ନବରଙ୍ଗପୁର -(ମସିହା)-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଚଚରାଗୁଡା ଗ୍ରାମ ପଞ୍ଚାୟତ ସଦର ମହକୁମାରେ ତନ୍ତିପାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉତଜାପନୀ ଦିବସରେ ଡାବୁଗାଁ ଓ ମାନିଗାଁ ର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଜାଇଛି।ଉକ୍ତ ଫାଇନାଲ ମ୍ୟାଚରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ପଞ୍ଚାୟତ ସମିତି ଅଧକ୍ଷା ବିଣା ମାଝୀ,ସମ୍ମାନିତ ଅତିଥି ପୁର୍ବତନ ସରପଞ୍ଚ ଧର୍ମାନନ୍ଦ ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିବା ବେଳେ ଚଚରାଗୁଡା ସରପଞ୍ଚ ରଞ୍ଜୁ ଭତ୍ରାଙ୍କ ସଭାପତିତ୍ଵରେ ଟୁର୍ଣାମେଣ୍ଟ ଖେଳ କମିଟି ମାନଙ୍କ ତତ୍ଵାବଧାନରେ ଖେଳ ଉପଭୋଗ କରିଥିଲେ । ଖେଳ ଖୁବ ସୁନ୍ଦର ଭାବେ ପରିଚାଳନା କରି ଥିବାରୁ କ୍ରିଡାପ୍ରେମୀ ଦର୍ଶକବ୍ରୁନ୍ଦଙ୍କ କରତାଳିରେ ବେଶ ଖେଳାଳିମାନଙ୍କୁ ଖେଳିବାର ଉଛାହ ଜୋଗାଇ ଥିଲା।ଡାବୁଗାଁ କ୍ରିକେଟ୍ ଦଳ ବିଜେତା ହୋଇ ମୁଖ୍ୟ ଅତିଥି ଓ ବର୍ତ୍ତମାନର ସରପଞ୍ଚ ତଥା ଉକ୍ତ ସଭାର ସଭାପତି ରଞ୍ଜୁ ଭତ୍ରା ଦୁହିଙ୍କ ଠାରୁ ୧୦ହଜାର ଓ ଟ୍ରଫି ଦେଇ ପୁରସ୍କ୍ରୁତ କରି ଥିଲେ।ଉପ-ବିଜେତା ଦଳଙ୍କୁ ପୁର୍ବତନ ସରପଞ୍ଚ ଶ୍ରୀ ନାୟକ୍ ୭ହଜାର ଓ ଟ୍ରଫି ଦେଇ ପୁରସ୍କ୍ରୁତ କରି ଥିଲେ।କମିଟିର କର୍ମକର୍ତ୍ତାମାନଙ୍କ ମଧ୍ୟରେ ମହେଶ ଗଣ୍ଡା,ସୁନିଲ୍ ହରିଜନ,ତାନ୍ତିପାଳ ପନକା,ଜୁଧେଷ୍ଟି ତନ୍ତି,କର୍ଣ ଭତ୍ରା ଓ ତ୍ରିନାଥ ପାଣ୍ଡେ ପ୍ରମୁଖ ସହଜୋଗ କରିଥିଲେ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍