ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁବାଇ ଫେରନ୍ତା ରାଇରଙ୍ଗପୁର ବ୍ଳକ ମିଶନ ଶକ୍ତି ଫେଡେରେସନ ସଂପାଦିକା ଶାନ୍ତିଲତାଙ୍କୁ ଉତ୍ସସ୍ବିତ ସମ୍ବର୍ଦ୍ଧନା 

ଦୁବାଇ ଫେରନ୍ତା ରାଇରଙ୍ଗପୁର ବ୍ଳକ ମିଶନ ଶକ୍ତି ଫେଡେରେସନ ସଂପାଦିକା ଶାନ୍ତିଲତାଙ୍କୁ ଉତ୍ସସ୍ବିତ ସମ୍ବର୍ଦ୍ଧନା 

 ମୟୂରଭଞ୍ଜ -୩୧/୦୧ ( ମସିହା) ରାଇରଙ୍ଗପୁର ବ୍ଳକର ମିଶନ ଶକ୍ତି ମହିଳାମାନଙ୍କ ସାମର୍ଥ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ସେମାନଙ୍କ କାର୍ଯ୍ୟଦକ୍ଷତା,ପରିଶ୍ରମ, ନିଷ୍ଠା,ଟିମ୍ ଓ୍ବାର୍କ,ମେନେଜମେଣ୍ଟ ସେମାନଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରୁଛି ।କିଛି ମାସ ପୂର୍ବେ ପ୍ରଥମ କରି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଳକ ମିଶନ ଶକ୍ତି ମହିଳା ଫେଡେରେସନ ସଭାନେତ୍ରୀ ଲୀଳାବତୀ ମହାନ୍ତ ରାଜ୍ୟ ସରକାରଙ୍କ ସୁପାରିସ ଅନୁସାରେ ନି ଜର ଦକ୍ଷତାକୁ ନେଇ ଦୁବାଇ ଯାଇ କିଛି ସ୍ମୃତି କିଛି ଅନୁଭୂତି, ଅଭିଜ୍ଞତା ସେଠାକାର ଵଜାର ଦେଖିଫେରି ଆସିଥିଲେ । ସେହିଭଳି ନିକଟରେ ଦିତୀୟ ମହିଳା ରାଇରଙ୍ଗପୁର ବ୍ଳକ ମିଶନ ଶକ୍ତି ଫେଡେରେସନ ସଭାନେତ୍ରୀ ଶ୍ରୀମତୀ ଶାନ୍ତିଲତା ପାତ୍ର ନିଜର ଦକ୍ଷତା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ହାଣ୍ଡିଶାଳ ରୁ ଦୁବାଇ ଯାଇ ବହୁ ଅନୁଭତି ଫେରି ଆସିଛନ୍ତି । ତାଙ୍କୁ ବୁଧବାର ଦିନ ରାଇରଙ୍ଗପୁର ବ୍ଳକ ସମ୍ମିଳନୀ କକ୍ଷରେ ମିଶନ ଶକ୍ତି ସଦସ୍ଯାଙ୍କ ତରଫରୁ ଉତ୍ତରୀୟ, ପୁଷ୍ପଗୁଚ୍ଛ , ହୁଳହୁଳି ଓ ମିଠା ଖୁଆଇ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ । ଶାନ୍ତିଲତା ଭାବ ବିହ୍ବଳ ହୋଇ କହିଥିଲେ ଜୀବନରେ ସେ କେବେ ସ୍ବପ୍ନରେ ଭାବି ନ ଥିଲେ ଯେ ସେ ଦୁବାଇ ଯିବେ ।ଛୋଟ ନୁଆଁଣିଆ ଚାଳଘରୁ ବାହାରି ମିଶନ ଶକ୍ତି ସଦସ୍ୟା ହୋଇ ମହିଳାମାନଙ୍କୁ ଏକଜୁଟ କରାଇ ଧୂପ କାଠି ଭଳି ଛୋଟ ଛୋଟ ଉଦ୍ୟୋଗ ଖୋଲି ସେମାନଙ୍କୁ ସ୍ବାବଲମ୍ବୀ କରାଇଥିଲେ ।ସେହି ଧୂପକାଠିକୁ ବଜାରରେ ବିକ୍ରି କରି ସମସ୍ତ ସଦସ୍ୟା ତାହାର ଲାଭ ଉଠାଇ ପରିବାର ଗୁଜୁରାଣ ମେଣ୍ଟାଇବା କୋହଭରା କଣ୍ଠରେ ଗଣମାଧ୍ୟମ ସମ୍ମୁଖରେ କହିଥିଲେ ।ଏହା କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,୫ ଟି ସଚିବ ଭି କେ କାର୍ତ୍ତିକେୟନ ଏବଂ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ମହିଳା ଉତ୍ଥାନ କାର୍ଯ୍ୟକ୍ରମ ‘ ମିଶନ ଶକ୍ତି ‘ ଦ୍ଵାରା ହିଁ ସମ୍ଭଵ ହୋଇଛି । ତେଣୁ ସେମାନଙ୍କୁ ସେ ହୃଦଭରା କୃତଜ୍ଞତା ଜଣାଇଛନ୍ତି ।ଏହି ସମ୍ବର୍ଧନା ଉତ୍ସବରେ ରାଇରଙ୍ଗପୁର ଅତିରିକ୍ତ ଏବିଇଓ ଶ୍ରୀମତୀ ନମିତା ସେଠୀ, ରାଇରଙ୍ଗପୁର ବ୍ଳକ ବିଭାଗୀୟ ଅଧିକାରୀ ରମାକାନ୍ତ ପଣ୍ଡା,ସିଡିପିଓ କୋଇଲାଖଣି ଟୁଡୁ, ରାଇରଙ୍ଗପୁର ବ୍ଳକ ବିପିସି ଶ୍ରୀମତୀ ସ୍ଵର୍ଣପ୍ରୀୟା ସାହୁ,,ବ୍ଳକ ମିଶନ ଶକ୍ତି ଫେଡେରେସେନ ସଭାନେତ୍ରୀ ଲୀଳାବତୀ ମହାନ୍ତ,୯ ଟି ପଞ୍ଚାୟତର ମିଶନ ଶକ୍ତି ସଦସ୍ଯା, ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ଯା,ଏମବିକେ,ସିଆରପି, ବ୍ୟାଙ୍କ ମିତ୍ର,,ଜିପିଏଲଏଫ ଆସି,ବିଏଲଏଫ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ସାପ କିମ୍ବା କୌଣସି ବନ୍ୟ ଜନ୍ତୁ ସହ ଥଟ୍ଟା ତାମସା କରନ୍ତୁ ନାହିଁ 

Sunil Chandra Nayak

ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଅଜଣା ବ୍ୟକ୍ତିଙ୍କ ମୃତୁ 

masiha

ମହାଶିବରାତ୍ରି ଉପଲକ୍ଷେ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ଆରମ୍ଭ ହେଲା ମେଳା

Sunil Chandra Nayak

Leave a Comment

error: Content is protected !!