ରୁ ସଂଗଠିତ ଓ ଅଣସଂଗଠିତ ନିର୍ମାଣ ଶ୍ରମିକ ମାନଙ୍କୁ ପଞ୍ଜିକୃତ କରାଯାଇ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ନିର୍ମାଣ ଶ୍ରମିକ ତଥା ସେମାନଙ୍କ ପରିବାର ବର୍ଗ ଙ୍କୁ ବିଭିନ୍ନ ପ୍ରକାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି.।

ଏହି କ୍ରମରେ ଆଜି ବିଜାତଳା ବ୍ଲକ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ ବିଭାଗ ଆନୁକୂଲ୍ୟରେ ଏକ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି.।

 ମାନ୍ୟବର ବିଧାୟକ, ସାରସକଣା ଡ଼ା ବୁଢାନ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନ୍ୟାନ୍ୟ ଅତିଥିଙ୍କ ଉପସ୍ଥିତି ରେ ପ୍ରଦୀପ ପ୍ରଜ୍ବଳନ କରି ଏହି ଶିବିର କୁ ଉଦଘାଟନ କରିଥିଲେ.।

ପ୍ରାରମ୍ଭ ରେ ସହକାରୀ ଶ୍ରମ ଅଧିକାରୀ ରାଇରଙ୍ଗପୁର ଶ୍ରୀ ନିରଞ୍ଜନ ନାଏକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଅନନ୍ତ ପଦ୍ମନାଭ ମହାମାନସିଂ ବାର୍ଷିକ ବିବରଣୀ ଉପସ୍ଥାପନ କରିବା ସହ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ର ଆଭିମୁଖ୍ୟ,ଏହାର କାର୍ଯ୍ୟକାରିତା ତଥା ଏହି ଯୋଜନା ରେ ପ୍ରଦାନ କରାଯାଉଥିବା ବିଭିନ୍ନ ଆର୍ଥିକ ସହାୟତା ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ l

ମୁଖ୍ୟ ଅତିଥି ଡ଼ା ବୁଢାନ ମୁର୍ମୁ ତାଙ୍କ ଅଭିଭାଷଣ ରେ କହିଥିଲେ କି ଏକ ବିକାଶଶୀଳ ରାଜ୍ୟ, ଦେଶ ତଥା ରାଷ୍ଟ୍ର ରେ ଶ୍ରମିକ ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ.ରାଷ୍ଟ୍ର ଗଠନ ରେ ଶ୍ରମିକଟି ଯେଉଁ ଶ୍ରମ ଦାନ କରିଥାଏ ତାର ମୂଲ୍ୟ ଅକଳନୀୟ. ତେଣୁ ନିର୍ମାଣ ଶ୍ରମିକ ଏବଂ ତାଙ୍କ ପରିବାର ର ସୁରକ୍ଷା ଆମ ସମସ୍ତ ଙ୍କ ପାଇଁ ଏକ ସାମାଜିକ କର୍ତ୍ତବ୍ୟ ବୋଲି ଉଲ୍ଲେଖ କରିବା ସହ ଜିଲ୍ଲା ରେ ନିର୍ମାଣ ଶ୍ରମିକ ଙ୍କ ପଞ୍ଜିକରଣ କିପରି ଅଧିକ ରୁ ଅଧିକ ହେବ ସେ ସମ୍ଭନ୍ଧ ରେ ସଚେତନତା କୁ ବ୍ୟାପକ କରିବାକୁ ପରାମର୍ଶ ଦେଇଥିଲେ.।

ନିମନ୍ତ୍ରିତ ଅନ୍ୟାନ୍ୟ ଅତିଥି ମାନେ ମଧ୍ୟ ଏ ସମ୍ଭନ୍ଧ ରେ ସୁଚିନ୍ତିତ ମତାମତ ରଖିଥିଲେ ।ଏହି ଅବସରରେ ଅତିଥି ବୃନ୍ଦ ବିଜାତଳା ବ୍ଲକ ତଥା ଏହାର ଆଖ ପାଖ ଅଂଚଳ ଅନ୍ତର୍ଗତ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ର ହିତାଧିକାରୀ ମାନଙ୍କ ମଧ୍ୟରୁ ୦୧ ଜଣଙ୍କୁ 8400/- ଶିକ୍ଷା ସହାୟତା, ୭୧ ଜଣଙ୍କୁ 3475000/- ବିବାହ ସହାୟତା ,୨ଜଣ ଙ୍କୁ 20000/- ପ୍ରସୂତିକାଳୀନ ସହାୟତା , ୪୦ ଜଣଙ୍କୁ 195000/-ଅନ୍ତ୍ୟଷ୍ଟିକ୍ରିୟା ଓ 63 ଜଣଙ୍କୁ 12200000/-ମୃତ୍ୟୁକାଳୀନ ସହାୟତା ପ୍ରଦାନ କରିବା ସହ ନୂତନ ଭାବେ ପଞ୍ଜିକୃତ ହୋଇଥିବା ୧୫୦ ଜଣ ନିର୍ମାଣ ଶ୍ରମିକ ଙ୍କୁ ଏବଂ ୨୦ ଜଣ ଅଣସଂଗଠିତ ଶ୍ରମିକ ଙ୍କୁ ତାଙ୍କର କାର୍ଡ ପ୍ରଦାନ କରିଥିଲେ.।ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଜାତଳା ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବଂଶୀଧର ଖୋସଲା,ଜାମଦା ବ୍ଲକ ର ସହକାରୀ ଶ୍ରମ ଅଧିକାରୀ, ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମାଝୀ, ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗୀୟ ପଦାଧିକାରୀ, କର୍ମଚାରୀ,ବିଭିନ୍ନ ଶ୍ରମିକ ସଂଗଠନ ର କର୍ମକର୍ତ୍ତା ଓ ନିର୍ମାଣ ଶ୍ରମିକ ମାନେ ଉପସ୍ଥିତ ଥିଲେ.। ପରିଶେଷରେ ସହକାରୀ ଶ୍ରମ ଅଧିକାରୀ, ତିରିଂ ସୁବାସ ସୋରେନ ଧନ୍ୟବାଦ ଅର୍ପଣ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ବିନ୍ଧାଣି ସମାଜର କରମ ପୂଜା ଓ ପାରମ୍ପରିକ ନାଚଗୀତ ଅନୁଷ୍ଠିତ 

masiha

ଜଳୁଛି ଇଟାଭାଟି ବଢୁଛି ତାତି: ପ୍ରଶାସନର କଟକଣା ନାହିଁ

masiha

Guru Pankaj Utsav and Mahari Samman Inaugural Evening Dance Artist Adyasha Mishra captivated the audience through Odissi dance.

masiha

Leave a Comment

error: Content is protected !!