ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଧନସରା କ୍ରିକେଟ ଟୁର୍ଣ୍ଣାମେଣ୍ଟ, କପୁରମାଲ ଦଲ ଚାମ୍ପିୟାନ

ଧନସରା କ୍ରିକେଟ ଟୁର୍ଣ୍ଣାମେଣ୍ଟ, କପୁରମାଲ ଦଲ ଚାମ୍ପିୟାନ

କୋକସରା,୩୧/୧ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଶିବାହାଲ ପଞ୍ଚାୟତ ଧନସରା ଗ୍ରାମରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ କପୁରମାଲ ଓ ଧନସରା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଉଦଯାପନି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସମାଜସେବୀ ରୁଦ୍ର ପ୍ରସାଦ ନାଏକ, ସମିତି ସଭ୍ୟ ଗଜାନନ ନିଆଲ, ମାର୍କଣ୍ଡ ବେମାଲ, ଜଗତ ରାମ ସତନାମୀ, କୁରୁକ୍ଷେତ୍ର ବେହେରା, ଅର୍ଜୁନ ଶବର, ତନୁକ ଲାଲ ନାଗ ଉପସ୍ଥିତ ରହି ଉଭୟ ଦଳର ଖେଳାଳିଙ୍କ ସହ ପରିଚୟ ପର୍ବରେ ସାମିଲ ହୋଇଥିଲେ। ଫାଇନାଲ ସଂଘର୍ଷ ପୁର୍ଣ୍ଣ ମ୍ୟାଚରେ ଧନସରା ଟିମକୁ ୫୦ ରନରେ ହରାଇ କପୁରମାଲ ଟିମ ଚାମ୍ପିୟାନ ଟ୍ରଫି ଦାବେଦାର ହୋଇଛି। ବିଜେତା ଓ ଉପ ବିଜେତା ଟିମକୁ ଉପସ୍ଥିତ ଅତିଥିମାନେ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ। ଧନସରା ଗ୍ରାମର ୟଙ୍ଗ ଷ୍ଟାର ଯୁବକ ସଙ୍ଘର ସ୍ବେଛାସେବୀ ମାନେ କ୍ରିକେଟ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ।

ମସିହା ନିୟୂଜ ସର୍ଭିସ୍ 

Related posts

ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ଆନୁକୁଲ୍ୟରେ ଇଣ୍ଟର କଲେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

masiha

ଆନ୍ତଃ ଜିଲ୍ଲାମହିଳା କ୍ରିକେଟ ଟୁର୍ଣାମେଣ୍ଟ ନିମନ୍ତେ ନବରଙ୍ଗପୁର ଦଳ ଘୋଷଣା

Sunil Chandra Nayak

ନବରଙ୍ଗପୁର ପ୍ରିମିଅର ଲିଗ ନିମନ୍ତେ ଖେଳାଳି ନିଲାମ କାର୍ଯ୍ୟକ୍ରମ

Leave a Comment

error: Content is protected !!