ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରା ଦଶ୍ମିତା ନାଏକ ପୁରସ୍କୃତ

ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରା ଦଶ୍ମିତା ନାଏକ ପୁରସ୍କୃତ

ଥୁଆମୂଳ ରାମପୁର:୦୧/୦୨- କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଳକ ନିକଟସ୍ଥ ପୋଖରା ଗ୍ରାମର ଶ୍ରୀରାମ ନାଏକଙ୍କ ଝିଅ ଦଶ୍ମିତା ନାଏକ ଓଡିଶାରେ ଦଶମ ଶ୍ରେଣୀ ରେ ଭଲ ନମ୍ବର ରଖିଥିବାରୁ ମାନ୍ଯବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରା ପୁରସ୍କୃତ ହେବା ସହିତ ନଗଦ ଟ ୫୦.୦୦୦ ଙ୍କା ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରାପ୍ତ କରି ଗ୍ରାମ, ଅଞ୍ଚଳ ଓ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଭଲ ପାଠପଢି ସେ ସମ୍ମାନିତ ହୋଇଛନ୍ତି। ଅଞ୍ଚଳର ଅନ୍ଯାନ୍ଯ ପୁଅଝିଅ ଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ତେବେ ଏହାକୁ ନେଇ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ତେଣୁ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି ଯେ ଏହି ଆଦିବାସୀ ଅଞ୍ଚଳର ଝିଅ ଟିଏ ନାଁ ଅର୍ଜନ କରିଛନ୍ତି। ମାଁ ମାଣିକେଶ୍ବରୀ ତାଙ୍କୁ ଖୁସିରେ ରଖନ୍ତୁ ଆଗକୁ ବଢ଼ିବାରେ ମାଁ ସରସ୍ୱତୀ ଦଶ୍ମିତା ନାଏକଙ୍କୁ ସହାୟ ହୁଅନ୍ତୁ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ନୂଆପଡା ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ l ଭୋଟିଂ ମେସିନ୍ , ଇ ଭି ଏମ୍ ଓ ଭି ଭି ପାଟ ର ପ୍ରଥମ ସ୍ତରୀୟ ତଦାରଖ ଆରମ୍ଭ 

Sunil Chandra Nayak

ସାମାଜିକ ବିକାଶ ପାଇଁ ଇ ଟି ପି ଏ ଫାଉଣ୍ଡେସନ୍ ତରଫରୁ ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା କାର୍ଯ୍ୟକ୍ରମ ଅୟୋଜିତ

masiha

କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!