ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ୟାମ ଜି ପରିବାର ଜୁନାଗଡ ଦ୍ଵାରା ତୃତୀୟ ବାର୍ଷିକ ଶ୍ରୀ ଶ୍ୟାମ ମହୋତ୍ସବ ପାଳିତ

ଶ୍ୟାମ ଜି ପରିବାର ଜୁନାଗଡ ଦ୍ଵାରା ତୃତୀୟ ବାର୍ଷିକ ଶ୍ରୀ ଶ୍ୟାମ ମହୋତ୍ସବ ପାଳିତ 

ଜୁନାଗଡ଼,୧/୨(ନି.ପ୍ର) ଜୁନାଗଡ଼ ଶ୍ୟାମ ପରିବାର ଦ୍ୱାରା ଭାଗବବ ଶ୍ୟାମଙ୍କ ମହୋସବ ମହା ସମାରୋହରେ ପାଳିତ ହୋଇଯାଇଛି।ଏହି ଅବସରରେ ଜୁନାଗଡ଼ ଶ୍ୟାମ ପରିବାରର ଅନେକ ଶ୍ରଦ୍ଧାଳୁଙ୍କ ଦ୍ୱାରା ଏକ ବିଶାଳ ନଗର ପରିକ୍ରମା କରାଯାଇଥିଲା ।ଦ୍ୱିତୀୟ ଦିନ ସ୍ଥାନୀୟ ଅଗ୍ରସେନ୍ ଭବନ ରେ ବିଶାଳ ଭଜନ ସନ୍ଧ୍ୟା ଆୟୋଜିତ ହୋଇଥିଲା। ଏହି ଭଜନ ସନ୍ଧ୍ୟା ରେ ଗୌରବ ଦତ୍ତ ଅଲୱର୍ ରୁ ଏବଂ ଦିଲ୍ଲୀ ରୁ ପ୍ରିୟା ପ୍ରାଚୀ ଠାକୁର, ରାୟପୁର ରୁ ପ୍ରୀୟାଂଶୁ ମିତ୍ତଲ , ସମ୍ବଲପୁର ରୁ ଅରୁଣ ସିଂହା, ଏବଂ ଦୁର୍ଗ ରୁ ନିର୍ମଳ ମ୍ୟୁଜୀକାଳ ଗ୍ରୁପ ଶ୍ୟାମ ଭଜନ ପ୍ରସ୍ତୁତ କରିଥିଲେ । ତାଙ୍କ ଭଜନ ରେ ହଜାର ହଜାର ସଂଖ୍ୟାରେ ଭକ୍ତ୍ତ ଶ୍ରବଣ କରି ଆନନ୍ଦିତ ହୋଇ ଉଠିଥିଲେ, ଜୁନାଗଡ ଯେମିତି ଖାଟୁ ନଗରୀ ପାଲଟି ଯାଇଥିଲ ।ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଜୁନାଗଡ଼, ଧର୍ମଗଡ଼, କେସିଙ୍ଗା, ଲଡୁଗାଁ, ଜୟପାଟଣା ,କୋକସରା, ପ୍ରଭୃତି ଅଂଚଳରୁ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ।ଏହାପରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନେକ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ।ଏହି କାର୍ଯ୍ୟକ୍ରମ କୁ ଜୁନାଗଡ଼ ଶ୍ୟାମ ପରିବାର ସୁଚାରୁ ରୁପେ ସମ୍ପନ୍ନ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ତିରିଂ ବ୍ଳକ ବିଜେପି ତରଫରୁ ସନ୍ଥ ଶିରୋମଣି ରବିଦାସଙ୍କ ଜୟନ୍ତୀ ଓ ସମରସିତା ସଙ୍କଳ୍ପ ଅଭିଯାନ

Sunil Chandra Nayak

୩ମାସର ଚାଉଳ ପାଇଁ ବିଡ଼ିଓଙ୍କ ଦ୍ୱାରସ୍ତ ସରପଞ୍ଚ ଓ ହିତାଧିକାରୀ

masiha

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିଦର୍ଶନ 

masiha

Leave a Comment

error: Content is protected !!