ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବଡପଲ୍ଲିରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚଞ୍ଚଳା ଟ୍ରଫିରେ ପାରାଦ୍ବୀପ କ୍ରୀକେଟ କ୍ଲବ ଚମ୍ପିଆନ

ବଡପଲ୍ଲିରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚଞ୍ଚଳା ଟ୍ରଫିରେ ପାରାଦ୍ବୀପ କ୍ରୀକେଟ କ୍ଲବ ଚମ୍ପିଆନ

ରାଜନଗର -1.2.024କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବଡପଲ୍ଲି ଠାରେ ଅନୁଷ୍ଠିତ ଚଞ୍ଚଳା ମିନିଷ୍ଟାଡିୟମରେ 42ତମ ଚଞ୍ଚଳା ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ରାଜ୍ୟ ସ୍ତରୀୟ ମଗାଫାଇନାଲ ମ୍ୟାଚ ଗତକାଲି ଚଳଚିତ୍ର ତାରକା ପ୍ରିୟା ଚୌଧୁରୀଙ୍କ ଦ୍ବାରା ଉଦ୍ଜାପିତ ହୋଇ ଯାଇଅଛି। ଏହି ଟୁର୍ଣ୍ଣାମେଣ୍ଟ 21ତାରିଖରେ ଓଡିଶାର ଅଲମ୍ପିକ ଦୁନିଆର ଦ୍ରୁତତମ ଧାଵିକା ଦୂତିଚାନ୍ଦ ଓ ମୁଖ୍ୟ ଅତିଥି ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଶ୍ରୀଯୁକ୍ତ ଅଶୋକ କୁମାର ପ୍ରତିହାରୀଙ୍କ ଦ୍ଵାରା ଉଦ୍ଘାଟନ ହୋଇ ଥିଲା। ଗତକାଲି ଟୁର୍ଣ୍ଣାମେଣ୍ଟର ଉଦ୍ଜାପିତ ଉତ୍ସବରେ ଅଭିନେତ୍ରୀ ପ୍ରିୟା ଚୌଧୁରୀଙ୍କ ପାଇଁ ଅଧିକ ଜନସମାଗମ ହୋଇଥିଲେ ମଧ୍ୟ ପାରାଦ୍ବୀପ କ୍ରୀକେଟ କ୍ଲବ ଚମ୍ପିଆନ ହୋଇଥିବା ଉଦ୍ଜାପିତ ଉତ୍ସବର ଅତିଥି ଅଶୋକ କୁମାର ପ୍ରତିହାରୀ କହିଛନ୍ତି। ସାମାନ୍ୟ ସମସ୍ୟା ଯୋଗୁ କିଛି ସମୟ ଖେଳରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲେ ମଧ୍ୟ ଗୋବବନ୍ଧୁ କ୍ଲବ କେନ୍ଦ୍ରାପଡାକୁ ହରାଇ ପାରାଦ୍ଵୀପ ଚମ୍ପିୟାନ ହେବାର ସୌଭାଗ୍ୟ ହାସଲ କରିଛି ।ପ୍ରତିବର୍ଷ ପରି ଟୁର୍ଣ୍ଣାମେଣ୍ଟକୁ ଅଶୋକ ପ୍ରତିହାରୀଙ୍କ ସହଯୋଗ ପାଇଁ ସାଧାରଣରେ ତାଙ୍କର ପ୍ରସଂଶା ଛୁଟୁଛି।

କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ !!!

Related posts

ଜବାହର ନବୋଦୟ ବିଦ୍ୟାଳୟ ନର୍ଲା ଠାରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ 

Sunil Chandra Nayak

ସନ୍ତୋଷ ଟ୍ରଫି ପାଇଁ ଓଡ଼ିଶା ଦଳରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ର ଫୁଟବଲ ଖେଳାଳି ହରିଶଙ୍କର 

Sunil Chandra Nayak

ତାରିଣୀପଶି ଠାରେ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!