ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜେଡି ସରକାରଙ୍କ ବିକାଶର ଗାଥା ଗାଉଛି ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ 

ବିଜେଡି ସରକାରଙ୍କ ବିକାଶର ଗାଥା ଗାଉଛି ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ 

କୋକସରା,୩୧/୧ // ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଓଡ଼ିଶା ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ଜନ ସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ଆରମ୍ଭ କରିଛନ୍ତି ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତରେ ସରପଞ୍ଚ ମାଧବୀ ଧରୁଆଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାନସଭା ସଭାପତି ମାନସ ରଞ୍ଜନ ବାଗ, ମୁଖ୍ୟ ବକ୍ତା ଭାବେ ସମିତି ସଭ୍ୟ ଦେବେନ୍ଦ୍ର ଧରୁଆ, ସମ୍ମାନିତ ଅତିଥି ଭାବେ ବ୍ଲକ ଏକାଉଣ୍ଟଟେଣ୍ଟ ଅଶୋକ କୁମାର ସେଠୀ, କନିଷ୍ଠ ଯନ୍ତ୍ରୀ ପ୍ରଜାନାଥ ପ୍ରକାଶ ସିଂ ଉପସ୍ଥିତ ଥିଲେ।ରାଜ୍ୟ ସରକାରଙ୍କ ବିକାଶ ମୂଳକ ଯୋଜନା ଉପରେ ଜନ ସାଧାରଣଙ୍କୁ ଅବଗତ କରାଇବା ସହ ଓଡିଶା ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ବିଜେଡି ସରକାରହିଁ ଏକମାତ୍ର ବିକଳ୍ପ ଜନ ପ୍ରତିନିଧିମାନେ କହିଥିଲେ। ଦର୍ଶକଙ୍କ ମନୋରଞ୍ଜନ ପାଇଁ ଲୋଇସିଙ୍ଗା ବଜାସାଲ ସାଂସ୍କୃତିକ ଗ୍ରୁପର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦର୍ଶକ ଝୁମି ଯାଇଥିଲେ।କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମହିଳା କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଅଙ୍ଗନୱାଡି କର୍ମି ସମେତ ସ୍ଥାନୀୟ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ। ମଞ୍ଚ ପରିଚାଳନା ଟିକେଶ୍ୱର ରାଉତ କରିଥିବା ବେଳେ ପିଇଓ ରାଜେନ୍ଦ୍ର ସୋରି ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।

ମସିହା ନିୟୂଜ ସର୍ଭିସ୍ 

Related posts

ଫଟୋ ପ୍ରତିଯୋଗିତା ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ସୁସ୍ମିତା ମହାପାତ୍ର

Sunil Chandra Nayak

ତିନି ଜଣ ଅନାଥ ଛାତ୍ରୀଙ୍କୁ ପାଠ ପଢାରେ ସାହାଯ୍ୟ କରିବେ କୈଳାସ କୁଲେଶିକା 

masiha

ଗଠନ ହେଲା ଖଇରା ଲିଗାଲ ଫୋରମ

Leave a Comment

error: Content is protected !!