ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଗୋଇନ୍ଦା ବିଭାଗର ସହକାରୀ କର୍ମଚାରୀ ବିଶ୍ଵଜିତ ଗିରି ଆର ପାରିରେ

ରାଇରଙ୍ଗପୁର ଗୋଇନ୍ଦା ବିଭାଗର ସହକାରୀ କର୍ମଚାରୀ ବିଶ୍ଵଜିତ ଗିରି ଆର ପାରିରେ

 ମୟୂରଭଞ୍ଜ – ୦୧/୦୨ ( ମସିହା) ରାଇରଙ୍ଗପୁର ଗୋଇନ୍ଦା ବିଭାଗର ସହକାରୀ କର୍ମଚାରୀ ବିଶ୍ବଜିତ ଗିରି(୪୫) ଙ୍କ ଆଜି ଅପରାହ୍ନରେ ଦେହାନ୍ତ ହୋଇଯାଇଛି ।ସେ ଦୀର୍ଘଦିନ ହେଲା କର୍କଟ ରୋଗରେ ପିଡୀତ ଥିଲେ ।ତାଙ୍କୁ ଗତ ପହରଦିନ ଟାଟା ମେଡିକାଲ ହସ୍ପିଟାଲକୁ ନିଆ ଯାଇଥିଲା । ସେଠାରେ ତାଙ୍କର ଆଜି ଦେହାନ୍ତ ହୋଇଯାଇଛି ।ସେ ଜଣେ ଅମାୟିକ,ମେଳାପି, ମିଷ୍ଟଭାଷୀ, ପରୋପକାରୀ, ସମାଜସେବୀ,କର୍ତଵ୍ଯ ନିଷ୍ଠ କର୍ମଚାରୀ ଥିଲେ ।ତାଙ୍କର ମର ଶରୀରକୁ ତାଙ୍କ ପୈତୃକ ଗ୍ରାମ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ବଡମୌଦା ଗ୍ରାମକୁ ଅଣାଯାଇଛି । ଆସନ୍ତାକାଲି ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି । ତାଙ୍କ ମୃତ୍ୟୁରେ ଜିଲ୍ଲା ପୋଲିସ ବିଭାଗ,ଗୋଇନ୍ଦା ବିଭାଗ, ରାଇରଙ୍ଗପୁର , ଗୋରୁମହିଷାଣୀ,ବହଳଦା, କରଂଜିଆ,ତିରିଂ,କୁସୁମୀ, ବିଜାତଳା,ବିଶୋଇ ଆଖପାଖରେ ଶୋକରେ ଛାୟା ଖେଳିଯାଇଛି । ସମସ୍ତେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ରାଉରକେଲା ଅର୍ବାନ ର ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

୨୫ ବର୍ଷରେ ସାପ୍ତାହିକ ଦୀନ୍ ଦୟାଲମେଲ୍ ରାଉରକେଲା ପାନ୍ଥନିବାସରେ ଅନୁଷ୍ଠିତ ହେଲା ୨୫ତମ ସ୍ବ-ନକ୍ଷତ୍ର ଉତ୍ସବ

masiha

ଟାଟା କମ୍ପାନୀରେ ଦୁର୍ଘଟଣାର ରହସ୍ୟ କେବେ ଖୋଲିବ?

masiha

Leave a Comment

error: Content is protected !!